ରାଜ୍ୟରେ ଆଜି ୪୧୮୦ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୩ ମୁଣ୍ଡ ନେଲା କରୋନା ।

Corona Update Odisha new 4180 tested corona positive and 13 deaths, ରାଜ୍ୟରେ ଆଜି ୪୧୮୦ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୩ ମୁଣ୍ଡ ନେଲା କରୋନା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 4, Corona Record

ରାଜ୍ୟରେ ଆଜି ୪୧୮୦ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୩ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜି ରାଜ୍ୟରେ ପୁଣି ଦିନକରେ ୪ ହଜାର ପରା ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୭୧ ହଜାରକୁ ଟପିଲା । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୬୮୨ କୁ ବୃଦ୍ଧି ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୪୧୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୪୬୬ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୭୪୧ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

ଆଜିର ନୂଆ ୪୧୮୦ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୭୧,୩୪୧ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୩୩,୪୬୭, ଆକ୍ଟିଭ କେସ ୩୭,୧୪୦ ଓ ମୃତ ସଂଖ୍ୟା ୬୮୧ କୁ ପହଁଚିଲା । ଗତକାଲି ରାଜ୍ୟରେ ୩୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୪୧୮୦ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୪୯୨ ଜଣ, ଟେଷ୍ଟ ପୁଲରୁ ୩୩୭ ଜଣ ଓ ଯାଜପୁର ଜିଲ୍ଲାରୁ ୧୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀ ଓ ସୁନ୍ଦରଗଡରୁ ୧୬୬ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ମୟୁରଭଞ୍ଜରୁ ୧୬୩ ଜଣ, ରାୟଗଡାରୁ ୧୬୦ ଜଣ ଓ ଅନୁଗୁଳରୁ ୧୫୫ ଜଣ କରୋନା ପଜିଟିଭ ଚିହ୍ନଟ ।

ବାଲେଶ୍ୱରରୁ ୧୩୩, ସମ୍ବଲପୁରରୁ ୧୨୭ ଜଣ ଓ ଜଗତସିଂହପୁରରୁ ୧୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡାରୁ ୧୨୧ ଜଣ, ବରଗଡ଼ରୁ ୧୦୦ ଜଣ ଓ କୋରାପୁଟରୁ ୯୯ ଜଣ ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡାରୁ ୮୩ ଜଣ, ଭଦ୍ରକରୁ ୮୧ ଜଣ ଓ କନ୍ଧମାଳରୁ ୭୭ ଜଣ କରୋନା ପଜିଟିଭ ଚିହ୍ନଟ । ବଲାଙ୍ଗିର, ନବରଙ୍ଗଉପୁର ଓ କେନ୍ଦୁଝରରୁ ୭୩ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ଢେଙ୍କାନାଳ ଓ କଳାହାଣ୍ଡିରୁ ୬୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।

ଗଞ୍ଜାମରୁ ୫୮ ଜଣ ଓ ବୌଦ୍ଧରୁ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡ ଓ ନୂଆପଡାରୁ ୫୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ମାଲକାନଗିରିରୁ ୫୩ ଜଣ, ଗଜପତିରୁ ୨୫ ଜଣ ଓ ଦେବଗଡରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ।

୧୩ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାର ଜିଲ୍ଲାରୁ ୦୩ ଜଣ କରୋନା ଆକ୍ରାନ୍ତ ମୃତ । ପୁରୀ ଓ କେନ୍ଦ୍ରାପଡ଼ାରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ । ବରଗଡ଼, ବଲାଙ୍ଗିର, କଟକ ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ । କନ୍ଧମାଳ ଓ ମୟୁରଭଞ୍ଜର ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ।

Corona Update Odisha new 4180 tested corona positive and 13 deaths
Google

ଖୋର୍ଦ୍ଧା ଜିଲ୍ଲାର ୦୩ ମୃତକ ମଧ୍ୟରୁ ଜଣେ ଭୁବନେଶ୍ୱରର ୪୯ ବର୍ଷୀୟ ପୁରୁଷ । ଅନ୍ୟ ୦୨ ଜଣ ଖୋର୍ଦ୍ଧା ଜିଲ୍ଲାର ଜଣେ ୭୮ ବର୍ଷୀୟ ମହିଳା ଓ ଜଣେ ୩୯ ବର୍ଷୀୟ ପୁରୁଷ ମୃତ । ପୁରୀ ଜିଲ୍ଲାର ୦୨ ମୃତକ ୬୫ ଓ ୭୯ ବର୍ଷୀୟ ପୁରୁଷ । କେନ୍ଦ୍ରାପଡା ଜିଲ୍ଲାର ୦୨ ମୃତକ ୯୦ ଓ ୯୭ ବର୍ଷୀୟ ମହିଳା । ବରଗଡ଼ର ୨୫, ବଲାଙ୍ଗିରର ୮୨ ଓ କନ୍ଧମାଳର ୭୭ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । ମୟୁରଭଞ୍ଜର ୫୦ ବର୍ଷୀୟ ଆକ୍ରାନ୍ତଙ୍କ ମୃତ । କଟକର ୬୫ ଓ ଗଜପତିର ୫୩ ବର୍ଷୀୟ ମହିଳାଙ୍କ ମୃତ୍ୟୁ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୯୬,୪୨୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୧୭୪ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୫୨,୧୪,୬୭୭ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୧୦,୧୭,୯୭୫ ସୁସ୍ଥ ହୋଇଛନ୍ତି ୪୧,୧୧,୬୩୦ ଓ ୮୪,୪୧୫ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୧ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *