ରାଜ୍ୟରେ ଆଜି ୪୨୦୯ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୦୯ ମୁଣ୍ଡ ନେଲା କରୋନା ।

Corona Update Odisha new 4209 tested corona positive and 09 deaths, ରାଜ୍ୟରେ ଆଜି ୪୨୦୯ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୦୯ ମୁଣ୍ଡ ନେଲା କରୋନା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 4, Corona Record

ରାଜ୍ୟରେ ଆଜି ୪୨୦୯ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୦୯ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜି ରାଜ୍ୟରେ ପୁଣି ଦିନକରେ ୪ ହଜାର ପରା ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୭୫ ହଜାରକୁ ଟପିଲା । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୬୯୧ କୁ ବୃଦ୍ଧି ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୪୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୪୪୧ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୭୬୮ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

ଆଜିର ନୂଆ ୪୨୦୯ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୭୫,୫୫୦ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୩୭,୫୬୭, ଆକ୍ଟିଭ କେସ ୩୭,୨୩୯ ଓ ମୃତ ସଂଖ୍ୟା ୬୯୧ କୁ ପହଁଚିଲା । ଗତକାଲି ରାଜ୍ୟରେ ୪୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୪୨୦୯ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୪୯୧ ଜଣ, ପୁରୀରୁ ୩୧୬ ଜଣ ଓ ଟେଷ୍ଟ ପୁଲରୁ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୧୮୩ ଜଣ, ଯାଜପୁରରୁ ୧୭୬ ଓ ସମ୍ବଲପୁରରୁ ୧୫୪ ଜଣ କରୋନା ପଜିଟିଭ ଚିହ୍ନଟ । ଜଗତସିଂହପୁରରୁ ୧୪୬ ଜଣ, କେନ୍ଦ୍ରାପଡାରୁ ୧୨୩ ଜଣ ଓ ସୁନ୍ଦରଗଡରୁ ୧୨୧ ଜଣ କରୋନା ପଜିଟିଭ ଚିହ୍ନଟ ।

ବରଗଡ଼ରୁ ୧୧୬, କୋରାପୁଟରୁ ୧୧୪ ଜଣ ଓ ଅନୁଗୁଳରୁ ୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ମୟୁରଭଞ୍ଜରୁ ୧୦୭ ଜଣ ଆକ୍ରାନ୍ତ ଚିହ୍ନଟ । କନ୍ଧମାଳ ଓ ନବରଙ୍ଗପୁରରୁ ୧୦୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ରାୟଗଡାରୁ ୯୨ ଜଣ, କଳାହାଣ୍ଡିରୁ ୯୦ ଜଣ ଓ ସୋନପୁରରୁ ୮୩ ଜଣ ପଜିଟିଭ ଚିହ୍ନଟ । ଝାରସୁଗୁଡା ଓ ଢେଙ୍କାନାଳରୁ ୮୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।

Corona Update Odisha new 4209 tested corona positive and 09 deaths, ରାଜ୍ୟରେ ଆଜି ୪୨୦୯ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୦୯ ମୁଣ୍ଡ ନେଲା କରୋନା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 4, Corona Record

ବଲାଙ୍ଗିରରୁ ୭୮ ଜଣ ଓ କେନ୍ଦୁଝରରୁ ୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୬୫ ଜଣ, ମାଲକାନଗିରିରୁ ୬୩ ଜଣ ଓ ବୌଦ୍ଧରୁ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆପଡାରୁ ୫୨ ଜଣ ଓ ନୟାଗଡରୁ ୪୭ ଜଣ କରୋନା ପଜିଟିଭ ଚିହ୍ନଟ । ଭଦ୍ରକ ଓ ଗଜପତିରୁ ୪୩ ଜଣ ଲେଖାଏଁ ଓ ଦେବଗଡରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

୦୯ ମୃତକଙ୍କ ମଧ୍ୟରୁ ବରଗଡ଼ ଜିଲ୍ଲାରୁ ସର୍ବାଧିକ ୦୨ ଜଣ କରୋନା ଆକ୍ରାନ୍ତ ମୃତ । ଭଦ୍ରକ, ବଲାଙ୍ଗିର, କଟକ ଓ ଗଜପତିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ । ପୁରୀ, ରାୟଗଡା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ।

ବରଗଡ଼ ଜିଲ୍ଲାର ୦୨ ମୃତକ ମଧ୍ୟରୁ ଜଣେ ୬୩ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୫୫ ବର୍ଷୀୟ ମହିଳା । ଭଦ୍ରକର ୫୨ ବର୍ଷୀୟ, ବଲାଙ୍ଗିରର ୫୫ ବର୍ଷୀୟ ଓ ଗଜପତିର ୩୭ ବର୍ଷୀୟ ପୁରୁଷ ମୃତ । ପୁରୀ ଜିଲ୍ଲାର ୭୩ ଓ ରାୟଗଡାର ୫୨ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ । କଟକର ୭୮ ଓ ସମ୍ବଲପୁରର ୬୦ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୯୩,୩୩୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୨୪୭ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୫୩,୦୮,୦୧୪ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୧୦,୧୩,୯୬୪ ସୁସ୍ଥ ହୋଇଛନ୍ତି ୪୨,୦୮,୪୩୧ ଓ ୮୫,୬୧୯ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୨ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *