ରାଜ୍ୟରେ ଆଜି ୧୬୦୨ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ପୁଣି ୧୦ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୩୩ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୭ କୁ ବୃଦ୍ଧି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ କୁ ଟପିଲା ଓ କରୋନା ମୃତ୍ୟୁ ସଂଖ୍ୟା ୩୬ ହଜାରକୁ ଟପିଲା ।
୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୦୫ ଜଣ ଆକ୍ରାନ୍ତ ମୃତ । ଖୋର୍ଦ୍ଧା ଜିଲ୍ଲାରୁ ୦୩ ଜଣ ଆକ୍ରାନ୍ତ ମୃତ । ସୁନ୍ଦରଗଡ ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ ମୃତ । ଗଞ୍ଜାମର ମୃତକ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା । ପୁରୁଷ ମୃତକଙ୍କ ବୟସ ୫୪, ୪୪, ୬୩, ୭୦ ଓ ମହିଳା ମୃତକଙ୍କ ବୟସ ୫୬ ବର୍ଷ । ଖୋର୍ଦ୍ଧା ଜିଲ୍ଲାର ୨ ମୃତକ ଭୁବନେଶ୍ୱରର ଓ ସେମାନଙ୍କ ବୟସ ୬୨ ଏବଂ ୭୦ ବର୍ଷ । ଖୋର୍ଦ୍ଧାର ଅନ୍ୟ ଜଣେ ମୃତକ ୪୦ ବର୍ଷୀୟ ପୁରୁଷ । ସୁନ୍ଦରଗଡର ମୃତକ ୫୬ ବର୍ଷୀୟ ଓ ଗଜପତି ଜିଲ୍ଲାରୁ ମୃତକ ୪୯ ବର୍ଷୀୟ ପୁରୁଷ ।
Covid-19 Report For 31st July
New Positive Cases: 1602
In Quarantine: 993
Local Contacts: 609(Details of local contacts will be shared by concerned District Administration)
District Wise Cases
1. Angul: 15
2. Balasore: 29
3. Bargarh: 13
4. Bhadrak: 20
5. Balangir: 38— I & PR Department, Odisha (@IPR_Odisha) August 1, 2020
22. Nawarangpur: 9
23. Nayagarh: 33
24. Nuapada: 5
25. Puri: 50
26. Rayagada: 164
27. Sambalpur: 39
28. Sonepur: 6
29. Sundargarh: 62New Recoveries: 772
Cumulative Tested: 528708
Positive: 33479
Recovered: 20517
Active Cases: 12737— I & PR Department, Odisha (@IPR_Odisha) August 1, 2020
ଆଜି ରାଜ୍ୟରେ ୨୯ ଟି ଜିଲ୍ଲାରୁ ୧୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୯୯୩ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୬୦୯ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଏବେ ରାଜ୍ୟରେ ପ୍ରତିଦିନ ୧୦୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟ ସରକାର ନୂଆ ଅନଲକ ୩ ରେ କେମିତି ଗୋଷ୍ଠୀ ସଂକ୍ରମଣ କୁ ଆୟତ କରିବେ ତାହା ଏବେ ବଡ ପ୍ରଶ୍ନ ଉଠିଛି ?
ଆଜିର ନୂଆ ୧୬୦୨ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୨,୭୩୬, ସୁସ୍ଥ ହୋଇଛନ୍ତି ୨୦,୫୧୮ ଓ ମୃତ ସଂଖ୍ୟା ୧୮୭ କୁ ପହଁଚିଛି । ଗତକାଲି ରାଜ୍ୟରେ ୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୧୬୦୨ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୨୮୫ ଜଣ କରୋନା ପଜିଟିଭ ଚିହ୍ନଟ । ରାୟଗଡାରୁ ୧୬୪ ଜଣ ଓ ଗଜପତିରୁ ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡାରୁ ୬୨, କଟକରୁ ୫୪ ଜଣ ଓ ପୁରୀରୁ ୫୦ ଜଣ କରୋନା ପଜିଟିଭ ଚିହ୍ନଟ । ଢେଙ୍କାନାଳରୁ ୪୯ ଜଣ ଓ କୋରାପୁଟରୁ ୪୬ ଜଣ କରୋନା ପଜିଟିଭ ଚିହ୍ନଟ ।
କନ୍ଧମାଳରୁ ୪୫ ଜଣ ଓ ଯାଜପୁର ଜିଲ୍ଲାରୁ ୪୪ ଜଣ ଆକ୍ରାନ୍ତ ଚିହ୍ନଟ । ସମ୍ବଲପୁର ଓ ମୟୁରଭଞ୍ଜରୁ ୩୯ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ବଲାଙ୍ଗିର ଜିଲ୍ଲାରୁ ୩୮ ଜଣ ଓ ନୟାଗଡରୁ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦୁଝରରୁ ୩୧ ଜଣ କରୋନା ପଜିଟିଭ ଚିହ୍ନଟ । କଳାହାଣ୍ଡି ଓ ମାଲକାନଗିରିରୁ ୩୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବାଲେଶ୍ୱରରୁ ୨୯ ଜଣ, ଭଦ୍ରକରୁ ୨୦ ଓ ଜଗତସିଂହପୁରରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଅନୁଗୁଳ ଓ କେନ୍ଦ୍ରାପଡା ଜିଲ୍ଲାରୁ ୧୫ ଜଣ ପଜିଟିଭ ଚିହ୍ନଟ । ବରଗଡ଼ରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲାରୁ ୦୯ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ଝାରସୁଗୁଡାରୁ ୦୭ ଜଣ, ସୋନପୁରରୁ ୦୬ ଜଣ ଓ ନୂଆପଡାରୁ ୦୫ ଆକ୍ରାନ୍ତ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୫୭,୨୭୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୦୧ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୭,୦୦,୭୪୪ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୫,୬୫,୧୦୩, ସୁସ୍ଥ ହୋଇଛନ୍ତି ୧୦,୯୪,୩୭୪ ଓ ୩୬,୫୬୨ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୫୨ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।