ରାଜ୍ୟରେ ଆଜି ସର୍ବାଧିକ ୩୭୭୭ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୧ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୪୬ ହଜାରକୁ ଟପିଲା । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୬୧୬ କୁ ବୃଦ୍ଧି ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲାରୁ ୩୭୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୧୯୧ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୫୮୬ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
Covid-19 Report For 11th September
New Positives Cases: 3777
In quarantine: 2191
Local contacts: 1586(Details of local contacts will be shared by concerned Dist Administration)
District Wise Cases
1. Angul: 115
2. Balasore: 127
3. Bargarh: 139
4. Bhadrak: 67
5. Balangir: 51— I & PR Department, Odisha (@IPR_Odisha) September 12, 2020
22. Mayurbhanj: 58
23. Nawarangpur: 107
24. Nayagarh: 71
25. Nuapada: 73
26. Puri: 237
27. Rayagada: 75
28. Sambalpur: 112
29. Sonepur: 72
30. Sundargarh: 148
31. State Pool: 192New Recovery: 4061
Cumulative Tested: 2374620
Positive: 146894
Recovered: 112062
Active Case: 34163— I & PR Department, Odisha (@IPR_Odisha) September 12, 2020
ଆଜିର ନୂଆ ୩୭୭୭ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୬,୮୯୪ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୧୨,୦୬୨, ଆକ୍ଟିଭ କେସ ୩୪,୧୬୩ ଓ ମୃତ ସଂଖ୍ୟା ୬୧୬ କୁ ପହଁଚିଲା । ଗତକାଲି ରାଜ୍ୟରେ ୪୦୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୩୭୭୭ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୩୬୮ ଜଣ ଓ ପୁରୀ ଜିଲ୍ଲାରୁ ୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଓ କେନ୍ଦ୍ରାପଡାରୁ ୧୪୮ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ବରଗଡ଼ରୁ ୧୩୯ ଜଣ, ଯାଜପୁରରୁ ୧୩୩ ଜଣ ଓ ବାଲେଶ୍ୱରରୁ ୧୨୭ ଜଣ କରୋନା ପଜିଟିଭ ଚିହ୍ନଟ ।
ଅନୁଗୁଳରୁ ୧୧୫ ଜଣ, ସମ୍ବଲପୁରରୁ ୧୧୨ ଓ ନବରଙ୍ଗପୁରରୁ ୧୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁରରୁ ୧୦୦ ଜଣ, କୋରାପୁଟରୁ ୯୮ ଓ କେନ୍ଦୁଝରରୁ ୭୮ ଜଣ ଆକ୍ରାନ୍ତ ଚିହ୍ନଟ । ରାୟଗଡାରୁ ୭୫ ଜଣ, ନୂଆପଡ଼ାରୁ ୭୩ ଜଣ ଓ ସୋନପୁରରୁ ୭୨ ଜଣ ପଜିଟିଭ ଚିହ୍ନଟ । ନୟାଗଡରୁ ୭୧, ଝାରସୁଗୁଡାରୁ ଓ କଳାହାଣ୍ଡିରୁ ୭୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।

ଭଦ୍ରକ ଓ ଢେଙ୍କାନାଳରୁ ୬୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଓ ମୟୁରଭଞ୍ଜରୁ ୫୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗିରରୁ ୫୧ ଜଣ ଓ କନ୍ଧମାଳରୁ ୪୯ ଜଣ କରୋନା ପଜିଟିଭ ଚିହ୍ନଟ । ମାଲକାନଗିରି ଓ ବୌଦ୍ଧରୁ ୨୬ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଦେବଗଡରୁ ୧୪ ଜଣ, ଗଜପତି ଜିଲ୍ଲାରୁ ୧୩ ଜଣ ଆକ୍ରାନ୍ତ ।
୧୧ ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୦୩ ଜଣ କରୋନା ଆକ୍ରାନ୍ତ ମୃତ । ଖୋର୍ଦ୍ଧା ଜିଲ୍ଲାର ୦୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ବଲାଙ୍ଗିର, ଯାଜପୁର ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । କେନ୍ଦୁଝର, ନୟାଗଡ ଓ ରାୟଗଡା ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ ମୃତ । କଟକ ଜିଲ୍ଲାର ୦୩ ମୃତକ ମଧ୍ୟରୁ ୦୨ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ । ପୁରୁଷଙ୍କ ବୟସ ୪୫ ଓ ୮୮ ବର୍ଷ ଥିବାବେଳେ ମହିଳାଙ୍କର ୬୭ ବର୍ଷ । ଖୋର୍ଦ୍ଧାର ୦୨ ମୃତକ ଭୁବନେଶ୍ୱର ୩୦ ଓ ୮୨ ବର୍ଷୀୟ ବ୍ୟକ୍ତି । ବଲାଙ୍ଗିରର ୭୦, ଯାଜପୁରର ୪୮ ଓ କେନ୍ଦୁଝରର ୭୫ ବର୍ଷୀୟ ବ୍ୟକ୍ତି ମୃତ । ନୟାଗଡର ୫୬, ରାୟଗଡାର ୬୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ । କନ୍ଧମାଳ ଜିଲ୍ଲାର ଜଣେ ୬୪ ବର୍ଷୀୟ ମହିଳା ମୃତ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୯୭,୫୭୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୨୦୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୪୬,୫୯,୯୮୪ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୫୮,୩୧୬ ସୁସ୍ଥ ହୋଇଛନ୍ତି ୩୬,୨୪,୧୯୭ ଓ ୭୭,୪୭୨ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୧ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।