ଆଜି ରାଜ୍ୟରେ ୧୭୩୪ ନୂଆ କରୋନା ପଜିଟିଭ ଓ ଆଜି ସର୍ବାଧିକ ୧୩ କରୋନା ମୃତ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।

ଆଜି ରାଜ୍ୟରେ ୧୭୩୪ ନୂଆ କରୋନା ପଜିଟିଭ ଓ ଆଜି ସର୍ବାଧିକ ୧୩ କରୋନା ମୃତ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।, Corona Update Odisha new 1734 tested corona positive and 13 deaths Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0

ଆଜି ରାଜ୍ୟରେ ୧୭୩୪ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ସର୍ବାଧିକ ୧୩ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୪୫ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୭୨ କୁ ବୃଦ୍ଧି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୩ ହଜାରକୁ ଟପିଲା ।

୧୩ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୦୬ ଜଣ ଆକ୍ରାନ୍ତ ମୃତ । ଖୋର୍ଦ୍ଧା ଓ କୋରାପୁଟରୁ ୦୨ ଜଣ ଲେଖାଏଁ ଆକ୍ରାନ୍ତ ମୃତ । ବାଲେଶ୍ୱର, ବରଗଡ଼ ଓ ନୟାଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଗଞ୍ଜାମର ମୃତକ ମଧ୍ୟରୁ ୦୫ ଜଣ ପୁରୁଷ ଓ ଜଣେ ମହିଳା । ପୁରୁଷ ମୃତକଙ୍କ ବୟସ ୬୫, ୪୦, ୬୬, ୩୭ ଓ ୫୦ ବର୍ଷ ଏବଂ ମହିଳା ମୃତକଙ୍କ ବୟସ ୬୦ ବର୍ଷ । ଖୋର୍ଦ୍ଧା ଜିଲ୍ଲାର ୦୨ ମୃତକରୁ ଜଣେ ଭୁବନେଶ୍ୱରର ୫୨ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ଖୋର୍ଦ୍ଧା ଜିଲ୍ଲାର ୬୦ ବର୍ଷୀୟ ପୁରୁଷ । କୋରାପୁଟ ଜିଲ୍ଲାର ୦୨ ମୃତକ ୪୭ ଓ ୬୫ ବର୍ଷୀୟ ପୁରୁଷ । ବରଗଡ଼ର ୩୯, ନୟାଗଡ଼ର ୬୦ ଓ ବାଲେଶ୍ୱରର ୮୧ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲାର କରୋନା ମୃତକ ସଂଖ୍ୟା ୧୩୧ କୁ ବୃଦ୍ଧି ।

ଆଜି ରାଜ୍ୟରେ ୨୯ ଟି ଜିଲ୍ଲାରୁ ୧୭୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୦୭୫ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୬୫୯ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଅନଲକ ୩ ଲାଗୁ ହେବ ପରା ଠାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳକୁ ଖସୁନି । କେମିତି ଆୟତ କରିବେ ସରକାର ଉଠିଛି ପ୍ରଶ୍ନ ।

ଆଜିର ନୂଆ ୧୭୩୪ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୫,୩୬୫, ସୁସ୍ଥ ହୋଇଛନ୍ତି ୩୦,୨୪୧ ଓ ମୃତ ସଂଖ୍ୟା ୨୫୯ କୁ ପହଁଚିଛି । ଗତକାଲି ରାଜ୍ୟରେ ୧୫୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୧୭୩୪ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମ ଜିଲ୍ଲାରୁ ୨୨୨ ଜଣ, କଟକରୁ ୧୭୭ ଜଣ ଓ ସୁନ୍ଦରଗଡରୁ ୧୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ୧୦୬, ଗଜପତିରୁ ୮୫ ଜଣ, ବାଲେଶ୍ୱରରୁ ୭୩ ଜଣ ଓ କୋରାପୁଟରୁ ୬୦ ଜଣ କରୋନା ପଜିଟିଭ ଚିହ୍ନଟ । କନ୍ଧମାଳରୁ ୫୯ ଜଣ ଓ ଭଦ୍ରକରୁ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ।

ଆଜି ରାଜ୍ୟରେ ୧୭୩୪ ନୂଆ କରୋନା ପଜିଟିଭ ଓ ଆଜି ସର୍ବାଧିକ ୧୩ କରୋନା ମୃତ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।, Corona Update Odisha new 1734 tested corona positive and 13 deaths Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0

ପୁରୀରୁ ୫୫ ଜଣ ଓ ମାଲକାନଗିରି ଜିଲ୍ଲାରୁ ୫୨ ଜଣ ଆକ୍ରାନ୍ତ ଚିହ୍ନଟ । ବରଗଡ଼ ଜିଲ୍ଲାରୁ ୫୧ ଜଣ ଓ ଯାଜପୁରରୁ ୩୮ ଜଣ ପଜିଟିଭ ଚିହ୍ନଟ । ମୟୁରଭଞ୍ଜରୁ ୩୫ ଜଣ ଓ ଢେଙ୍କାନାଳ ଜିଲ୍ଲାରୁ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦୁଝରରୁ ୨୭ ଜଣ ଓ କଳାହାଣ୍ଡିରୁ ୨୪ ଜଣ କରୋନା ପଜିଟିଭ ଚିହ୍ନଟ । ନୂଆପଡାରୁ ୨୨ ଜଣ ଓ ରାୟଗଡାରୁ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବଲପୁରରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନବରଙ୍ଗପୁର ଓ ସୋନପୁର ଜିଲ୍ଲାରୁ ୧୩ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ଜଗତସିଂହପୁରରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗୀର ଓ ଝାରସୁଗୁଡାରୁ ୦୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେବଗଡ ଜିଲ୍ଲାରୁ ୦୫ ଜଣ, ଅନୁଗୁଳରୁ ୦୪ ଜଣ ଓ କେନ୍ଦ୍ରାପଡ଼ାରୁ ୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୬୪,୪୩୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୬୬ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୧,୫୫,୮୪୭ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୬,୩୦,୩୮୨, ସୁସ୍ଥ ହୋଇଛନ୍ତି ୧୪,୮୧,୫୩୬ ଓ ୪୩,୪୬୮ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୬୩ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *