ରାଜ୍ୟରେ ଆଜି ୩୦୬୭ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୫ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।

Corona Update Odisha new 3067 tested corona positive and 15 deaths, Coronavirus, Corona Update, Odisha, Nitidina, News

ରାଜ୍ୟରେ ଆଜି ୩୦୬୭ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୫ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨ ଲକ୍ଷ ୧୫ ହଜାରକୁ ଟପିଲା । ରାଜ୍ୟରେ ଆଜି ୮୨୮ କୁ ପହଁଚିଲା କରୋନା ମୃତ୍ୟୁ ସଂଖ୍ୟା ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୩୦୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୮୦୯ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୨୫୮ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

ଆଜିର ନୂଆ ୩୦୬୭ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୧୫,୬୭୬ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୭୭,୫୮୫, ଆକ୍ଟିଭ କେସ ୩୭,୨୧୦ ଓ ମୃତ ସଂଖ୍ୟା ୮୨୮ କୁ ପହଁଚିଲା । ଗତକାଲି ରାଜ୍ୟରେ ୪୦୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୩୦୬୭ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୨୩୦ ଜଣ, ଷ୍ଟେଟ୍ ପୁଲ୍ ରୁ ୨୧୧ ଜଣ ଓ ପୁରୀରୁ ୧୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୧୪୬ ଜଣ, ମୟୁରଭଞ୍ଜରୁ ୧୪୩ ଜଣ ଓ ଅନୁଗୁଳରୁ ୧୨୯ ଜଣ କରୋନା ପଜିଟିଭ ଚିହ୍ନଟ । ସମ୍ବଲପୁରରୁ ୯୮ ଜଣ, ଝାରସୁଗୁଡାରୁ ୯୬ ଜଣ ଓ କେନ୍ଦ୍ରାପଡାରୁ ୯୪ ଜଣ କରୋନା ପଜିଟିଭ ଚିହ୍ନଟ ।

ଢେଙ୍କାନାଳରୁ ୯୧ ଜଣ, ନୂଆପଡାରୁ ୮୫ ଓ ଜଗତସିଂହପୁରରୁ ୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କନ୍ଧମାଳ ଓ କେନ୍ଦୁଝରରୁ ୮୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗିରରୁ ୭୮ ଜଣ, ବରଗଡ଼ରୁ ୬୯ ଓ ନୟାଗଡରୁ ୬୮ ଜଣ କରୋନା ପଜିଟିଭ ଚିହ୍ନଟ । ସୁନ୍ଦରଗଡାରୁ ୬୨ ଜଣ, ଯାଜପୁରରୁ ୬୦ ଓ ନବରଙ୍ଗପୁରରୁ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଭଦ୍ରକରୁ ୫୯, କୋରାପୁଟରୁ ୫୫ ଓ କଳାହାଣ୍ଡିରୁ ୫୪ ଜଣ କରୋନା ପଜିଟିଭ ଚିହ୍ନଟ ।

Corona Update Odisha new 3067 tested corona positive and 15 deaths, Coronavirus, Corona Update, Odisha, Nitidina, News
@Govt of Odisha

ବୌଦ୍ଧରୁ ୪୫ ଜଣ, ରାୟଗଡାରୁ ୪୧ ଓ ଗଞ୍ଜାମରୁ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ୨୪ ଜଣ, ସୋନପୁରରୁ ୨୨ ଜଣ ଓ ଗଜପତିରୁ ୨୧ ଜଣ କରୋନା ପଜିଟିଭ ଚିହ୍ନଟ । ଦେବଗଡାରୁ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ।

କରୋନା ମୃତ୍ୟୁ ସଂଖ୍ୟା:

୧୫ ମୃତକଙ୍କ ମଧ୍ୟରୁ ବାଲେଶ୍ୱର, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୦୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ପୁରୀରୁ ୦୨ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । , ଝାରସୁଗୁଡା, ବଲାଙ୍ଗିର, ନବରଙ୍ଗପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ।

ବାଲେଶ୍ୱରର ୦୩ ମୃତକ ମଧ୍ୟରୁ ୦୨ ଜଣ ୬୧ ଓ ୭୦ ବର୍ଷୀୟ ମହିଳା ଏବଂ ଅନ୍ୟ ଜଣେ ୫୬ ବର୍ଷୀୟ ପୁରୁଷ । କଟକର ୦୩ ମୃତକ ମଧ୍ୟରୁ ୦୨ ଜଣ ୪୦ ଓ ୬୮ ବର୍ଷୀୟ ପୁରୁଷ ଓ ଜଣେ ୮୨ ବର୍ଷୀୟ ମହିଳା । ଖୋର୍ଦ୍ଧାର ୦୩ ମୃତକ ଭୁବନେଶ୍ୱରର ୫୦, ୬୦ ଓ ୭୩ ବର୍ଷୀୟ ପୁରୁଷ । ପୁରୀର ୦୨ ମୃତକ ୬୫ ଓ ୪୯ ବର୍ଷୀୟ ପୁରୁଷ । ବଲାଙ୍ଗିରର ୭୪ ବର୍ଷୀୟ ଓ ଝାରସୁଗୁଡାର ୬୭ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । ନବରଙ୍ଗପୁରର ୩୦ ବର୍ଷୀୟ ଓ ସୁନ୍ଦରଗଡର ୪୭ ବର୍ଷୀୟ ମହିଳା ଆକ୍ରାନ୍ତ ମୃତ୍ୟୁ ।

COVID-19: Coronavirus Odisha
Google
ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୭୦,୫୮୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୭୭୬ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୬୧,୪୫,୨୯୧ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୪୭,୫୭୬ ସୁସ୍ଥ ହୋଇଛନ୍ତି ୫୧,୦୧,୩୯୭ ଓ ୯୬,୩୫୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୬ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *