ରାଜ୍ୟରେ ଆଜି ୨୭୫୨ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୦୯ ମୁଣ୍ଡ ନେଲା କରୋନା ।

ରାଜ୍ୟରେ ଆଜି ୨୭୫୨ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୦୯ ମୁଣ୍ଡ ନେଲା କରୋନା ।, Corona Update Odisha new 2752 tested corona positive and 09 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Corona Record

ରାଜ୍ୟରେ ଆଜି ୨୭୫୨ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ଆଉ ୦୯ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୮୪ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨୮ କୁ ବୃଦ୍ଧି ।

୦୯ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ବାଲେଶ୍ୱର, ବଲାଙ୍ଗିର, କଟକ, ଗଜପତି ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଗଞ୍ଜାମର ୦୨ ମୃତକ ୬୮ ଓ ୭୩ ବର୍ଷୀୟ ବ୍ୟକ୍ତି ଆକ୍ରାନ୍ତ ମୃତ । ସୁନ୍ଦରଗଡର ୦୨ ମୃତକ ୬୫ ଓ ୫୧ ବର୍ଷୀୟ ବ୍ୟକ୍ତି । ବଲାଙ୍ଗିରର ମୃତକ ୭୦ ବର୍ଷୀୟ ଓ କଟକର ୩୯ ବର୍ଷୀୟ ବ୍ୟକ୍ତି ମୃତ । ବାଲେଶ୍ୱର ଜିଲ୍ଲାର ମୃତକ ୫୫ ବର୍ଷୀୟ ଓ ଗଜପତିର ୫୬ ବର୍ଷୀୟ ବ୍ୟକ୍ତି ମୃତ । ଭୁବନେଶ୍ୱରର ୫୫ ବର୍ଷୀୟ ପୁରୁଷ ମୃତ ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲାରୁ ୨୭୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୭୦୮ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୦୪୪ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ ତଳକୁ ଖସୁନି ପୁଣି ଆଜି ୨ ହଜାର ଅଧିକ ଚିହ୍ନଟ ହୋଇଛନ୍ତି । ଏବେ ଲୋକାଲ କେସ ଦିନ କୁ ଦିନ ବଢିଚାଲିଛି ।

ଆଜିର ନୂଆ ୨୭୫୨ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪,୨୩୧ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୫୬,୯୨୫, ଆକ୍ଟିଭ କେସ ୨୬,୮୨୫ ଓ ମୃତ ସଂଖ୍ୟା ୪୨୮ କୁ ପହଁଚିଲା । ଗତକାଲି ରାଜ୍ୟରେ ୨୫୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଆଜି ୨୭୫୨ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୦୯ ମୁଣ୍ଡ ନେଲା କରୋନା ।, Corona Update Odisha new 2752 tested corona positive and 09 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Corona Record

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୨୭୫୨ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକ ଜିଲ୍ଲାରୁ ୧୪୭ ଜଣ, ଯାଜପୁର ଜିଲ୍ଲାରୁ ୨୧୭ ଜଣ ଓ ଗଞ୍ଜାମରୁ ୨୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡାରୁ ୧୭୭, କୋରାପୁଟରୁ ୧୭୪ ଜଣ ଓ ପୁରୀରୁ ୧୪୪ ଜଣ କରୋନା ପଜିଟିଭ ଚିହ୍ନଟ । ମୟୁରଭଞ୍ଜରୁ ୧୩୭ ଜଣ, ବାଲେଶ୍ୱରରୁ ୧୨୯ ଜଣ ଓ ନୟାଗଡରୁ ୧୦୩ ଜଣ କରୋନା ପଜିଟିଭ ଚିହ୍ନଟ ।

ଜଗତସିଂହପୁର ଓ ମାଲକାନଗିରିରୁ ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡା ଜିଲ୍ଲାରୁ ୯୭ ଜଣ, କନ୍ଧମାଳରୁ ୯୫ ଜଣ ଓ ଗଜପତିରୁ ୬୦ ଜଣ ପଜିଟିଭ ଚିହ୍ନଟ । ଭଦ୍ରକରୁ ୫୮, ସମ୍ବଲପୁରରୁ ୫୫ ଜଣ ଓ ସୁନ୍ଦରଗଡରୁ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବରଗଡ଼ ଓ କେନ୍ଦୁଝରରୁ ୨୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନବରଙ୍ଗପୁରରୁ ୨୭ ଜଣ, ଅନୁଗୁଳରୁ ୨୩ ଜଣ ଓ କଳାହାଣ୍ଡିରୁ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡାରୁ ୧୫ ଜଣ ଓ ବଲାଙ୍ଗିରରୁ ୧୪ ଜଣ କରୋନା ପଜିଟିଭ ଚିହ୍ନଟ । ବୌଦ୍ଧରୁ ୧୧ ଜଣ, ନୂଆପଡାରୁ ୦୮ ଜଣ ଓ ଦେବଗଡରୁ ୦୬ ଜଣ ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ ଓ ସୋନପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।

COVID-19 cases Odisha
Google
ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୬୦,୯୭୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୮୪୮ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୩୧,୬୭,୩୨୩ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୭,୦୪,୩୪୮ ସୁସ୍ଥ ହୋଇଛନ୍ତି ୨୪,୦୪,୫୮୫ ଓ ୫୮,୩୯୦ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୭୩ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published.