ରାଜ୍ୟରେ ଆଜି ୨୪୨୩ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୮ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।

Corona Update Odisha new 2423 tested corona positive and 18 deaths, Coronavirus, Corona Update, Corona Odisha, Odisha, Nitidina

ରାଜ୍ୟରେ ଆଜି ୨୪୨୩ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୮ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨ ଲକ୍ଷ ୫୪ ହଜାରକୁ ଟପିଲା । ରାଜ୍ୟରେ ଆଜି ୧୦୪୦ କୁ ପହଁଚିଲା କରୋନା ମୃତ୍ୟୁ ସଂଖ୍ୟା ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୨୪୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୪୧୭ କ୍ଵାରେଣ୍ଟାଇନ୍‌ରୁ ଓ ୧୦୦୬ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

ଆଜିର ନୂଆ ୨୪୨୩ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪,୬୬୨ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୨,୨୭,୬୧୫, ଆକ୍ଟିଭ କେସ ୨୫,୯୫୪ ଓ ମୃତ ସଂଖ୍ୟା ୧,୦୪୦ କୁ ପହଁଚିଲା । ଗତକାଲି ରାଜ୍ୟରେ ୩୩୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୨୪୨୩ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଅନୁଗୁଳରୁ ୨୨୯ ଜଣ, ସୁନ୍ଦରଗଡରୁ ୧୯୫ ଜଣ ଓ ମୟୁରଭଞ୍ଜରୁ ୧୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୧୮ ଜଣ, ବରଗଡ଼ରୁ ୯୯ ଜଣ ଓ ଯାଜପୁରରୁ ୯୭ ଜଣ କରୋନା ପଜିଟିଭ ଚିହ୍ନଟ । ବଲାଙ୍ଗିରରୁ ୯୩ ଜଣ, ଜଗତସିଂହପୁରରୁ ୮୪ ଜଣ ଓ ଷ୍ଟେଟ୍ ପୁଲ୍ରୁ ୭୫ ଜଣ କରୋନା ପଜିଟିଭ ଚିହ୍ନଟ ।

Corona Update Odisha new 2423 tested corona positive and 18 deaths
Google

ପୁରୀ ଓ କେନ୍ଦ୍ରାପଡାରୁ ୭୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦୁଝରରୁ ୭୦ ଜଣ ଓ ଭଦ୍ରକରୁ ୬୭ ଜଣ ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡା ଓ ଢେଙ୍କାନାଳରୁ ୬୬ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ନୂଆପଡାରୁ ୬୩ ଜଣ, ସମ୍ବଲପୁରରୁ ୬୦ ଜଣ ଓ କଳାହାଣ୍ଡିରୁ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ସୋନପୁରରୁ ୫୩ ଜଣ, ମାଲକାନଗିରିରୁ ୪୮ ଜଣ ଓ ବାଲେଶ୍ୱରରୁ ୪୨ ଜଣ କରୋନା ପଜିଟିଭ ଚିହ୍ନଟ । ନୟାଗଡରୁ ୪୦ ଜଣ, ଗଞ୍ଜାମରୁ ୩୭ ଜଣ ଓ କନ୍ଧମାଳରୁ ୩୫ ଜଣ ଆକ୍ରାନ୍ତ ଚିହ୍ନଟ । ନବରଙ୍ଗପୁରରୁ ୨୮ ଜଣ, କୋରାପୁଟରୁ ୨୪ ଜଣ ଓ ଦେବଗଡରୁ ୧୭ ଜଣ କରୋନା ପଜିଟିଭ ଚିହ୍ନଟ । ବୌଦ୍ଧ ଓ ରାୟଗଡାରୁ ୧୦ ଜଣ ଲେଖାଏଁ ଏବଂ ଗଜପତିରୁ ୦୭ ଜଣ ଆକ୍ରାନ୍ତ ଚିହ୍ନଟ ।

କରୋନା ମୃତ୍ୟୁ ସଂଖ୍ୟା:

୧୮ ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୦୪ ଜଣ କରୋନା ଆକ୍ରାନ୍ତ ମୃତ । ବାଲେଶ୍ୱର ଓ ଖୋର୍ଦ୍ଧାରୁ ୦୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ । ଯାଜପୁର ଓ ସୁନ୍ଦରଗଡ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ମୟୁରଭଞ୍ଜ, ଜଗତସିଂହପୁର, ନବରଙ୍ଗପୁର ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ।

Corona Update Odisha new 2423 tested corona positive and 18 deaths
Google
ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୬୬,୭୩୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୮୧୬ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୭୧,୨୦,୫୩୯ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୮,୬୧,୮୫୩ ସୁସ୍ଥ ହୋଇଛନ୍ତି ୬୧,୪୯,୫୩୬ ଓ ୧,୦୯,୧୫୦ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୯୪ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *