ରାଜ୍ୟରେ ଆଜି ୩୬୪୫ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୦୮ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୫୮ ହଜାରକୁ ଟପିଲା । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୬୪୫ କୁ ବୃଦ୍ଧି ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୩୬୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୧୫୧ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୪୯୪ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
Covid-19 Report For 14th September
New Positives Cases: 3645
In quarantine: 2151
Local contacts: 1494(Details of local contacts will be shared by concerned Dist Administration)
District Wise Cases
1. Angul: 39
2. Balasore: 156
3. Bargarh: 157
4. Bhadrak: 143
5. Balangir: 39— I & PR Department, Odisha (@IPR_Odisha) September 15, 2020
22. Mayurbhanj: 137
23. Nawarangpur: 90
24. Nayagarh: 38
25. Nuapada: 90
26. Puri: 246
27. Rayagada: 79
28. Sambalpur: 127
29. Sonepur: 99
30. Sundargarh: 84
31. State Pool: 344New Recoveries: 3382
Cumulative Tested: 2516457
Positive: 158650
Recovered: 122024
Active Case: 35928— I & PR Department, Odisha (@IPR_Odisha) September 15, 2020
ଆଜିର ନୂଆ ୩୬୪୫ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୨୨,୦୨୪, ଆକ୍ଟିଭ କେସ ୩୫,୯୨୮ ଓ ମୃତ ସଂଖ୍ୟା ୬୪୫ କୁ ପହଁଚିଲା । ଗତକାଲି ରାଜ୍ୟରେ ୩୩୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୩୬୪୫ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୩୫୭ ଜଣ, ଟେଷ୍ଟ ପୁଲରୁ ୨୧୮ ଜଣ ଓ ପୁରୀ ଜିଲ୍ଲାରୁ ୨୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୧୫୭ ଜଣ, ବାଲେଶ୍ୱରରୁ ୧୫୬ ଜଣ ଓ ଭଦ୍ରକରୁ ୧୪୩ ଜଣ କରୋନା ପଜିଟିଭ ଚିହ୍ନଟ । ମୟୁରଭଞ୍ଜରୁ ୧୩୭ ଜଣ, ସମ୍ବଲପୁରରୁ ୧୨୭ ଜଣ, ଯାଜପୁରରୁ ୧୧୬ ଜଣ ଓ ସୋନପୁରରୁ ୯୯ ଜଣ କରୋନା ପଜିଟିଭ ଚିହ୍ନଟ ।
କନ୍ଧମାଳ, ଜଗତସିଂହପୁର ଓ କୋରାପୁଟରୁ ୯୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡାରୁ ୯୧ ଜଣ ଏବଂ ନବରଙ୍ଗପୁର ଓ ନୂଆପଡାରୁ ୯୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ସୁନ୍ଦରଗଡରୁ ୮୪ ଏବଂ କଳାହାଣ୍ଡି ଓ ରାୟଗଡାରୁ ୭୯ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । କେନ୍ଦ୍ରାପଡାରୁ ୭୫, ଢେଙ୍କାନାଳରୁ ୬୮ ଜଣ ଓ କେନ୍ଦୁଝରରୁ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
ଗଞ୍ଜାମରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଓ ବଲାଙ୍ଗିରରୁ ୩୯ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ନୟାଗଡରୁ ୩୮ ଜଣ, ମାଲକାନଗିରିରୁ ୩୩ ଜଣ ଓ ଦେବଗଡରୁ ୧୫ ଜଣ କରୋନା ପଜିଟିଭ ଚିହ୍ନଟ । ଗଜପତି ଜିଲ୍ଲାରୁ ୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

୦୮ ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୦୩ ଜଣ କରୋନା ଆକ୍ରାନ୍ତ ମୃତ । ବୌଦ୍ଧ, ସମ୍ବଲପୁର, ସୋନପୁର, ରାୟଗଡା ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । କଟକ ଜିଲ୍ଲାର ୦୩ ମୃତକ ମଧ୍ୟରୁ ୦୨ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ । ପୁରୁଷଙ୍କ ବୟସ ୪୫ ଓ ୫୦ ଥିଲା ବେଳେ ମହିଳାଙ୍କ ବୟସ ୫୨ ବର୍ଷ । ସୋନପୁରରୁ ୭୦ ବର୍ଷୀୟ, କନ୍ଧମାଳର ୫୫ ବର୍ଷୀୟ, ରାୟଗଡାର ୫୦ ବର୍ଷୀୟ ଓ ସମ୍ବଲପୁରର ୫୧ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ । ବୌଦ୍ଧର ୬୫ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୮୩,୮୦୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୦୫୪ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୪୯,୩୦,୨୩୬ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୯୦,୦୬୧ ସୁସ୍ଥ ହୋଇଛନ୍ତି ୩୮,୫୮,୮୧୫ ଓ ୮୦,୮୨୫ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୧ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।