ରାଜ୍ୟରେ ଆଜି ୩୯୨୨ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୪ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨ ଲକ୍ଷ ୯ ହଜାରକୁ ଟପିଲା । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୭୯୭ କୁ ବୃଦ୍ଧି ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୩୯୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୩୦୯ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୬୧୩ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
Covid-19 Report For 26th September
New Positive Cases: 3922
In quarantine: 2309
Local contacts: 1613(Details of local contacts will be shared by concerned Dist Administration)
District Wise Cases
1. Angul: 200
2. Balasore: 72
3. Bargarh: 154
4. Bhadrak: 51
5. Balangir: 85— I & PR Department, Odisha (@IPR_Odisha) September 27, 2020
22. Mayurbhanj: 149
23. Nawrangpur: 40
24. Nayagarh: 48
25. Nuapada: 114
26. Puri: 184
27. Rayagada: 48
28. Sambalpur: 117
29. Sonepur: 25
30. Sundargarh: 103
31. State Pool: 214New Recovery: 4761
Cumulative Tested: 3111766
Positive: 209374
Recovered: 170193
Active Case: 38331— I & PR Department, Odisha (@IPR_Odisha) September 27, 2020
ଆଜିର ନୂଆ ୩୯୨୨ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୦୯,୩୭୪ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୭୦,୧୯୩, ଆକ୍ଟିଭ କେସ ୩୮,୩୩୧ ଓ ମୃତ ସଂଖ୍ୟା ୭୯୭ କୁ ପହଁଚିଲା । ଗତକାଲି ରାଜ୍ୟରେ ୪୭୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୩୯୨୨ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୩୮୦ ଜଣ, ଷ୍ଟେଟ୍ ପୁଲ୍ ରୁ 214 ଜଣ ଓ କେନ୍ଦୁଝରରୁ ୨୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୨୦୦ ଜଣ, ପୁରୀରୁ ୧୮୪ ଜଣ ଓ ବରଗଡ଼ରୁ ୧୫୪ ଜଣ କରୋନା ପଜିଟିଭ ଚିହ୍ନଟ । ମୟୁରଭଞ୍ଜରୁ ୧୪୯ ଜଣ, ଜଗତସିଂହପୁରରୁ ୧୨୩ ଜଣ ଓ ସମ୍ବଲପୁରରୁ ୧୧୭ ଜଣ କରୋନା ପଜିଟିଭ ଚିହ୍ନଟ ।
ନୂଆପଡାରୁ ୧୧୪ ଜଣ, ଝାରସୁଗୁଡାରୁ ୧୦୯ ଜଣ ଓ କେନ୍ଦ୍ରାପଡାରୁ ୧୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁର ଓ ସୁନ୍ଦରଗଡରୁ ୧୦୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗିରରୁ ୮୫ ଜଣ, ଢେଙ୍କାନାଳରୁ ୭୬ ଜଣ ଓ କଳାହାଣ୍ଡିରୁ ୭୩ ଜଣ କରୋନା ପଜିଟିଭ ଚିହ୍ନଟ । ବାଲେଶ୍ୱରରୁ ୭୨ ଜଣ ପଜିଟିଭ ଚିହ୍ନଟ । କୋରାପୁଟ ଓ ମାଲକାନଗିରିରୁ ୬୯ ଜଣ କରନା କରୋନା ଆକ୍ରାନ୍ତ ଚିହ୍ନଟ ।

କନ୍ଧମାଳରୁ ୬୩ ଜଣ ଓ ଭଦ୍ରକରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ, ନୟାଗଡ ଓ ରାୟଗଡା ଜିଲ୍ଲାରୁ ୪୮ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ନବରଙ୍ଗପୁରରୁ ୪୦ ଜଣ, ଗଞ୍ଜାମରୁ ୩୯ ଜଣ ଓ ସୋନପୁରରୁ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଜପତିରୁ ୨୨ ଜଣ ଓ ଦେବଗଡରୁ ୦୮ ଜଣ କରୋନା ପଜିଟିଭ ଚିହ୍ନଟ ।
କରୋନା ମୃତ୍ୟୁ ସଂଖ୍ୟା:
୧୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ୦୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଯାଜପୁର ଓ କେନ୍ଦ୍ରାପଡାରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ । ବଲାଙ୍ଗିର, ଢେଙ୍କାନାଳ, ଗଜପତି ଓ ସୋନପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ।
ଖୋର୍ଦ୍ଧାର ୦୩ ମୃତକ ମଧ୍ୟରୁ ୦୨ ଜଣ ଭୁବନେଶ୍ୱରରୁ ୪୨ ଓ ୫୮ ବର୍ଷୀୟ ପୁରୁଷ । ଅନ୍ୟ ଜଣେ ଖୋର୍ଦ୍ଧା ଜିଲ୍ଲାର ୬୭ ବର୍ଷୀୟ ମହିଳା ଆକ୍ରାନ୍ତ ମୃତ୍ୟୁ । କଟକ ଜିଲ୍ଲାର ୦୩ ଜଣ ମଧ୍ୟରୁ ୫୬ ଓ ୪୨ ବର୍ଷୀୟ ପୁରୁଷ ଓ ୪୫ ବର୍ଷୀୟ ମହିଳା ମୃତ । ଯାଜପୁରର ଜଣେ ୬୫ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୫୫ ବର୍ଷୀୟ ମହିଳା ଆକ୍ରାନ୍ତ ମୃତ୍ୟୁ । କେନ୍ଦ୍ରାପଡାରୁ ଜଣେ ୩୫ ବର୍ଷୀୟ ମହିଳା ଓ ଅନ୍ୟ ଜଣେ ୫୨ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ୍ୟୁ । ବଲାଙ୍ଗିରର ୬୦ ବର୍ଷୀୟ, ଗଜପତିର ୬୩ ବର୍ଷୀୟ ଓ ଢେଙ୍କାନାଳର ୪୫ ପୁରୁଷ ଆକ୍ରାନ୍ତ ମୃତ । ସୋନପୁରର ଜଣେ ୩୧ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୮୮,୬୦୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୧୨୪ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୫୯,୯୨,୫୩୨ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୫୬,୪୦୧ ସୁସ୍ଥ ହୋଇଛନ୍ତି ୪୯,୪୧,୬୨୮ ଓ ୯୪,୫୦୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୫ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।