ରାଜ୍ୟରେ ଆଜି ୩୯୯୧ ନୂଆ କରୋନା ପଜିଟିଭ ଚିହ୍ନଟ ଓ ଆଜି ୧୧ ମୁଣ୍ଡ ନେଲା କରୋନା ।

Corona Update Odisha new 3991 tested corona positive and 11 deaths, ରାଜ୍ୟରେ ଆଜି ୩୯୯୧ ନୂଆ କରୋନା ପଜିଟିଭ ଚିହ୍ନଟ ଓ ଆଜି ୧୧ ମୁଣ୍ଡ ନେଲା କରୋନା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 4, Corona Record

ରାଜ୍ୟରେ ଆଜି ୩୯୯୧ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୧ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୩୯ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୯୧ କୁ ବୃଦ୍ଧି ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲାରୁ ୩୯୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୩୧୫ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୬୭୬ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

ଆଜିର ନୂଆ ୩୯୯୧ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୦୫,୨୯୫, ଆକ୍ଟିଭ କେସ ୩୩,୧୮୨ ଓ ମୃତ ସଂଖ୍ୟା ୫୯୧ କୁ ପହଁଚିଲା । ଗତକାଲି ରାଜ୍ୟରେ ୩୧୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୩୯୯୧ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୩୯୨ ଜଣ, ପୁରୀ ଜିଲ୍ଲାରୁ ୩୩୨ ଜଣ ଓ ବଲାଙ୍ଗିରରୁ ୧୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ ଜିଲ୍ଲାରୁ ୧୬୯ ଜଣ, ମୟୁରଭଞ୍ଜରୁ ୧୬୦ ଜଣ ଓ କେନ୍ଦ୍ରାପଡାରୁ ୧୪୭ ଜଣ କରୋନା ପଜିଟିଭ ଚିହ୍ନଟ । ଯାଜପୁରରୁ ୧୪୮ ଜଣ, କୋରାପୁଟରୁ ୧୨୭ ଜଣ ଓ ନବରଙ୍ଗପୁରରୁ ୧୨୫ ଜଣ କରୋନା ପଜିଟିଭ ଚିହ୍ନଟ ।

ଅନୁଗୁଳରୁ ୧୧୪ ଜଣ, ସମ୍ବଲପୁରରୁ ୧୦୪ ଓ ଜଗତସିଂହପୁରରୁ ୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳରୁ ୧୦୧ ଜଣ, ସୁନ୍ଦରଗଡରୁ ୯୮ ଓ ନୂଆପଡାରୁ ୯୬ ଜଣ ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମରୁ ୯୫ ଜଣ, ଭଦ୍ରକରୁ ୮୨ ଓ କେନ୍ଦୁଝରରୁ ୮୧ ଜଣ ପଜିଟିଭ ଚିହ୍ନଟ । ବାଲେଶ୍ୱର, ସୁବର୍ଣ୍ଣପୁର ଓ କଳାହାଣ୍ଡିରୁ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

Corona Update Odisha new 3991 tested corona positive and 11 deaths, ରାଜ୍ୟରେ ଆଜି ୩୯୯୧ ନୂଆ କରୋନା ପଜିଟିଭ ଚିହ୍ନଟ ଓ ଆଜି ୧୧ ମୁଣ୍ଡ ନେଲା କରୋନା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 4, Corona Record

କନ୍ଧମାଳରୁ ୫୭ ଜଣ, ରାୟଗଡାରୁ ୫୮ ଜଣ ଓ ଝାରସୁଗୁଡାରୁ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ୪୮ ଜଣ, ବୌଦ୍ଧରୁ ୪୧ ଜଣ ଓ ମାଲକାନଗିରିରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଦେବଗଡ ଓ ଗଜପତି ଜିଲ୍ଲାରୁ ୧୮ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।

୧୧ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଖୋର୍ଦ୍ଧା ଜିଲ୍ଲାର ୦୨ ମୃତକ ଭୁବନେଶ୍ୱରର ଓ ବୟସ ୫୭ ଓ ୭୦ ବର୍ଷ । କଟକ ଜିଲ୍ଲର ୦୨ ମୃତକ ପୁରୁଷ ଓ ବୟସ ୪୯ ଓ ୮୦ ବର୍ଷ । ପୁରୀ ଜିଲ୍ଲାର ୦୨ ମୃତକ ମଧ୍ୟରୁ ଜଣେ ୧୭ ବର୍ଷୀୟ ଯୁବତୀ ଓ ଅନ୍ୟ ଜଣେ ୬୦ ବର୍ଷୀୟ ଆକ୍ରାନ୍ତ ମୃତ୍ୟୁ । ଗଞ୍ଜାମ, କୋରାପୁଟ, ରାୟଗଡା, ଭଦ୍ରକ ଓ ନୟାଗଡରୁ ଜଣେ ଲେଖାଏଁ ମୃତ୍ୟୁ । ଗଞ୍ଜାମର ୭୫ ବର୍ଷୀୟ, କୋରାପୁଟର ୭୧ ବର୍ଷୀୟ ଓ ନୟାଗଡ଼ର ୬୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ । ରାୟଗଡାର ୬୫ ବର୍ଷୀୟ ଓ ଭଦ୍ରକର ୫୧ ବର୍ଷୀୟ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୯୫,୭୩୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୧୭୨ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୪୪,୬୨,୯୬୫ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୧୮,୧୮୫ ସୁସ୍ଥ ହୋଇଛନ୍ତି ୩୪,୬୯,୦୮୪ ଓ ୭୫,୦୯୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୭୯ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *