ରାଜ୍ୟରେ ଆଜି ୩୧୪୪ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୬ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।

Corona Update Odisha new 3144 tested corona positive and 16 deaths, Nitidina, Odisha, Corona Update

ରାଜ୍ୟରେ ଆଜି ୩୧୪୪ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୬ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨ ଲକ୍ଷ ୪୪ ହଜାରକୁ ଟପିଲା । ରାଜ୍ୟରେ ଆଜି ୯୭୪ କୁ ପହଁଚିଲା କରୋନା ମୃତ୍ୟୁ ସଂଖ୍ୟା ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୩୧୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୮୨୫ କ୍ଵାରେଣ୍ଟାଇନ୍‌ରୁ ଓ ୧୩୧୯ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

ଆଜିର ନୂଆ ୩୧୪୪ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୪,୧୪୨ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୨,୧୩,୬୭୨, ଆକ୍ଟିଭ କେସ ୨୯,୪୪୩ ଓ ମୃତ ସଂଖ୍ୟା ୯୭୪ କୁ ପହଁଚିଲା । ଗତକାଲି ରାଜ୍ୟରେ ୩୪୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୩୧୪୪ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୨୪୩ ଜଣ, ସମ୍ବଲପୁରରୁ ୧୩୬ ଜଣ ଓ ଷ୍ଟେଟ୍ ପୁଲ୍ରୁ ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୨୮ ଜଣ, କଳାହାଣ୍ଡିରୁ ୧୨୪ ଜଣ ଓ ପୁରୀରୁ ୧୨୨ ଜଣ କରୋନା ପଜିଟିଭ ଚିହ୍ନଟ । କନ୍ଧମାଳରୁ ୧୧୬ କଣ, ମୟୁରଭଞ୍ଜରୁ ୧୧୫ ଜଣ ଓ ନୂଆପଡାରୁ ୧୧୪ ଜଣ କରୋନା ପଜିଟିଭ ଚିହ୍ନଟ । ନବରଙ୍ଗପୁରରୁ ୧୦୭ ଜଣ ଓ ସୁନ୍ଦରଗଡରୁ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଭଦ୍ରକ ଓ ଯାଜପୁରରୁ ୧୦୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ବରଗଡ଼ରୁ ୯୪ ଜଣ ଆକ୍ରାନ୍ତ ଚିହ୍ନଟ । ସୋନପୁର ଓ ବଲାଙ୍ଗିରରୁ ୮୬ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ଝାରସୁଗୁଡାରୁ ୮୩ ଜଣ, କେନ୍ଦ୍ରାପଡାରୁ ୮୨ ଜଣ ଓ ଜଗତସିଂହପୁରରୁ ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

Corona Update Odisha new 3144 tested corona positive and 16 deaths, Nitidina, Odisha, Corona Update

ଢେଙ୍କାନାଳରୁ ୭୩ ଜଣ, ବାଲେଶ୍ୱରରୁ ୭୨ ଜଣ ଓ କେନ୍ଦୁଝରରୁ ୬୩ ଜଣ କରୋନା ପଜିଟିଭ ଚିହ୍ନଟ । ନୟାଗଡରୁ ୫୮ ଜଣ, ଗଞ୍ଜାମରୁ ୩୮ ଜଣ ଓ କୋରାପୁଟରୁ ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାୟଗଡାରୁ ୨୯ ଜଣ, ମାଲକାନଗିରିରୁ ୨୮ ଜଣ ଓ ଦେବଗଡରୁ ୨୪ ଜଣ କରୋନା ପଜିଟିଭ ଚିହ୍ନଟ । ଗଜପତିରୁ ୦୯ ଜଣ ଓ ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ।

କରୋନା ମୃତ୍ୟୁ ସଂଖ୍ୟା:

୧୬ ମୃତକଙ୍କ ମଧ୍ୟରୁ ବାଲେଶ୍ୱର ଓ ଭୁବନେଶ୍ୱରରୁ ୦୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । କଳାହାଣ୍ଡି, ନୟାଗଡ ଓ ମୟୁରଭଞ୍ଜରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ । ସୁନ୍ଦରଗଡ ଓ ଝାରସୁଗୁଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ ।

ବାଲେଶ୍ୱରର ୦୪ ମୃତକ ମଧ୍ୟରୁ ଜଣେ ୬୮ ବର୍ଷୀୟ ମହିଳା ଏବଂ ଅନ୍ୟ ୦୩ ଜଣ ୫୦, ୭୨ ଓ ୭୨ ବର୍ଷୀୟ ପୁରୁଷ । ଭୁବନେଶ୍ୱରର ୦୪ ମୃତକ ୩୯, ୬୧, ୭୧ ଓ ୮୮ ବର୍ଷୀୟ ପୁରୁଷ । କଳାହାଣ୍ଡିର ଜଣେ ୫୨ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୩୦ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ । ନୟାଗଡର ୦୨ ମୃତକ ମଧ୍ୟରୁ ଜଣେ ୭୦ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୫୫ ବର୍ଷୀୟ ମହିଳା । ମୟୁରଭଞ୍ଜର ୦୨ ମୃତକ ୫୭ ଓ ୯୨ ବର୍ଷୀୟ ପୁରୁଷ । ସୁନ୍ଦରଗଡର ୫୪ ବର୍ଷୀୟ ପୁରୁଷ ଓ ଝାରସୁଗୁଡ଼ାର ୬୦ ବର୍ଷୀୟ ମହିଳା ଆକ୍ରାନ୍ତ ମୃତ ।

Odisha Corona Update
Google
ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୭୮,୫୨୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୯୭୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୬୮,୩୫,୬୫୫ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୦୨,୪୨୫ ସୁସ୍ଥ ହୋଇଛନ୍ତି ୫୮,୨୭,୭୦୪ ଓ ୧,୦୫,୫୨୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୯୨ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *