ରାଜ୍ୟରେ ଆଜି ୨୯୯୫ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୮ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।

Corona Update Odisha new 2,995 tested corona positive and 18 deaths, Nitidina, Corona Update, Odisha

ରାଜ୍ୟରେ ଆଜି ୨୯୯୫ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୮ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨ ଲକ୍ଷ ୪୦ ହଜାରକୁ ଟପିଲା । ରାଜ୍ୟରେ ଆଜି ୯58 କୁ ପହଁଚିଲା କରୋନା ମୃତ୍ୟୁ ସଂଖ୍ୟା ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୨୯୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୭୩୭ କ୍ଵାରେଣ୍ଟାଇନ୍‌ରୁ ଓ ୧୨୫୮ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

ଆଜିର ନୂଆ ୨୯୯୫ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୦,୯୯୮ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୨,୧୦,୨୧୭, ଆକ୍ଟିଭ କେସ ୨୯,୭୭୦ ଓ ମୃତ ସଂଖ୍ୟା ୯୫୮ କୁ ପହଁଚିଲା । ଗତକାଲି ରାଜ୍ୟରେ ୩୮୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୨୯୯୫ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଷ୍ଟେଟ୍ ପୁଲ୍ରୁ ୨୦୨ ଜଣ, କଟକରୁ ୧୬୬ ଓ ପୁରୀରୁ ୧୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୪୨ ଜଣ, ସମ୍ବଲପୁରରୁ ୧୩୮ ଜଣ ଓ କେନ୍ଦ୍ରାପଡାରୁ ୧୩୫ ଜଣ କରୋନା ପଜିଟିଭ ଚିହ୍ନଟ । ବାଲେଶ୍ୱରରୁ ୧୨୧ କଣ, ସୁନ୍ଦରଗଡରୁ ୧୦୧ ଜଣ ଓ ବଲାଙ୍ଗିରରୁ ୯୪ ଜଣ କରୋନା ପଜିଟିଭ ଚିହ୍ନଟ । ବରଗଡ଼ରୁ ୯୩ ଜଣ ଓ ମୟୁରଭଞ୍ଜରୁ ୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଯାଜପୁରରୁ ୯୦ ଜଣ, ସୋନପୁରରୁ ୮୭ ଜଣ ଓ ମାଲକାନଗିରିରୁ ୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆପଡାରୁ ୭୪ ଜଣ, ଢେଙ୍କାନାଳରୁ ୬୮ ଓ ନବରଙ୍ଗପୁରରୁ ୬୭ ଜଣ ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡାରୁ ୬୪ ଜଣ, କଳାହାଣ୍ଡିରୁ ୬୩ ଜଣ ଓ ଜଗତସିଂହପୁରରୁ ୬୨ ଜଣ କରୋନା ପଜିଟିଭ ଚିହ୍ନଟ । କେନ୍ଦୁଝରରୁ ୬୧ ଜଣ, ଗଞ୍ଜାମରୁ ୪୭ ଜଣ ଓ ନୟାଗଡରୁ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

Corona Update Odisha new 2,995 tested corona positive and 18 deaths - Nitidina
Google

କନ୍ଧମାଳ ଓ କୋରାପୁଟରୁ ୪୪ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ବୌଦ୍ଧରୁ ୩୧ ଜଣ, ଭଦ୍ରକରୁ ୨୮ ଜଣ ଓ ଦେବଗଡରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାୟଗଡାରୁ ୧୭ ଜଣ ଓ ଗଜପତିରୁ ୦୭ ଜଣ କରୋନା ପଜିଟିଭ ଚିହ୍ନଟ ।

କରୋନା ମୃତ୍ୟୁ ସଂଖ୍ୟା:

୧୮ ମୃତକଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୦୪ ଜଣ କରୋନା ଆକ୍ରାନ୍ତ ମୃତ । ନୟାଗଡ, ସୁନ୍ଦରଗଡ ଓ ପୁରୀରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ । କୋରାପୁଟ, ମୟୁରଭଞ୍ଜ, କନ୍ଧମାଳ ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ବୌଦ୍ଧ, ଦେବଗଡ, ଯାଜପୁର ଓ ଖୋର୍ଦ୍ଧାରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ ।

ବାଲେଶ୍ୱରର ୦୪ ମୃତକ ମଧ୍ୟରୁ ଜଣେ ୯୪ ବର୍ଷୀୟ ମହିଳା ଏବଂ ଅନ୍ୟ ୦୩ ଜଣ ୬୬, ୭୦ ଓ ୭୨ ବର୍ଷୀୟ ପୁରୁଷ । ନୟାଗଡ ଜିଲ୍ଲାର ୦୨ ମୃତକ ୭୨ ଓ ୭୫ ବର୍ଷୀୟ ପୁରୁଷ । ସୁନ୍ଦରଗଡର ୦୨ ମୃତକ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ ଓ ଜଣେ ୪୫ ବର୍ଷୀୟ ମହିଳା । ପୁରୀର ୦୨ ମୃତକ ମଧ୍ୟରୁ ଜଣେ ୮୨ ବର୍ଷୀୟ ମହିଳା ଓ ଜଣେ ୬୫ ବର୍ଷୀୟ ପୁରୁଷ । ଯାଜପୁରର ୬୨, କନ୍ଧମାଳର ୭୨, ମୟୁରଭଞ୍ଜର ୫୫ ଓ ଖୋର୍ଦ୍ଧାର ୬୨ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ସମ୍ବଲପୁରର ୪୦, ବୌଦ୍ଧର ୬୦ ଓ ଦେବଗଡ଼ର ୭୦ ବର୍ଷୀୟ ପୁରୁଷ ମୃତ । କୋରାପୁଟର ୬୯ ବର୍ଷୀୟ ମହିଳା ମୃତ ।

Corona Update Odisha new 2,995 tested corona positive and 18 deaths - Nitidina
Google
ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୭୨,୦୪୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୯୮୬ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୬୭,୫୭,୧୩୨ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୦୭,୮୮୩ ସୁସ୍ଥ ହୋଇଛନ୍ତି ୫୭,୪୪,୬୯୪ ଓ ୧,୦୪,୫୫୫ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୯୨ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *