ରାଜ୍ୟରେ ଆଜି ୨୬୧୭ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୭ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।

Corona Update Odisha new 2617 tested corona positive and 17 deaths, Nitidina, Odisha, Corona Update

ରାଜ୍ୟରେ ଆଜି ୨୬୧୭ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୭ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨ ଲକ୍ଷ ୩୫ ହଜାରକୁ ଟପିଲା । ରାଜ୍ୟରେ ଆଜି ୯୨୪ କୁ ପହଁଚିଲା କରୋନା ମୃତ୍ୟୁ ସଂଖ୍ୟା ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୨୬୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୫୨୧ କ୍ଵାରେଣ୍ଟାଇନ୍‌ରୁ ଓ ୧୦୯୬ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

ଆଜିର ନୂଆ ୨୬୧୭ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୫,୩୩୦ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୨,୦୨,୩୦୨, ଆକ୍ଟିଭ କେସ ୩୨,୦୫୧ ଓ ମୃତ ସଂଖ୍ୟା ୯୨୪ କୁ ପହଁଚିଲା । ଗତକାଲି ରାଜ୍ୟରେ ୪୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୨୬୧୭ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବରଗଡ଼ରୁ ୧୪୮ ଜଣ, କଟକରୁ ୧୩୬ ଓ କେନ୍ଦ୍ରାପଡାରୁ ୧୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୧୫ ଜଣ, ଯାଜପୁରରୁ ୧୧୨ ଜଣ ଓ ବଲାଙ୍ଗିରରୁ ୧୦୯ ଜଣ କରୋନା ପଜିଟିଭ ଚିହ୍ନଟ । କେନ୍ଦୁଝରରୁ ୧୦୭ କଣ କରୋନା ପଜିଟିଭ ଚିହ୍ନଟ । ଷ୍ଟେଟ୍ ପୁଲ୍ ଓ ସମ୍ବଲପୁରରୁ ୧୦୬ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।

ମୟୁରଭଞ୍ଜରୁ ୧୦୨ ଜଣ ଓ ସୁନ୍ଦରଗଡରୁ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱର ଓ ପୁରୀରୁ ୭୯ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳରୁ ୭୪ ଜଣ, ମାଲକାନଗିରିରୁ ୬୭ ଜଣ ଓ ନବରଙ୍ଗପୁରରୁ ୫୯ ଜଣ କରୋନା ପଜିଟିଭ ଚିହ୍ନଟ । ନୂଆପଡାରୁ ୫୮ ଜଣ, ଭଦ୍ରକରୁ ୪୯ ଜଣ ଓ ଝାରସୁଗୁଡାରୁ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁରରୁ ୪୫ ଜଣ ଓ କଳାହାଣ୍ଡିରୁ ୪୪ ଜଣ କରୋନା ପଜିଟିଭ ଚିହ୍ନଟ ।

Corona Update Odisha new 2617 tested corona positive and 17 deaths, Nitidina, Odisha, Corona Update
Google

ଗଞ୍ଜାମ ଓ କୋରାପୁଟରୁ ୪୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ୩୮ ଜଣ, କନ୍ଧମାଳରୁ ୩୨ ଜଣ ଓ ରାୟଗଡାରୁ ୨୬ ଜଣ କରୋନା ପଜିଟିଭ ଚିହ୍ନଟ । ସୋନପୁରରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ । ବୌଦ୍ଧ ଓ ଦେବଗଡରୁ ୧୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଗଜପତିରୁ ୦୭ ଜଣ ଆକ୍ରାନ୍ତ ଚିହ୍ନଟ ।

କରୋନା ମୃତ୍ୟୁ ସଂଖ୍ୟା:

୧୭ ମୃତକଙ୍କ ମଧ୍ୟରୁ କଟକ ଓ ପୁରୀ ଜିଲ୍ଲାରୁ ୦୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ବାଲେଶ୍ୱର, ବୌଦ୍ଧ ଓ ଖୋର୍ଦ୍ଧାରୁ ୦୨ ଜଣ ଲେଖାଁଏ କରୋନା ଆକ୍ରାନ୍ତ ମୃତ୍ୟୁ । ଅନୁଗୁଳ, କେନ୍ଦୁଝର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ସୁନ୍ଦରଗଡ ଓ ରାୟଗଡାରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ ।

କଟକର ୦୩ ମୃତକ ମଧ୍ୟରୁ ୩୮ ଓ ୬୦ ବର୍ଷୀୟ ମହିଳା ଏବଂ ଜଣେ ୮୫ ବର୍ଷୀୟ ପୁରୁଷ । ପୁରୀ ଜିଲ୍ଲାର ୦୩ ମୃତକ ୪୦, ୬୨ ଓ ୭୫ ବର୍ଷୀୟ ପୁରୁଷ । ବାଲେଶ୍ୱରର ୦୨ ମୃତକ ୨୫ ଓ ୫୮ ବର୍ଷୀୟ ପୁରୁଷ । ବୌଦ୍ଧର ୦୨ ମୃତକ ୪୪ ଓ ୬୪ ବର୍ଷୀୟ ପୁରୁଷ । ଖୋର୍ଦ୍ଧାର ୦୨ ମୃତକ ଭୁବନେଶ୍ୱରରୁ ୬୦ ଓ ୭୮ ବର୍ଷୀୟ ପୁରୁଷ । ଅନୁଗୁଳର ୪୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । ନବରଙ୍ଗପୁର ଓ କେନ୍ଦୁଝରର ୪୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । ରାୟଗଡାର ୪୫ ବର୍ଷୀୟ ମହିଳା ଓ ସୁନ୍ଦରଗଡର ୬୭ ବର୍ଷୀୟ ପୁରୁଷ ମୃତ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୭୪,୪୪୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୯୦୩ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୬୬,୨୩,୮୧୫ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୩୪,୪୨୭ ସୁସ୍ଥ ହୋଇଛନ୍ତି ୫୫,୮୬,୭୦୩ ଓ ୧,୦୨,୬୮୫ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୯୧ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *