ରାଜ୍ୟରେ ଆଜି ୨୧୯୬ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୭ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨ ଲକ୍ଷ ୬୬ ହଜାରକୁ ଟପିଲା । ରାଜ୍ୟରେ ଆଜି ୧,୧୨୧ କୁ ପହଁଚିଲା କରୋନା ମୃତ୍ୟୁ ସଂଖ୍ୟା ।
ଆଜି ରାଜ୍ୟରେ ୨୯ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୨୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୨୭୪ କ୍ଵାରେଣ୍ଟାଇନ୍ରୁ ଓ ୯୨୨ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
Covid-19 Report For 16th October
New Positives Cases: 2196
In quarantine: 1274
Local contacts: 922(Details of local contacts will be shared by concerned District Administration)
District Wise Cases
1. Angul: 107
2. Balasore: 104
3. Bargarh: 80
4. Bhadrak: 16
5. Balangir: 71— I & PR Department, Odisha (@IPR_Odisha) October 17, 2020
22. Nawarangpur: 50
23. Nayagarh: 20
24. Nuapada: 108
25. Puri: 77
26. Rayagada: 14
27. Sambalpur: 37
28. Sonepur: 70
29. Sundargarh: 140
30. State Pool: 50New Recoveries: 2850
Cumulative Tested: 4001065
Positive: 266345
Recovered: 241385
Active Cases: 23786— I & PR Department, Odisha (@IPR_Odisha) October 17, 2020
ଆଜିର ନୂଆ ୨୧୯୬ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬,୩୪୫ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୨,୪୧,୩୮୫, ଆକ୍ଟିଭ କେସ ୨୩,୭୮୬ ଓ ମୃତ ସଂଖ୍ୟା ୧,୧୨୧ କୁ ପହଁଚିଲା । ଗତକାଲି ରାଜ୍ୟରେ ୨୮୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୨୧୯୬ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୧୭୫ ଜଣ, ସୁନ୍ଦରଗଡରୁ ୧୪୦ ଜଣ ଓ ମୟୁରଭଞ୍ଜରୁ ୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୧୧୩ ଜଣ, ନୂଆପଡାରୁ ୧୦୮ ଜଣ ଓ ଅନୁଗୁଳରୁ ୧୦୭ ଜଣ କରୋନା ପଜିଟିଭ ଚିହ୍ନଟ । ବାଲେଶ୍ୱରରୁ ୧୦୪ ଜଣ, କଳାହାଣ୍ଡିରୁ ୯୪ ଜଣ ଓ ଜଗତସିଂହପୁରରୁ ୮୬ ଜଣ କରୋନା ପଜିଟିଭ ଚିହ୍ନଟ ।
ବରଗଡ଼ରୁ ୮୦ ଜଣ ଓ ପୁରୀରୁ ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗିର ଓ ଝାରସୁଗୁଡାରୁ ୭୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ସୋନପୁରରୁ ୭୦ ଜଣ ଓ କେନ୍ଦୁଝରରୁ ୬୭ ଜଣ ଆକ୍ରାନ୍ତ ଚିହ୍ନଟ । ନବରଙ୍ଗପୁର ଓ ଷ୍ଟେଟ୍ ପୁଲ୍ରୁ ୫୦ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ମାଲକାନଗିରିରୁ ୩୮ ଜଣ, ସମ୍ବଲପୁରରୁ ୩୭ ଓ କନ୍ଧମାଳରୁ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଢେଙ୍କାନାଳରୁ ୩୩ ଜଣ, ବୌଦ୍ଧରୁ ୩୨ ଜଣ ଓ କୋରାପୁଟରୁ ୨୯ ଜଣ କରୋନା ପଜିଟିଭ ଚିହ୍ନଟ । ନୟାଗଡରୁ ୨୦ ଜଣ, ଭଦ୍ରକରୁ ୧୬ ଜଣ ଓ ରାୟଗଡାରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମରୁ ୧୩ ଜଣ ଓ ଗଜପତିରୁ ୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
କରୋନା ମୃତ୍ୟୁ ସଂଖ୍ୟା:
୧୭ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣ ଓ କଟକରୁ ୦୨ ଜଣ କରୋନା ଆକ୍ରାନ୍ତ ମୃତ । ଅନୁଗୁଳ, ବାଲେଶ୍ୱର, କନ୍ଧମାଳ, କେନ୍ଦୁଝର ଓ ଜଗତସିଂହପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ । ନୟାଗଡ, ମୟୁରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୬୫,୧୨୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୮୩୭ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୭୪,୩୨,୬୮୦ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୭,୯୫,୦୮୭, ସୁସ୍ଥ ହୋଇଛନ୍ତି ୬୫,୨୪,୫୯୫ ଓ ୧,୧୨,୯୯୮ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୯୯ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।