ରାଜ୍ୟରେ ଆଜି ୨୧୩୮ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୫ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨ ଲକ୍ଷ ୬୪ ହଜାରକୁ ଟପିଲା । ରାଜ୍ୟରେ ଆଜି ୧,୧୦୪ କୁ ପହଁଚିଲା କରୋନା ମୃତ୍ୟୁ ସଂଖ୍ୟା ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୨୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୨୫୧ କ୍ଵାରେଣ୍ଟାଇନ୍ରୁ ଓ ୮୮୭ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
Covid-19 Report For 15th October
New Positives Positive: 2138
In quarantine: 1251
Local contacts: 887(Details of local contacts will be shared by concerned Dist Administration)
District Wise Cases
1. Angul: 151
2. Balasore: 57
3. Bargarh: 73
4. Bhadrak: 47
5. Balangir: 79— I & PR Department, Odisha (@IPR_Odisha) October 16, 2020
22. Mayurbhanj: 119
23. Nawarangpur: 21
24. Nayagarh: 31
25. Nuapada: 41
26. Puri: 73
27. Rayagada: 25
28. Sambalpur: 53
29. Sonepur: 80
30. Sundargarh: 137
31. State Pool: 62New Recoveries: 2772
Cumulative Tested: 3959712
Positive: 264149
Recovered: 238535
Active Cases: 24457— I & PR Department, Odisha (@IPR_Odisha) October 16, 2020
ଆଜିର ନୂଆ ୨୧୩୮ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୨,୦୧୧ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୨,୩୮,୫୩୫, ଆକ୍ଟିଭ କେସ ୨୪,୪୫୭ ଓ ମୃତ ସଂଖ୍ୟା ୧,୧୦୪ କୁ ପହଁଚିଲା । ଗତକାଲି ରାଜ୍ୟରେ ୨୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୨୧୩୮ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୧୫୬ ଜଣ, ଅନୁଗୁଳରୁ ୧୫୧ ଜଣ ଓ ସୁନ୍ଦରଗଡରୁ ୧୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ୧୧୯ ଜଣ, ସୁବର୍ଣ୍ଣପୁରରୁ ୮୦ ଜଣ ଓ ବଲାଙ୍ଗିରରୁ ୭୯ ଜଣ କରୋନା ପଜିଟିଭ ଚିହ୍ନଟ । ବରଗଡ଼ ଓ ପୁରୀରୁ ୭୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।

କେନ୍ଦ୍ରାପଡାରୁ ୭୨ ଜଣ, ଯାଜପୁରରୁ ୭୧ ଜଣ ଓ ଜଗତସିଂହପୁରରୁ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଷ୍ଟେଟ୍ ପୁଲ୍ରୁ ୬୨ ଜଣ ଓ ବାଲେଶ୍ୱରରୁ ୫୭ ଜଣ କରୋନା ପଜିଟିଭ ଚିହ୍ନଟ । ଝାରସୁଗୁଡା ଓ ମାଲକାନଗିରିରୁ ୫୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ସମ୍ବଲପୁରରୁ ୫୩ ଜଣ, କଳାହାଣ୍ଡିରୁ ୫୧ ଜଣ ଓ ଭଦ୍ରକରୁ ୪୭ ଜଣ କରୋନା ପଜିଟିଭ ଚିହ୍ନଟ । କେନ୍ଦୁଝରରୁ ୪୬ ଜଣ ଓ ନୂଆପଡାରୁ ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
ଢେଙ୍କାନାଳ ଓ କୋରାପୁଟରୁ ୩୮ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ନୟାଗଡରୁ ୩୧ ଜଣ, କନ୍ଧମାଳରୁ ୨୪ ଜଣ ଓ ଗଞ୍ଜାମରୁ ୧୮ ଜଣ ଆକ୍ରାନ୍ତ ଚିହ୍ନଟ । ନବରଙ୍ଗପୁର ଓ ବୌଦ୍ଧରୁ ୨୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ଦେବଗଡରୁ ୦୯ ଜଣ ଓ ଗଜପତିରୁ ୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
କରୋନା ମୃତ୍ୟୁ ସଂଖ୍ୟା:
୧୫ ମୃତକଙ୍କ ମଧ୍ୟରୁ କଟକ, ଭୁବନେଶ୍ୱର, ସମ୍ବଲପୁର ଓ ନବରଙ୍ଗପୁରରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ବରଗଡ଼, ଭଦ୍ରକ, ଝାରସୁଗୁଡା ଓ ଜଗତସିଂହପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ । କେନ୍ଦ୍ରାପଡା, ପୁରୀ ଓ ସୁନ୍ଦରଗଡରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ।

ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୬୩,୩୭୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୮୯୫ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୭୩,୭୦,୪୬୮ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୮,୦୪,୫୨୮, ସୁସ୍ଥ ହୋଇଛନ୍ତି ୬୪,୫୩,୭୭୯ ଓ ୧,୧୨,୧୬୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୯୮ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।