ରାଜ୍ୟରେ ଆଜି ୨୬୦୨ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୦ ମୁଣ୍ଡ ନେଲା କରୋନା ।

ରାଜ୍ୟରେ ଆଜି ୨୬୦୨ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୦ ମୁଣ୍ଡ ନେଲା କରୋନା ।, Corona Update Odisha new 2602 tested corona positive and 10 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Corona Record

ରାଜ୍ୟରେ ଆଜି ୨୬୦୨ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୦ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୩ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୯୨ କୁ ବୃଦ୍ଧି ।

୧୦ ମୃତକଙ୍କ ମଧ୍ୟରୁ କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୦୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଗଞ୍ଜାମ, ନୟାଗଡ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । କନ୍ଧମାଳ ଜିଲ୍ଲାର ସମସ୍ତ ମୃତକ ୦୩ ପୁରୁଷ ଓ ବୟସ ୪୩, ୫୮ ଓ ୪୨ ବର୍ଷ । ଖୋର୍ଦ୍ଧା ଜିଲ୍ଲାର ୦୩ ମୃତକ ମଧ୍ୟରୁ ୦୨ ଜଣ ମହିଳା ଓ ଜଣେ ପୁରୁଷ । ଉଭୟ ମହିଳା ମୃତକଙ୍କ ବୟସ ୬୦ ବର୍ଷ ଓ ପୁରୁଷ ଜଣକ ଭୁବନେଶ୍ୱରରୁ ୫୬ ବର୍ଷୀୟ । ଗଞ୍ଜାମର ମୃତକ ଜଣକ ୪୮ ବର୍ଷୀୟ ପୁରୁଷ । ନୟାଗଡ ଜିଲ୍ଲାର ମୃତକ ଜଣକ ୭୩ ବର୍ଷୀୟ ପୁରୁଷ । ରାୟଗଡାର ୫୪ ଓ ସୁନ୍ଦରଗଡର ୭୧ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ କରୋନା ମୃତ ସଂଖ୍ୟା ୪୯୨ କୁ ପହଁଚିଲା ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲାରୁ ୨୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୫୬୧ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୦୪୨ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ ।

ଆଜିର ନୂଆ ୨୬୦୨ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୫୩୬ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୭୩,୨୩୩, ଆକ୍ଟିଭ କେସ ୨୯,୭୫୮ ଓ ମୃତ ସଂଖ୍ୟା ୪୯୨ କୁ ପହଁଚିଲା । ଗତକାଲି ରାଜ୍ୟରେ ୨୫୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଆଜି ୨୬୦୨ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୦ ମୁଣ୍ଡ ନେଲା କରୋନା ।, Corona Update Odisha new 2602 tested corona positive and 10 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Corona Record

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୨୬୦୨ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୨୩୬ ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୦ ଜଣ ଓ କେନ୍ଦ୍ରାପଡ଼ାରୁ ୧୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରୁ ୧୨୭ ଜଣ କରୋନା ପଜିଟିଭ ଚିହ୍ନଟ । ବାଲେଶ୍ୱର ଓ ଯାଜପୁରରୁ ୧୦୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।

ନୟାଗଡରୁ ୯୧ ଜଣ, କେନ୍ଦୁଝରରୁ ୮୬ ଓ ଝାରସୁଗୁଡାରୁ ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁର ଓ ବରଗଡରୁ ୮୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ମାଲକାନଗିରିରୁ ୮୦ ଜଣ ଓ ସମ୍ବଲପୁରରୁ ୭୮ ଜଣ ପଜିଟିଭ ଚିହ୍ନଟ । ମୟୁରଭଞ୍ଜରୁ ୭୨, ଢେଙ୍କାନାଳରୁ ୬୭ ଜଣ ଓ କଳାହାଣ୍ଡିରୁ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାୟଗଡ଼ାରୁ ୫୪ ଜଣ, ଭଦ୍ରକରୁ ୪୭ ଜଣ ଓ ପୁରୀରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗିରରୁ ୪୨ ଜଣ ଓ ସୋନପୁରରୁ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ସୁନ୍ଦରଗଡରୁ ୧୯ ଜଣ ଓ ନବରଙ୍ଗପୁରରୁ ୧୮ ଜଣ କରୋନା ପଜିଟିଭ ଚିହ୍ନଟ । କନ୍ଧମାଳରୁ ୧୭ ଜଣ, ନୂଆପଡାରୁ ୧୬ ଓ ଅନୁଗୁଳରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ । ବୌଦ୍ଧରୁ ୦୯ ଜଣ, ଗଜପତିରୁ ୦୭ ଓ ଦେବଗଡାରୁ ୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

Corona Update Odisha, Covid-19: Nitidina
Google
ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୮୦,୦୯୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୯୭୦ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୩୬,୧୬,୭୩୦ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୭,୮୪,୭୬୮ ସୁସ୍ଥ ହୋଇଛନ୍ତି ୨୭,୬୭,୪୧୨ ଓ ୬୪,୫୫୦ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୭୬ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *