ରାଜ୍ୟରେ ଆଜି ସର୍ବାଧିକ ୩୩୭୧ ନୂଆ କରୋନା ପଜିଟିଭ ଚିହ୍ନଟ ଓ ସର୍ବାଧିକ ୧୩ ମୁଣ୍ଡ ନେଲା କରୋନା ।

ରାଜ୍ୟରେ ଆଜି ସର୍ବାଧିକ ୩୩୭୧ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ସର୍ବାଧିକ ଆଉ ୧୩ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୮୭ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୪୧ କୁ ବୃଦ୍ଧି ।

୧୩ ମୃତକଙ୍କ ମଧ୍ୟରୁ ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୦୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । କଟକ ଓ ଗଞ୍ଜାମ ଜିଲ୍ଲାରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । ସମ୍ବଲପୁରର ୦୩ ମୃତକ ମଧ୍ୟରୁ ୦୨ ଜଣ ୫୦ ଓ ୪୨ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୫୮ ବର୍ଷୀୟ ମହିଳା । ସୁନ୍ଦରଗଡର ୦୩ ମୃତକ ୬୦, ୭୦ ଓ ୬୦ ବର୍ଷୀୟ ବ୍ୟକ୍ତି । କଟକ ଜିଲ୍ଲାର ୦୨ ମୃତକ ୪୩ ଓ ୩୨ ବର୍ଷୀୟ ବ୍ୟକ୍ତି । ଗଞ୍ଜାମର ୦୨ ମୃତକ ୪୨ ଓ ୭୫ ବର୍ଷୀୟ ବ୍ୟକ୍ତି । ପୁରୀର ୭୨ ବର୍ଷୀୟ ଓ ଭୁବନେଶ୍ୱରର ୬୦ ବର୍ଷୀୟ ବ୍ୟକ୍ତି ମୃତ । କେନ୍ଦୁଝରର ୬୦ ବର୍ଷୀୟ ମହିଳା ଆକ୍ରାନ୍ତ ମୃତ୍ୟୁ ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲାରୁ ୩୩୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୦୫୩ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୩୧୮ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଅଧିକ ଚିହ୍ନଟ ହୋଇଛନ୍ତି । ଏବେ ଲୋକାଲ କେସ ଦିନ କୁ ଦିନ ବଢିଚାଲିଛି ।

ରାଜ୍ୟରେ ଆଜି ସର୍ବାଧିକ ୩୩୭୧ ନୂଆ କରୋନା ପଜିଟିଭ ଚିହ୍ନଟ ଓ ସର୍ବାଧିକ ୧୩ ମୁଣ୍ଡ ନେଲା କରୋନା ।, Corona Update Odisha new 3371 tested corona positive and 13 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Corona Record

ଆଜିର ନୂଆ ୩୩୭୧ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୫୯,୪୭୦, ଆକ୍ଟିଭ କେସ ୨୭,୬୩୮ ଓ ମୃତ ସଂଖ୍ୟା ୪୪୧ କୁ ପହଁଚିଲା । ଗତକାଲି ରାଜ୍ୟରେ ୨୫୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୩୩୭୧ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକ ଜିଲ୍ଲାରୁ ୩୫୭ ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ ଜଣ, ଯାଜପୁର ଜିଲ୍ଲାରୁ ୧୭୩ ଜଣ ଓ ନୟାଗଡରୁ ୧୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୫୪, ରାୟଗଡାରୁ ୧୪୬, ଓ ପୁରୀରୁ ୧୪୪ ଜଣ କରୋନା ପଜିଟିଭ ଚିହ୍ନଟ । ମାଲକାନଗିରିରୁ ୧୩୪ ଜଣ, ଭଦ୍ରକରୁ ୧୧୪ ଜଣ ଓ ସମ୍ବଲପୁରରୁ ୧୦୭ ଜଣ କରୋନା ପଜିଟିଭ ଚିହ୍ନଟ ।

ବାଲେଶ୍ୱର ଓ ବରଗଡ଼ରୁ ୯୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁର ଜିଲ୍ଲାରୁ ୯୫ ଜଣ, ଝାରସୁଗୁଡାରୁ ୯୩ ଜଣ ଓ ମୟୁରଭଞ୍ଜରୁ ୯୨ ଜଣ ପଜିଟିଭ ଚିହ୍ନଟ । କୋରାପୁଟରୁ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗିର ଓ କେନ୍ଦ୍ରାପଡାରୁ ୭୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝରରୁ ୭୪ ଜଣ, ଢେଙ୍କାନାଳରୁ ୬୭ ଜଣ ଓ ନବରଙ୍ଗପୁରରୁ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଅନୁଗୁଳରୁ ୬୩ ଜଣ କରୋନା ପଜିଟିଭ ଚିହ୍ନଟ । ଗଜପତି ଓ କନ୍ଧମାଳରୁ ୪୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । କଳାହାଣ୍ଡିରୁ ୨୮ ଜଣ ଓ ନୂଆପଡାରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଦେବଗଡରୁ ୦୮ ଜଣ, ବୌଦ୍ଧରୁ ୦୪ ଜଣ ଓ ସୋନପୁରରୁ ୦୩ ଜଣ ଚିହ୍ନଟ ।

Corona Update Odisha, Covid cases in India | Nitidina
Google
ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୬୭,୧୫୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୦୫୯ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୩୨,୩୪,୪୭୫ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୭,୦୭,୨୬୭ ସୁସ୍ଥ ହୋଇଛନ୍ତି ୨୪,୬୭,୭୫୯ ଓ ୫୯,୪୪୯ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୭୪ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *