ରାଜ୍ୟରେ ଆଜି ୩୨୫୨ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ସର୍ବାଧିକ ୧୪ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୯୭ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୭୦ କୁ ବୃଦ୍ଧି ।
Covid-19 Report For 28th August
New Positives Cases: 3252
In quarantine: 1987
Local contacts: 1265(Details of local contacts will be shared by concerned District Administration)
District Wise Cases
1. Angul: 11
2. Balasore: 78
3. Bargarh: 146
4. Bhadrak: 76
5. Balangir: 64— I & PR Department, Odisha (@IPR_Odisha) August 29, 2020
22. Mayurbhanj: 123
23. Nawarangpur: 41
24. Nayagarh: 120
25. Nuapada: 25
26. Puri: 135
27. Rayagada: 450
28. Sambalpur: 63
29. Sonepur: 38
30. Sundargarh: 94New Recoveries: 2503
Cumulative Tested: 1670910
Positive: 97920
Recovered: 67826
Active Cases: 29571— I & PR Department, Odisha (@IPR_Odisha) August 29, 2020
୧୪ ମୃତକଙ୍କ ମଧ୍ୟରୁ ବାଲେଶ୍ୱର, କଟକ ଓ ଜଗତସିଂହପୁର ଜିଲ୍ଲାରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଖୋର୍ଦ୍ଧା ଓ ମାଲକାନଗିରି ଜିଲ୍ଲାରୁ ମଧ୍ୟ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ବରଗଡ଼, ସୁନ୍ଦରଗଡ, ଯାଜପୁର ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । ବାଲେଶ୍ୱରର ୦୨ ମୃତକ ମଧ୍ୟରୁ ଜଣେ ୫୦ ବର୍ଷୀୟ ପୁରୁଷ ଓ ଜଣେ ୪୮ ବର୍ଷୀୟ ମହିଳା । ଖୋର୍ଦ୍ଧାର ୦୨ ମୃତକ ଭୁବନେଶ୍ୱରରୁ ସେମାନଙ୍କ ମଧ୍ୟରୁ ଜଣେ ୪୫ ବର୍ଷୀୟ ପୁରୁଷ ଓ ଜଣେ ୭୭ ବର୍ଷୀୟ ମହିଳା । କଟକ ଜିଲ୍ଲାର ୦୨ ମୃତକ ମଧ୍ୟରୁ ଜଣେ ୫୫ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୫୮ ବର୍ଷୀୟ ମହିଳା । ଜଗତସିଂହପୁରର ୦୨ ମୃତକ ୫୬ ଓ ୩୦ ବର୍ଷୀୟ ବ୍ୟକ୍ତି । ମାଲକାନଗିରିର ଜିଲ୍ଲାର ୦୨ ମୃତ ବ୍ୟକ୍ତିଙ୍କ ବୟସ ୫୫ ବର୍ଷ ଲକ୍ଷେ ଥିଲା । ସୁନ୍ଦରଗଡର ୭୨ ଓ ପୁରୀର ୭୧ ବର୍ଷୀୟ ବ୍ୟକ୍ତି ମୃତ । ଯାଜପୁରର ୫୮ ବର୍ଷୀୟ ଓ ବରଗଡ଼ର ୭୭ ବର୍ଷୀୟ ବ୍ୟକ୍ତି ମୃତ୍ୟୁ ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲାରୁ ୩୨୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୯୮୭ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୨୬୫ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଅଧିକ ଚିହ୍ନଟ ହୋଇଛନ୍ତି । ଏବେ କରୋନା ଆକ୍ରାନ୍ତ ରାଜ୍ୟରେ ଦିନ କୁ ଦିନ ବଢିଚାଲିଛି ।
ଆଜିର ନୂଆ ୩୨୫୨ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୨୦ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୬୭,୮୨୬, ଆକ୍ଟିଭ କେସ ୨୯,୫୭୧ ଓ ମୃତ ସଂଖ୍ୟା ୪୭୦ କୁ ପହଁଚିଲା । ଗତକାଲି ରାଜ୍ୟରେ ୨୫୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୩୩୭୧ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାୟଗଡା ଜିଲ୍ଲାରୁ ୪୫୦ ଜଣ, କଟକରୁ ୩୨୩ ଜଣ ଓ ଗଞ୍ଜାମ ଜିଲ୍ଲାରୁ ୧୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ ଜିଲ୍ଲାରୁ ୧୪୬ ଜଣ ଓ ପୁରୀରୁ ୧୩୫ ଜଣ କରୋନା ପଜିଟିଭ ଚିହ୍ନଟ । ମୟୁରଭଞ୍ଜରୁ ୧୨୩ ଜଣ ଓ ନୟାଗଡ଼ରୁ ୧୨୦ ଜଣ କରୋନା ପଜିଟିଭ ଚିହ୍ନଟ ।
ଢେଙ୍କାନାଳ ଓ ସୁନ୍ଦରଗଡରୁ ୯୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁର ଜିଲ୍ଲାରୁ ୮୩ ଜଣ, ବାଲେଶ୍ୱରରୁ ୭୮ ଜଣ ଓ କେନ୍ଦ୍ରାପଡାରୁ ୭୭ ଜଣ ପଜିଟିଭ ଚିହ୍ନଟ । ଭଦ୍ରକରୁ ୭୬ , ବଲାଙ୍ଗିରରୁ ୬୪ ଓ ସମ୍ବଲପୁରରୁ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡାରୁ ୫୫ ଜଣ ଓ କେନ୍ଦୁଝରରୁ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବୌଦ୍ଧ ଓ ସୋନପୁରରୁ ୩୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁରରୁ ୩୬ ଜଣ ଓ କନ୍ଧମାଳରୁ ୨୬ ଜଣ କରୋନା ପଜିଟିଭ ଚିହ୍ନଟ । କୋରାପୁଟ ଓ ନୂଆପଡାରୁ ୨୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ମାଲକାନଗିରିରୁ ୨୧ ଜଣ ଓ ଗଜପତିରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଅନୁଗୁଳରୁ ୧୧ ଜଣ, ଦେବଗଡରୁ ୦୭ ଜଣ ଓ କଳାହାଣ୍ଡିରୁ ୦୨ ଜଣ ଚିହ୍ନଟ ।

ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୭୬,୪୭୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୦୨୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୩୪,୬୪,୪୨୫ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୭,୫୧,୭୦୮ ସୁସ୍ଥ ହୋଇଛନ୍ତି ୨୬,୪୯,୪୧୧ ଓ ୬୨,୭୨୮ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୭୫ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।