ଆଜି ରାଜ୍ୟରେ ସର୍ବାଧିକ ୧୮୩୩ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ସର୍ବାଧିକ ୧୨ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୪୨ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୪୭ କୁ ବୃଦ୍ଧି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷକୁ ଟପିଥିଲା ବେଳେ କରୋନା ମୃତ୍ୟୁ ସଂଖ୍ୟା ୪୧ ହଜାରକୁ ଟପିଲା ।
Covid-19 Report For 6th August
New Positive Cases: 1833
In Quarantine: 1118
Local Contacts: 715(Details of local contacts will be shared by concerned District Administration)
District Wise Cases
1. Angul: 9
2. Balasore: 69
3. Bargarh: 8
4. Bhadrak: 50
5. Balangir: 37— I & PR Department, Odisha (@IPR_Odisha) August 7, 2020
22. Nawarangpur: 11
23. Nayagarh: 61
24. Nuapada: 1
25. Puri: 67
26. Rayagada: 152
27. Sambalpur: 39
28. Sonepur: 33
29. Sundargarh: 110New Recoveries: 1150
Cumulative Tested: 616646
Positive: 42550
Recovered: 26887
Active Cases: 15370— I & PR Department, Odisha (@IPR_Odisha) August 7, 2020
୧୨ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଓ ସୁନ୍ଦରଗଡ଼ରୁ ୦୩ ଜଣ ଲେଖାଏଁ ଆକ୍ରାନ୍ତ ମୃତ । ଭଦ୍ରକ, ସମ୍ବଲପୁର ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । କେନ୍ଦ୍ରାପଡା, ଢେଙ୍କାନାଳ ଓ ଗଜପତିରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ମୟୁରଭଞ୍ଜ ଜିଲ୍ଲର ଆଜି ପ୍ରଥମ କରୋନା ମୃତ । ମୃତକ ୫୫ ବର୍ଷୀୟ ପୁରୁଷ । ଢେଙ୍କାନାଳରେ ମଧ୍ୟ ପ୍ରଥମ କରୋନା ମୃତ୍ୟୁ । ମୃତକ ୬୧ ବର୍ଷୀୟ ପୁରୁଷ । ଆଜି ୦୩ କୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୨୩ କୁ ବୃଦ୍ଧି ହେଲା । ଗଞ୍ଜାମର ସମସ୍ତ ମୃତକ ପୁରୁଷ ଏବଂ ବୟସ ୫୨, ୫୦ ଓ ୬୨ ବର୍ଷ । ସୁନ୍ଦରଗଡ ଜିଲ୍ଲାର ୦୩ ମୃତକ ପୁରୁଷ ଓ ବୟସ ୭୭, ୬୬, ୭୭ ବର୍ଷ । ୫୪ ବର୍ଷୀୟ ବ୍ୟକ୍ତି ଓ ୨୮ ବର୍ଷୀୟ ଯୁବତୀ ମୃତ । କେନ୍ଦ୍ରାପଡାର ୩୬ ବର୍ଷୀୟ ପୁରୁଷ ଓ ସମ୍ବଲପୁରର ୭୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ । ଭଦ୍ରକର ୫୫ ବର୍ଷୀୟ ପୁରୁଷ ଓ ଗଜପତିର ୩୪ ବର୍ଷୀୟ ଯୁବକ ମୃତ୍ୟୁ ।
ଆଜି ରାଜ୍ୟରେ ୨୯ ଟି ଜିଲ୍ଲାରୁ ୧୮୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୧୧୮ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୭୧୫ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଅନଲକ ୩ ଲାଗୁ ହେବ ପରା ଠାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳକୁ ଖସୁନି । କେମିତି ଆୟତ କରିବେ ସରକାର ଉଠିଛି ପ୍ରଶ୍ନ ।
ଆଜିର ନୂଆ ୧୮୩୩ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୫,୩୭୦, ସୁସ୍ଥ ହୋଇଛନ୍ତି ୨୬,୮୮୭ ଓ ମୃତ ସଂଖ୍ୟା ୨୪୭ କୁ ପହଁଚିଛି । ଗତକାଲି ରାଜ୍ୟରେ ୧୧୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୧୮୩୩ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମ ଜିଲ୍ଲାକୁ ଟପିଲା ଖୋର୍ଦ୍ଧା ଜିଲ୍ଲା । ଆଜି ଗଞ୍ଜାମରୁ ୨୭୯ ଜଣ କରୋନା ପଜିଟିଭ ଚିହ୍ନଟ । ରାୟଗଡାରୁ ୧୫୨ ଜଣ ଓ କଟକରୁ ୧୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୧୧୦, କଳାହାଣ୍ଡିରୁ ୮୪ ଜଣ ଓ ବାଲେଶ୍ୱରରୁ ୬୯ ଜଣ କରୋନା ପଜିଟିଭ ଚିହ୍ନଟ । ପୁରୀରୁ ୬୭ ଜଣ ଓ ନୟାଗଡରୁ ୬୧ ଜଣ କରୋନା ପଜିଟିଭ ଚିହ୍ନଟ ।
ଯାଜପୁରରୁ ୬୦ ଜଣ ଓ ଭଦ୍ରକ ଜିଲ୍ଲାରୁ ୫୦ ଜଣ ଆକ୍ରାନ୍ତ ଚିହ୍ନଟ । କୋରାପୁଟ ଜିଲ୍ଲାରୁ ୪୭ ଜଣ ଓ ଢେଙ୍କାନାଳ ୪୩ ଜଣ ପଜିଟିଭ ଚିହ୍ନଟ । ସମ୍ବଲପୁରରୁ ୩୯ ଜଣ ଓ ବଲାଙ୍ଗିର ଜିଲ୍ଲାରୁ ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ମାଲକାନଗିରିରୁ ୩୬ ଜଣ ଓ ଗଜପତିରୁ ୩୫ ଜଣ କରୋନା ପଜିଟିଭ ଚିହ୍ନଟ । କେନ୍ଦ୍ରାପଡା, ମୟୁରଭଞ୍ଜ ଓ ବୌଦ୍ଧରୁ ୩୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୋନପୁରରୁ ୩୩ ଜଣ ଓ ଝାରସୁଗୁଡାରୁ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁର, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରୁ ୧୬ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ନବରଙ୍ଗପୁରରୁ ୧୧, ଅନୁଗୁଳରୁ ୦୯, ବରଗଡ଼ରୁ ୦୮ ଓ ନୂଆପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ।

ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୬୨,୫୩୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୯୦୪ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୦,୨୭,୭୪୬ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୬,୦୭,୦୫୦, ସୁସ୍ଥ ହୋଇଛନ୍ତି ୧୩,୭୮,୫୮୭ ଓ ୪୧,୬୫୫ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୫୯ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।