ରାଜ୍ୟରେ ଆଜି ୩୨୩୫ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୬ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨ ଲକ୍ଷ ୧୨ ହଜାରକୁ ଟପିଲା । ରାଜ୍ୟରେ ଆଜି ୮୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୩୨୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୯୧୫ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୩୨୦ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
Covid-19 Report For 27th September
New Positive Cases: 3235
In quarantine: 1915
Local contacts: 1320(Details of local contacts will be shared by concerned Dist Administration)
District Wise Cases
1. Angul: 179
2. Balasore: 100
3. Bargarh: 137
4. Bhadrak: 67
5. Balangir: 101— I & PR Department, Odisha (@IPR_Odisha) September 28, 2020
22. Mayurbhanj: 118
23. Nawrangpur: 124
24. Nayagarh: 43
25. Nuapada: 106
26. Puri: 79
27. Rayagada: 101
28. Sambalpur: 120
29. Sonepur: 65
30. Sundargarh: 101
31. State Pool: 148New Recovery: 3378
Cumulative Tested: 3159400
Positive: 212609
Recovered: 173571
Active Case: 38172— I & PR Department, Odisha (@IPR_Odisha) September 28, 2020
ଆଜିର ନୂଆ ୩୨୩୫ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୭୩,୫୭୧, ଆକ୍ଟିଭ କେସ ୩୮,୧୭୨ ଓ ମୃତ ସଂଖ୍ୟା ୮୧୩ କୁ ପହଁଚିଲା । ଗତକାଲି ରାଜ୍ୟରେ ୩୩୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୩୨୩୫ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୩୧୮ ଜଣ, ଅନୁଗୁଳରୁ ୧୭୯ ଜଣ ଓ ଷ୍ଟେଟ୍ ପୁଲ୍ ରୁ ୧୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୧୩୭ ଜଣ, ନବରଙ୍ଗପୁରରୁ ୧୨୪ ଜଣ ଓ ସମ୍ବଲପୁରରୁ ୧୨୦ ଜଣ କରୋନା ପଜିଟିଭ ଚିହ୍ନଟ । ମୟୁରଭଞ୍ଜରୁ ୧୧୮ ଜଣ, ଯାଜପୁରରୁ ୧୧୦ ଜଣ ଓ ନୂଆପଡାରୁ ୧୦୬ ଜଣ କରୋନା ପଜିଟିଭ ଚିହ୍ନଟ ।
କେନ୍ଦ୍ରାପଡାରୁ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାୟଗଡା, ସୁନ୍ଦରଗଡ ଓ ବଲାଙ୍ଗିରରୁ ୧୦୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱରରୁ ୧୦୦ ଜଣ କରୋନା ପଜିଟିଭ ଚିହ୍ନଟ । ଜଗତସିଂହପୁର ଓ କେନ୍ଦୁଝରରୁ ୮୬ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ପୁରୀରୁ ୭୯, ଝାରସୁଗୁଡାରୁ ୭୧ ଓ ଢେଙ୍କାନାଳରୁ ୬୯ ଜଣ କରୋନା ପଜିଟିଭ ଚିହ୍ନଟ ।

ଭଦ୍ରକରୁ ୬୭ ଜଣ, ସୋନପୁରରୁ ୬୫ ଓ କନ୍ଧମାଳରୁ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୫୯ ଜଣ ଓ ନୟାଗଡରୁ ୪୩ ଜଣ କରୋନା ପଜିଟିଭ ଚିହ୍ନଟ । ବୌଦ୍ଧରୁ ଓ କଳାହାଣ୍ଡିରୁ ୪୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଗଜପତିରୁ ୩୧ ଜଣ, ଗଞ୍ଜାମରୁ ୨୮ ଜଣ ମାଲକାନଗିରିରୁ ୨୧ ଜଣ ଓ ଦେବଗଡରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ।
କରୋନା ମୃତ୍ୟୁ ସଂଖ୍ୟା:
୧୬ ମୃତକଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୦୩ ଜଣ କରୋନା ଆକ୍ରାନ୍ତ ମୃତ । ପୁରୀ, ଖୋର୍ଦ୍ଧା ଓ ମୟୁରଭଞ୍ଜରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ । ଢେଙ୍କାନାଳ, କଟକ, ବଲାଙ୍ଗିର ଓ କନ୍ଧମାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । କଳାହାଣ୍ଡି, ଗଞ୍ଜାମ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ ।
ବାଲେଶ୍ୱରର ୦୩ ମୃତକ ମଧ୍ୟରୁ ୦୨ ଜଣ ୫୫ ଓ ୬୩ ବର୍ଷୀୟ ପୁରୁଷ ଏବଂ ଅନ୍ୟ ଜଣେ ୬୫ ବର୍ଷୀୟ ମହିଳା । ପୁରୀର ୦୨ ମୃତକ ୬୫ ଓ ୭୯ ବର୍ଷୀୟ ପୁରୁଷ । ଖୋର୍ଦ୍ଧାର ୦୨ ମୃତକ ଭୁବନେଶ୍ୱରର ୭୮ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୬୩ ବର୍ଷୀୟ ମହିଳା ଆକ୍ରାନ୍ତ ମୃତ୍ୟୁ । ମୟୁରଭଞ୍ଜର ୦୨ ମୃତକ ୪୦ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୭୦ ବର୍ଷୀୟ ମହିଳା ଆକ୍ରାନ୍ତ ମୃତ୍ୟୁ । ଢେଙ୍କାନାଳର ୬୧ ବର୍ଷୀୟ, କଟକର ୬୭ ବର୍ଷୀୟ ଓ ବଲାଙ୍ଗିରର ୬୬ ପୁରୁଷ ଆକ୍ରାନ୍ତ ମୃତ । କନ୍ଧମାଳର ୬୩ ବର୍ଷୀୟ, ନବରଙ୍ଗପୁରର ୫୪ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । ଗଞ୍ଜାମର ୫୫ ଓ କଳାହାଣ୍ଡିର ୪୫ ବର୍ଷୀୟ ମହିଳା ମୃତ୍ୟୁ ।

ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୮୨,୧୭୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୦୩୯ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୬୦,୭୩,୩୪୮ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୬୩,୫୫୧ ସୁସ୍ଥ ହୋଇଛନ୍ତି ୫୦,୧୩,୩୬୭ ଓ ୯୫,୫୪୨ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୫ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।