ରାଜ୍ୟରେ ଆଜି ୨୮୯୮ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୦୮ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।

ରାଜ୍ୟରେ ଆଜି ୨୮୯୮ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୦୮ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।, Corona Update Odisha new 2898 tested corona positive and 08 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Corona Record

ରାଜ୍ୟରେ ଆଜି ୨୮୯୮ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୦୮ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୭୦ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୮୦ କୁ ବୃଦ୍ଧି ।

୦୮ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୦୪ କରୋନା ଆକ୍ରାନ୍ତ ମୃତ । କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଗଞ୍ଜାମର ୦୪ ମୃତକ ମଧ୍ୟରୁ ଜଣେ ୫୭ ବର୍ଷୀୟ ମହିଳା । ଅନ୍ୟ ୦୩ ଜଣ ମୃତକ ପୁରୁଷ, ବୟସ ୪୮, ୮୨ ଓ ୬୨ ବର୍ଷ । ଭବନେଶ୍ୱରର ମୃତକ ଜଣଙ୍କ ୫୯ ବର୍ଷୀୟ ପୁରୁଷ । କଟକ ଜିଲ୍ଲାର ମୃତକ ଜଣକ ୮୨ ବର୍ଷୀୟ ପୁରୁଷ । ଢେଙ୍କାନାଳ ଜିଲ୍ଲାର ୫୮ ବର୍ଷୀୟ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ । ପୁରୀର ୭୬ ବର୍ଷୀୟ ମହିଳା ଆକ୍ରାନ୍ତ ମୃତ ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲାରୁ ୨୮୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୭୯୨ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୧୦୬ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ ତଳକୁ ଖସୁନି ପୁଣି ଆଜି ୨ ହଜାର ଅଧିକ ଚିହ୍ନଟ ହୋଇଛନ୍ତି । ଏବେ ଲୋକାଲ କେସ ଦିନ କୁ ଦିନ ବଢିଚାଲିଛି ।

ଆଜିର ନୂଆ ୨୮୯୮ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୨୦ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୪୬,୯୩୫, ଆକ୍ଟିଭ କେସ ୨୨,୬୫୨ ଓ ମୃତ ସଂଖ୍ୟା ୩୮୦ କୁ ପହଁଚିଛି । ଗତକାଲି ରାଜ୍ୟରେ ୧୬୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଆଜି ୨୮୯୮ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୦୮ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।, Corona Update Odisha new 2898 tested corona positive and 08 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Corona Record

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୨୮୯୮ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକ ଜିଲ୍ଲାରୁ ୨୪୧ ଜଣ, ନୟାଗଡରୁ ୨୩୨ ଜଣ ଓ ଗଞ୍ଜାମରୁ ୨୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିରରୁ ୧୭୩, ବାଲେଶ୍ୱରରୁ ୧୪୦ ଜଣ ଓ କୋରାପୁଟରୁ ୧୩୨ ଜଣ କରୋନା ପଜିଟିଭ ଚିହ୍ନଟ । ଭଦ୍ରକରୁ ୧୦୭ ଜଣ ଓ ରାୟଗଡାରୁ ୧୦୫ ଜଣ କରୋନା ପଜିଟିଭ ଚିହ୍ନଟ ।

ପୁରୀରୁ ୧୦୪ ଜଣ, ସୁନ୍ଦରଗଡରୁ ୧୦୧ ଜଣ ଓ ଜଗତସିଂହପୁରରୁ ୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ସମ୍ବଲପୁର ଜିଲ୍ଲାରୁ ୭୭ ଜଣ, କଳାହାଣ୍ଡିରୁ ୭୬ ଜଣ ଓ ଯାଜପୁରରୁ ୬୯ ଜଣ ପଜିଟିଭ ଚିହ୍ନଟ । କନ୍ଧମାଳରୁ ୬୩ ଜଣ ଓ କେନ୍ଦ୍ରାପଡାରୁ ୫୭ ଜଣ କରୋନା ପଜିଟିଭ ଚିହ୍ନଟ । ମାଲକାନଗିରିରୁ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଜପତି ଓ ମୟୁରଭଞ୍ଜରୁ ୫୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଝାରସୁଗୁଡାରୁ ୪୯ ଜଣ, ଢେଙ୍କାନାଳରୁ ୪୪ ଜଣ ଓ ନବରଙ୍ଗପୁରରୁ ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦୁଝରରୁ ୩୫ ଜଣ ଓ ସୋନପୁରରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ । ଅନୁଗୁଳରୁ ୧୬ ଜଣ, ବରଗଡ଼ରୁ ୦୯ ଜଣ ଓ ନୂଆପଡାରୁ ୦୮ ଜଣ ଆକ୍ରାନ୍ତ ଚିହ୍ନଟ । ଦେବଗଡରୁ ୦୩ ଜଣ ଓ ବୌଦ୍ଧରୁ ଜଣେ କରୋନା ପଜିଟିଭ ଚିହ୍ନଟ ।

Coronavirus in Odisha
Google
ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୭୦,୧୦୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୯୭୮ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୮,୩୭,୭୪୯ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୬,୮୫,୮୮୫ ସୁସ୍ଥ ହୋଇଛନ୍ତି ୨୦,୯୭,୩୩୧ ଓ ୫୪,୦୦୪ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୭୦ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published.