ରାଜ୍ୟରେ ଆଜି ୨୬୭୩ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୬ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।

Corona Update Odisha new 2673 tested corona positive and 16 deaths, ରାଜ୍ୟରେ ଆଜି ୨୬୭୩ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୬ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।, Corona Update, Covid-19, Nitidina, Odisha

ରାଜ୍ୟରେ ଆଜି ୨୬୭୩ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୬ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨ ଲକ୍ଷ ୩୮ ହଜାରକୁ ଟପିଲା । ରାଜ୍ୟରେ ଆଜି ୯୪୦ କୁ ପହଁଚିଲା କରୋନା ମୃତ୍ୟୁ ସଂଖ୍ୟା ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୨୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୫୫୪ କ୍ଵାରେଣ୍ଟାଇନ୍‌ରୁ ଓ ୧୧୧୯ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

ଆଜିର ନୂଆ ୨୬୭୩ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮୦୦୩ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୨,୦୬,୪୦୦, ଆକ୍ଟିଭ କେସ ୩୦,୬୧୦ ଓ ମୃତ ସଂଖ୍ୟା ୯୪୦ କୁ ପହଁଚିଲା । ଗତକାଲି ରାଜ୍ୟରେ ୪୦୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୨୬୭୩ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୨୧୪ ଜଣ, ନୂଆପଡାରୁ ୧୫୯ ଓ କେନ୍ଦ୍ରାପଡାରୁ ୧୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୨୬ ଜଣ, ପୁରୀରୁ ୧୨୪ ଜଣ ଓ ମୟୁରଭଞ୍ଜରୁ ୧୦୦ ଜଣ କରୋନା ପଜିଟିଭ ଚିହ୍ନଟ । ଭଦ୍ରକରୁ ୯୭ କଣ ଓ ବଲାଙ୍ଗିରରୁ ୯୩ ଜଣ କରୋନା ପଜିଟିଭ ଚିହ୍ନଟ । ସୁନ୍ଦରଗଡ ଓ ଯାଜପୁରରୁ ୮୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।

Corona Update Odisha new 2673 tested corona positive and 16 deaths - Nitidina
Google

ଷ୍ଟେଟ୍ ପୁଲ୍ରୁ ୮୬ ଜଣ, ନବରଂଗପୁରରୁ ୭୨ ଜଣ ଓ କଳାହାଣ୍ଡିରୁ ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱରରୁ ୭୦ ଜଣ ଓ ସୋନପୁରରୁ ୬୯ ଜଣ ଆକ୍ରାନ୍ତ ଚିହ୍ନଟ । କୋରାପୁଟରୁ ୩୯ ଜଣ, ଢେଙ୍କାନାଳରୁ ୩୬ ଜଣ ଓ ନୟାଗଡରୁ ୩୫ ଜଣ କରୋନା ପଜିଟିଭ ଚିହ୍ନଟ । ମାଲକାନଗିରିରୁ ୩୨ ଜଣ, ଦେବଗଡରୁ ୧୮ ଜଣ ଓ ବୌଦ୍ଧରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଜପତି ଓ ରାୟଗଡାରୁ ୧୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।

କରୋନା ମୃତ୍ୟୁ ସଂଖ୍ୟା:

୧୬ ମୃତକଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୦୪ ଜଣ କରୋନା ଆକ୍ରାନ୍ତ ମୃତ । ଖୋର୍ଦ୍ଧାରୁ ୦୩ ଜଣ, କଟକରୁ ୦୨ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ମୟୁରଭଞ୍ଜ, ନବରଙ୍ଗପୁର, ନୟାଗଡ ଓ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ସୋନପୁର, ଅନୁଗୁଳ ଓ ବୌଦ୍ଧରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ ।

ବାଲେଶ୍ୱରର ୦୪ ମୃତକ ମଧ୍ୟରୁ ୩୨, ୫୬, ୬୦ ଓ ୬୫ ବର୍ଷୀୟ ପୁରୁଷ । ଖୋର୍ଦ୍ଧା ଜିଲ୍ଲାର ୦୨ ମୃତକ ୬୨ ଓ ୬୫ ବର୍ଷୀୟ ପୁରୁଷ । ଖୋର୍ଦ୍ଧାର ଅନ୍ୟ ଜଣେ ଭୁବନେଶ୍ୱରର ୮୧ ବର୍ଷୀୟ ପୁରୁଷ । କଟକର ୦୨ ମୃତକ ୬୨ ଓ ୬୫ ବର୍ଷୀୟ ପୁରୁଷ । ବୌଦ୍ଧର ୩୮, ମୟୁରଭଞ୍ଜର ୬୨, ନବରଙ୍ଗପୁରର ୬୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । ଅନୁଗୁଳର ୫୭ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । ନୟାଗଡର ୭୫, ପୁରୀର ୭୭ ଓ ସୋନପୁରର ୬୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ।

Corona Update Odisha new 2673 tested corona positive and 16 deaths - Nitidina
Google
ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୬୧,୨୬୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୮୮୪ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୬୬,୮୫,୦୮୩ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୧୯,୦୧୩ ସୁସ୍ଥ ହୋଇଛନ୍ତି ୫୬,୬୨,୪୯୧ ଓ ୧,୦୩,୫୬୯ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୯୧ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *