ରାଜ୍ୟରେ ଆଜି ନୂଆ ରେକର୍ଡ କଲା କରୋନା, ସର୍ବାଧିକ ୪୧୯୮ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୧୧ ମୁଣ୍ଡ ନେଲା କରୋନା ।

Corona Updare Odisha new 4198 tested corona positive and 11 deaths, ରାଜ୍ୟରେ ଆଜି ନୂଆ ରେକର୍ଡ କଲା କରୋନା, ସର୍ବାଧିକ ୪୧୯୮ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୧୧ ମୁଣ୍ଡ ନେଲା କରୋନା ।, Nitidina, Odisha, Corona, Coronavirus, Corona Update, Unlock 4

ରାଜ୍ୟରେ ଆଜି ସର୍ବାଧିକ ୪୧୯୮ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ଗୋଟିଏ ଦିନରେ ପ୍ରଥମ ଥର ପାଇଁ ୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଜି ୧୧ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୫୫ ହଜାରକୁ ଟପିଲା । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୬୩୭ କୁ ବୃଦ୍ଧି ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୪୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୪୭୬ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୭୨୨ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

ଆଜିର ନୂଆ ୪୧୯୮ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୧୮,୬୪୨, ଆକ୍ଟିଭ କେସ ୩୫,୬୭୩ ଓ ମୃତ ସଂଖ୍ୟା ୬୩୭ କୁ ପହଁଚିଲା । ଗତକାଲି ରାଜ୍ୟରେ ୩୩୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୪୧୯୮ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୩୬୭ ଜଣ, ପୁରୀ ଜିଲ୍ଲାରୁ ୩୧୦ ଜଣ ଓ ଟେଷ୍ଟ ପୁଲରୁ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିରରୁ ୧୯୭ ଜଣ, ସୁନ୍ଦରଗଡରୁ ୧୯୫ ଜଣ ଓ ଯାଜପୁରରୁ ୧୫୬ ଜଣ କରୋନା ପଜିଟିଭ ଚିହ୍ନଟ । କେନ୍ଦ୍ରାପଡାରୁ ୧୪୩ ଜଣ, ରାୟଗଡାରୁ ୧୩୬ ଜଣ ଓ ମୟୁରଭଞ୍ଜରୁ ୧୩୩ ଜଣ କରୋନା ପଜିଟିଭ ଚିହ୍ନଟ ।

ସମ୍ବଲପୁରରୁ ୧୩୦ ଜଣ, ବାଲେଶ୍ୱରରୁ ୧୩୦ ଜଣ ଓ ନୂଆପଡାରୁ ୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଅନୁଗୁଳରୁ ୧୦୮ ଜଣ, କୋରାପୁଟରୁ ୯୯ ଜଣ, ନବରଙ୍ଗପୁରରୁ ୯୮ ଓ ଜଗତସିଂହପୁରରୁ ୯୭ ଜଣ ଆକ୍ରାନ୍ତ ଚିହ୍ନଟ । ବରଗଡ଼ ଓ ଝାରସୁଗୁଡାରୁ ୯୫ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । କଳାହାଣ୍ଡିରୁ ୯୩, ଢେଙ୍କାନାଳରୁ ୮୦ ଜଣ ଓ କନ୍ଧମାଳରୁ ୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

Corona Updare Odisha new 4198 tested corona positive and 11 deaths, ରାଜ୍ୟରେ ଆଜି ନୂଆ ରେକର୍ଡ କଲା କରୋନା, ସର୍ବାଧିକ ୪୧୯୮ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୧୧ ମୁଣ୍ଡ ନେଲା କରୋନା ।, Nitidina, Odisha, Corona, Coronavirus, Corona Update, Unlock 4

ସୋନପୁରରୁ ୭୪ ଜଣ ଓ କେନ୍ଦୁଝରରୁ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୫୩ ଜଣ ଓ ଗଞ୍ଜାମରୁ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୟାଗଡରୁ ୪୩ ଜଣ, ଦେବଗଡରୁ ୩୪ ଜଣ ଓ ମାଲକାନଗିରିରୁ ୨୨ ଜଣ କରୋନା ପଜିଟିଭ ଚିହ୍ନଟ । ବୌଦ୍ଧରୁ ୧୯ ଜଣ ଓ ଗଜପତିରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

୧୧ ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୦୪ ଜଣ କରୋନା ଆକ୍ରାନ୍ତ ମୃତ । ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାର ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । କନ୍ଧମାଳ, ମୟୁରଭଞ୍ଜ ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । କଟକ ଜିଲ୍ଲାର ୦୪ ମୃତକ ୫୬, ୬୮, ୭୫ ଓ ୭୬ ବର୍ଷୀୟ ବ୍ୟକ୍ତି । ବଲାଙ୍ଗିରର ୦୨ ମୃତକ ୪୦ ଓ ୭୦ ବର୍ଷୀୟ ମହିଳା । ଖୋର୍ଦ୍ଧାର ୦୨ ମୃତକ ଭୁବନେଶ୍ୱରର ୩୫ ଓ ୫୨ ବର୍ଷୀୟ ପୁରୁଷ । କନ୍ଧମାଳର ୬୦ ବର୍ଷୀୟ ମହିଳା ଆକ୍ରାନ୍ତ ମୃତ । ନୟାଗଡର ୫୪ ଓ ମୟୁରଭଞ୍ଜର ୫୮ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୯୨,୦୭୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୧୩୬ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୪୮,୪୬,୪୨୭ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୮୬,୫୯୮ ସୁସ୍ଥ ହୋଇଛନ୍ତି ୩୭,୮୦,୧୦୭ ଓ ୭୯,୭୨୨ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୧ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *