ରାଜ୍ୟରେ ଆଜି ୩୭୪୮ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୧ ମୁଣ୍ଡ ନେଲା କରୋନା ।

Corona Update Odisha new 3748 tested corona positive and 11 deaths, ରାଜ୍ୟରେ ଆଜି ୩୭୪୮ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୧ ମୁଣ୍ଡ ନେଲା କରୋନା ।, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 4, Corona Record

ରାଜ୍ୟରେ ଆଜି ୩୭୪୮ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୧ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୩୫ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୮୦ କୁ ବୃଦ୍ଧି ।

୧୧ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୦୪ ଜଣ କରୋନା ଆକ୍ରାନ୍ତ ମୃତ । ଗଞ୍ଜାମ ଜିଲ୍ଲାର ୫୫, ୬୦, ୬୨ ଓ ୬୫ ବର୍ଷୀୟ ଆକ୍ରାନ୍ତ ବ୍ୟକ୍ତି ମୃତ୍ୟୁ । ଭୁବନେଶ୍ୱରର ୦୨ ମୃତକ ମଧ୍ୟରୁ ଜଣେ ୭୨ ବର୍ଷୀୟ ପୁରୁଷ ଓ ଜଣେ ୭୦ ବର୍ଷୀୟ ମହିଳା । ବଲାଙ୍ଗୀରିର ଜଣେ ୬୫ ବର୍ଷୀୟ ମହିଳା ଆକ୍ରାନ୍ତ ମୃତ୍ୟୁ । କନ୍ଧମାଳ ଜିଲ୍ଲାର ଜଣେ ୫୦ ବର୍ଷୀୟ ଆକ୍ରାନ୍ତ ବ୍ୟକ୍ତି ମୃତ୍ୟୁ । ଖୋର୍ଦ୍ଧାର ଜଣେ ୭୫ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ଓ ପୁରୀର ଜଣେ ୪୬ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲାର ଜଣେ ୪୬ ବର୍ଷୀୟ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲାରୁ ୩୭୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୨୧୦ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୫୩୮ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

ଆଜିର ନୂଆ ୩୭୪୮ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୫,୧୩୦ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୦୨,୧୮୫, ଆକ୍ଟିଭ କେସ ୩୨,୩୧୨ ଓ ମୃତ ସଂଖ୍ୟା ୫୮୦ କୁ ପହଁଚିଲା । ଗତକାଲି ରାଜ୍ୟରେ ୨୫୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୩୭୪୮ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୩୯୨ ଜଣ, ପୁରୀ ଜିଲ୍ଲାରୁ ୩୮୭ ଜଣ ଓ ବଲାଙ୍ଗିରରୁ ୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୧୫୭ ଜଣ, ଯାଜପୁରରୁ ୧୨୪ ଜଣ ଓ ନବରଙ୍ଗପୁରରୁ ୧୨୧ ଜଣ କରୋନା ପଜିଟିଭ ଚିହ୍ନଟ । କେନ୍ଦ୍ରାପଡାରୁ ୧୧୬ ଜଣ, ବାଲେଶ୍ୱରରୁ ୧୦୩ ଜଣ ଓ କୋରାପୁଟରୁ ୯୭ ଜଣ କରୋନା ପଜିଟିଭ ଚିହ୍ନଟ ।

Corona Update Odisha new 3748 tested corona positive and 11 deaths, ରାଜ୍ୟରେ ଆଜି ୩୭୪୮ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୧ ମୁଣ୍ଡ ନେଲା କରୋନା ।, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 4, Corona Record

ଜଗତସିଂହପୁରରୁ ୯୪ ଜଣ, ବରଗଡରୁ ୯୨ ଓ କନ୍ଧମାଳରୁ ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାୟଗଡାରୁ ୮୨ ଜଣ, ଝାରସୁଗୁଡାରୁ ୭୦ ଓ ଗଞ୍ଜାମରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ । ନୟାଗଡରୁ ୬୯ ଜଣ, ଢେଙ୍କାନାଳରୁ ୬୫ ଓ କେନ୍ଦୁଝରରୁ ୬୩ ଜଣ ପଜିଟିଭ ଚିହ୍ନଟ । ବୌଦ୍ଧରୁ ୫୮, ଅନୁଗୁଳରୁ ୫୭ ଜଣ ଓ ଭଦ୍ରକରୁ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

କଳାହାଣ୍ଡିରୁ ୩୮ ଜଣ, ଗଜପତିରୁ ୩୩ ଜଣ ଓ ଦେବଗଡରୁ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ୨୧ ଜଣ ଓ ମୟୁରଭଞ୍ଜରୁ ୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୮୯,୭୦୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୧୧୫ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୪୩,୭୦,୫୬୬ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୮,୯୭,୧୯୯ ସୁସ୍ଥ ହୋଇଛନ୍ତି ୩୩,୯୮,୮୨୩ ଓ ୭୩,୯୪୨ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୭୮ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published.