ରାଜ୍ୟରେ ଆଜି ୨୯୪୯ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ଆଉ ୧୦ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୮୦ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୧୯ କୁ ବୃଦ୍ଧି ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲାରୁ ୨୯୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୮୨୬ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୧୨୩ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ ତଳକୁ ଖସୁନି ପୁଣି ଆଜି ୨ ହଜାର ଅଧିକ ଚିହ୍ନଟ ହୋଇଛନ୍ତି । ଏବେ ଲୋକାଲ କେସ ଦିନ କୁ ଦିନ ବଢିଚାଲିଛି ।
Covid-19 Report For 23rd August
New Positive Cases: 2949
In quarantine: 1826
Local contacts: 1123(Details of local contacts will be shared by concerned District Administration)
District Wise Cases
1. Angul: 1
2. Balasore: 88
3. Bargarh: 62
4. Bhadrak: 66
5. Balangir: 57— I & PR Department, Odisha (@IPR_Odisha) August 24, 2020
22. Mayurbhanj: 156
23. Nawarangpur: 26
24. Nayagarh: 93
25. Nuapada: 2
26. Puri: 86
27. Rayagada: 143
28. Sambalpur: 104
29. Sonepur: 26
30. Sundargarh: 81New Recoveries: 2129
Cumulative Tested: 1363620
Positive: 81479
Recovered: 54405
Active Cases: 26602— I & PR Department, Odisha (@IPR_Odisha) August 24, 2020
ଆଜିର ନୂଆ ୨୯୪୯ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧,୪୭୯ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୫୪,୪୦୫, ଆକ୍ଟିଭ କେସ ୨୬,୬୦୨ ଓ ମୃତ ସଂଖ୍ୟା ୪୧୯ କୁ ପହଁଚିଲା । ଗତକାଲି ରାଜ୍ୟରେ ୨୧୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୦୫ ଜଣ କରୋନା ଆକ୍ରାନ୍ତ ମୃତ । ସୁନ୍ଦରଗଡରୁ ୦୨ ଜଣ, କଟକ, ନୟାଗଡ ଓ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଗଞ୍ଜାମର ୦୪ ମୃତକ ୭୦, ୬୦, ୬୩ ଓ ୬୦ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୬୮ ବର୍ଷୀୟ ମହିଳା ଆକ୍ରାନ୍ତ ମୃତ । ସୁନ୍ଦରଗଡର ୦୨ ମୃତକ ୬୫ ଓ ୬୭ ବର୍ଷୀୟ ପୁରୁଷ । କଟକର ମୃତକ ୬୫ ବର୍ଷୀୟ ପୁରୁଷ । ରାୟଗଡା ଜିଲ୍ଲାର ମୃତକ ୫୫ ବର୍ଷୀୟ ପୁରୁଷ । ନୟାଗଡ଼ର ୬୫ ବର୍ଷୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ମୃତ୍ୟୁ ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୨୯୪୯ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୫୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧାକୁ ଟପିଲା କଟକ । ଖୋର୍ଦ୍ଧା ଜିଲ୍ଲାରୁ ୪୭୪ ଜଣ, ଯାଜପୁର ଜିଲ୍ଲାରୁ ୨୧୫ ଜଣ ଓ କୋରାପୁଟରୁ ୧୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୧୭୯, ମାତୁରଭଞ୍ଜରୁ ୧୬୫ ଜଣ ଓ ରାୟଗଡାରୁ ୧୪୩ ଜଣ କରୋନା ପଜିଟିଭ ଚିହ୍ନଟ । ସମ୍ବଲପୁରରୁ ୧୦୪ ଜଣ, ନୟାଗଡରୁ ୯୩ ଜଣ ଓ ବାଲେଶ୍ୱରରୁ ୮୮ ଜଣ କରୋନା ପଜିଟିଭ ଚିହ୍ନଟ ।
ପୁରୀରୁ ୮୬ ଜଣ, ସୁନ୍ଦରଗଡରୁ ୮୧ ଓ ମାଲକାନଗିରିରୁ ୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଭଦ୍ରକ ଜିଲ୍ଲାରୁ ୬୬ ଜଣ, ବରଗଡ଼ରୁ ୬୨ ଜଣ ଓ ବଲାଙ୍ଗିରରୁ ୫୭ ଜଣ ପଜିଟିଭ ଚିହ୍ନଟ । କେନ୍ଦ୍ରାପଡାରୁ ୫୬, ଜଗତସିଂହପୁରରୁ ୫୧ ଜଣ ଓ କନ୍ଧମାଳରୁ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଳାହାଣ୍ଡି ଓ କେନ୍ଦୁଝରରୁ ୩୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନବରଙ୍ଗପୁର ଓ ସୋନପୁରରୁ ୨୬ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡାରୁ ୨୦ ଜଣ ଓ ଢେଙ୍କାନାଳରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ । ବୌଦ୍ଧ ଓ ଗଜପତିରୁ ୦୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ଦେବଗଡଓ ନୂଆପଡାରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଅନୁଗୁଳରୁ ଜଣେ କରନା ପଜିଟିଭ ଚିହ୍ନଟ ।

ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୬୧,୪୦୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୮୩୬ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୩୧,୦୬,୩୪୯ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୭,୧୦,୭୭୧ ସୁସ୍ଥ ହୋଇଛନ୍ତି ୨୩,୩୮,୦୩୬ ଓ ୫୭,୫୪୨ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୭୩ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।