ରାଜ୍ୟରେ ଆଜି ୪୧୮୯ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୧ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୮୮ ହଜାରକୁ ଟପିଲା । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୭୨୧ କୁ ବୃଦ୍ଧି ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୪୧୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୪୫୩ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୭୩୬ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
Covid-19 Report For 21st September
New Positive Cases: 4189
In quarantine: 2453
Local contacts: 1736(Details of local contacts will be shared by concerned Dist Administration)
District Wise Cases
1. Angul: 107
2. Balasore: 150
3. Bargarh: 128
4. Bhadrak: 34
5. Balangir: 114— I & PR Department, Odisha (@IPR_Odisha) September 22, 2020
22. Mayurbhanj: 174
23. Nawarangpur: 75
24. Nayagarh: 82
25. Nuapada: 58
26. Puri: 265
27. Rayagada: 29
28. Sambalpur: 113
29. Sonepur: 90
30. Sundargarh: 201
31. State Pool: 243New Recovery: 3704
Cumulative Tested: 2860410
Positive: 188311
Recovered: 149379
Active Case: 38158— I & PR Department, Odisha (@IPR_Odisha) September 22, 2020
ଆଜିର ନୂଆ ୪୧୮୯ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୮୮,୩୧୧ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୪୯,୩୭୯, ଆକ୍ଟିଭ କେସ ୩୮,୧୫୮ ଓ ମୃତ ସଂଖ୍ୟା ୭୨୧ କୁ ପହଁଚିଲା । ଗତକାଲି ରାଜ୍ୟରେ ୩୭୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୪୧୮୯ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୫୮୬ ଜଣ, ପୁରୀରୁ ୨୬୫ ଜଣ ଓ ଟେଷ୍ଟ ପୁଲରୁ ୨୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୨୦୧ ଜଣ, ଯାଜପୁରରୁ ୧୮୭ ଓ ମୟୁରଭଞ୍ଜରୁ ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ । ବାଲେଶ୍ୱରରୁ ୧୫୦ ଜଣ, ବରଗଡାରୁ ୧୨୮ ଜଣ ଓ କେନ୍ଦ୍ରାପଡାରୁ ୧୨୬ ଜଣ କରୋନା ପଜିଟିଭ ଚିହ୍ନଟ ।
ବଲାଙ୍ଗିରରୁ ୧୧୪, ସମ୍ବଲପୁରରୁ ୧୧୩ ଜଣ ଓ ଅନୁଗୁଳରୁ ୧୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଳାହାଣ୍ଡିରୁ ୧୦୫ ଜଣ, ଜଗତସିଂହପୁରରୁ ୧୦୪ ଜଣ ଓ ସୋନପୁରରୁ ୯୦ ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡାରୁ ୮୪ ଜଣ, ନୟାଗଡରୁ ୮୨ ଜଣ ଓ ନବରଙ୍ଗପୁରରୁ ୭୫ ଜଣ କରୋନା ପଜିଟିଭ ଚିହ୍ନଟ । କନ୍ଧମାଳରୁ ୭୪ ଜଣ, ମାଲକାନଗିରିରୁ ୭୨ ଓ କୋରାପୁଟରୁ ୬୩ ଜଣ ପଜିଟିଭ ଚିହ୍ନଟ । ନୂଆପଡାରୁ ୫୮ ଜଣ, ଢେଙ୍କାନାଳରୁ ୫୪ ଓ ଗଞ୍ଜାମରୁ ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।ଭଦ୍ରକରୁ ୩୪ ଜଣ, କେନ୍ଦୁଝରରୁ ୩୩ ଜଣ ଓ ରାୟଗଡାରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେବଗଡରୁ ୧୨ ଜଣ ଓ ଗଜପତିରୁ ୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
କରୋନା ଆକ୍ରାନ୍ତଙ୍କ ମୃତ୍ୟୁ:
୧୧ ମୃତକଙ୍କ ମଧ୍ୟରୁ ବାଲେଶ୍ୱର, ବଲାଙ୍ଗିର, ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଭଦ୍ରକ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ । ବାଲେଶ୍ୱର ଜିଲ୍ଲାର ୦୨ ମୃତକ ଜଣେ ୬୫ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୫୦ ବର୍ଷୀୟ ମହିଳା । ବଲାଙ୍ଗିରର ଜଣେ ୬୦ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୪୨ ବର୍ଷୀୟ ମହିଳା ମୃତ । ମାଲକାନଗିରି ଜିଲ୍ଲାର ୦୨ ମୃତକ ୪୦ ଓ ୫୪ ବର୍ଷୀୟ ପୁରୁଷ । ଭଦ୍ରକର ମୃତକ ଜଣକ ୬୮ ବର୍ଷୀୟ ମହିଳା । ପୁରୀର ୫୧ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । ଖୋର୍ଦ୍ଧାର ଭୁବନେଶ୍ୱରରୁ ୯୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୭୫,୦୮୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୦୫୩ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୫୫,୬୨,୬୬୪ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୦୯,୭୫,୮୬୧ ସୁସ୍ଥ ହୋଇଛନ୍ତି ୪୪,୯୭,୮୬୮ ଓ ୮୮,୯୩୫ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୧ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।