ରାଜ୍ୟରେ ଆଜି ୨୨୭୫ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୭ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।

Corona Update Odisha new 2275 tested corona positive and 17 deaths, Coronavirus, Corona Update, Corona Nitdina, Odisha

ରାଜ୍ୟରେ ଆଜି ୨୨୭୫ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୭ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨ ଲକ୍ଷ ୫୬ ହଜାରକୁ ଟପିଲା । ରାଜ୍ୟରେ ଆଜି ୧୦୫୭ କୁ ପହଁଚିଲା କରୋନା ମୃତ୍ୟୁ ସଂଖ୍ୟା ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୨୨୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୩୧୮ କ୍ଵାରେଣ୍ଟାଇନ୍‌ରୁ ଓ ୯୫୭ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

ଆଜିର ନୂଆ ୨୨୭୫ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୯୩୭ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୨,୩୦,୧୯୨, ଆକ୍ଟିଭ କେସ ୨୫,୬୩୫ ଓ ମୃତ ସଂଖ୍ୟା ୧,୦୫୭ କୁ ପହଁଚିଲା । ଗତକାଲି ରାଜ୍ୟରେ ୨୫୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୨୨୭୫ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ସୁନ୍ଦରଗଡରୁ ୧୫୦ ଜଣ, କଟକରୁ ୧୪୪ ଜଣ ଓ ଅନୁଗୁଳରୁ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୧୧୧ ଜଣ, ମୟୁରଭଞ୍ଜରୁ ୧୧୦ ଜଣ ଓ ଝାରସୁଗୁଡାରୁ ୧୦୦ ଜଣ କରୋନା ପଜିଟିଭ ଚିହ୍ନଟ । ଯାଜପୁରରୁ ୮୨ ଜଣ, ବଲାଙ୍ଗିରରୁ ୭୭ ଜଣ ଓ ପୁରୀରୁ ୭୧ ଜଣ କରୋନା ପଜିଟିଭ ଚିହ୍ନଟ ।

Google

ନୂଆପଡାରୁ ୬୯ ଜଣ କେନ୍ଦ୍ରାପଡାରୁ ୬୮ ଜଣ ଓ ଷ୍ଟେଟ୍ ପୁଲ୍ରୁ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବରଗଡ଼ ଓ କଳାହାଣ୍ଡିରୁ ୬୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ସମ୍ବଲପୁରରୁ ୫୬ ଜଣ, ଜଗତସିଂହପୁରରୁ ୫୫ ଓ ମାଲକାନଗିରିରୁ ୫୩ ଜଣ କରୋନା ପଜିଟିଭ ଚିହ୍ନଟ । ସୋନପୁର, ଭଦ୍ରକ ଓ କନ୍ଧମାଳରୁ ୫୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।

କୋରାପୁଟ ଓ ନବରଙ୍ଗପୁରରୁ ୩୯ ଜଣ କରୋନା ପଜିଟିଭ ଚିହ୍ନଟ । କେନ୍ଦୁଝରରୁ ୩୭ ଜଣ, ଗଞ୍ଜାମରୁ ୩୬ ଜଣ ଓ ରାୟଗଡାରୁ ୩୩ ଜଣ ଆକ୍ରାନ୍ତ ଚିହ୍ନଟ । ନୟାଗଡରୁ ୩୧ ଜଣ, ଢେଙ୍କାନାଳରୁ ୨୭ ଜଣ ଓ ବୌଦ୍ଧରୁ ୨୧ ଜଣ କରୋନା ପଜିଟିଭ ଚିହ୍ନଟ । ଦେବଗଡରୁ ୧୫ ଜଣ ଏବଂ ଗଜପତିରୁ ୦୬ ଜଣ ଆକ୍ରାନ୍ତ ଚିହ୍ନଟ ।

କରୋନା ମୃତ୍ୟୁ ସଂଖ୍ୟା:

୧୭ ମୃତକଙ୍କ ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୦୪ ଜଣ କରୋନା ଆକ୍ରାନ୍ତ ମୃତ । ଭୁବନେଶ୍ୱରରୁ ୦୩ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ପୁରୀ ଓ ସୁନ୍ଦରଗଡ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ସମ୍ବଲପୁର, ଜଗତସିଂହପୁର, ଝାରସୁଗୁଡା, କେନ୍ଦ୍ରାପଡା, ବାଲେଶ୍ୱର ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ।

Google
ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୫୫,୩୪୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୭୦୬ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୭୧,୭୫,୮୮୨ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୮,୩୮,୭୨୯ ସୁସ୍ଥ ହୋଇଛନ୍ତି ୬୨,୨୭,୨୯୬ ଓ ୧,୦୯,୮୫୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୯୬ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *