ରାଜ୍ୟରେ ଆଜି ୪୨୪୧ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୩ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜି ରାଜ୍ୟରେ ପୁଣି ଦିନକରେ ୪ ହଜାର ପରା ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୬୭ ହଜାରକୁ ଟପିଲା । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୬୬୯ କୁ ବୃଦ୍ଧି ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୪୨୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୫୦୨ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୭୩୯ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
Covid-19 Report For 16th September
New Positives Cases: 4241
In quarantine: 2502
Local contacts: 1739(Details of local contacts will be shared by concerned Dist Administration)
District Wise Cases
1. Angul: 84
2. Balasore: 141
3. Bargarh: 149
4. Bhadrak: 72
5. Balangir: 44— I & PR Department, Odisha (@IPR_Odisha) September 17, 2020
22. Mayurbhanj: 147
23. Nawarangpur: 107
24. Nayagarh: 94
25. Nuapada: 99
26. Puri: 291
27. Rayagada: 66
28. Sambalpur: 91
29. Sonepur: 129
30. Sundargarh: 154
31. State Pool: 330New Recovery: 4121
Cumulative Tested: 2619601
Positive: 167161
Recovered: 129859
Active Case: 36580— I & PR Department, Odisha (@IPR_Odisha) September 17, 2020
ଆଜିର ନୂଆ ୪୨୪୧ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୭,୧୬୧ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୨୯,୮୫୯, ଆକ୍ଟିଭ କେସ ୩୬,୫୮୦ ଓ ମୃତ ସଂଖ୍ୟା ୬୫୬ କୁ ପହଁଚିଲା । ଗତକାଲି ରାଜ୍ୟରେ ୪୧୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୪୨୪୧ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୩୮୯ ଜଣ, ଟେଷ୍ଟ ପୁଲରୁ ୩୩୦ ଜଣ ଓ ପୁରୀ ଜିଲ୍ଲାରୁ ୨୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୧୯୪ ଜଣ, ଯାଜପୁରରୁ ୧୫୦ ଜଣ ଓ ବରଗଡ଼ରୁ ୧୪୯ ଜଣ କରୋନା ପଜିଟିଭ ଚିହ୍ନଟ । ମୟୁରଭଞ୍ଜରୁ ୧୪୭ ଜଣ, ବାଲେଶ୍ୱରରୁ ୧୪୧ ଜଣ ଓ ସୋନପୁରରୁ ୧୨୯ ଜଣ କରୋନା ପଜିଟିଭ ଚିହ୍ନଟ ।
ଜଗତସିଂହପୁରରୁ ୧୨୬, କନ୍ଧମାଳର ୧୧୬ ଜଣ ଓ କଳାହାଣ୍ଡିରୁ ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡାରୁ ୧୧୧ ଜଣ, ନବରଙ୍ଗପୁରରୁ ୧୦୭ ଜଣ ଓ କେନ୍ଦ୍ରାପଡାରୁ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ । ନୂଆପଡାରୁ ୯୯ ଜଣ ଓ କୋରାପୁଟରୁ ୯୮ ଜଣ କରୋନା ପଜିଟିଭ ଚିହ୍ନଟ । ବୌଦ୍ଧ ଓ ନୟାଗଡରୁ ୯୪ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ସମ୍ବଲପୁରରୁ ୯୧, ଢେଙ୍କାନାଳରୁ ୮୬ ଜଣ ଓ ଅନୁଗୁଳରୁ ୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

କେନ୍ଦୁଝରରୁ ୭୭ ଜଣ, ଗଞ୍ଜାମରୁ ୭୫ ଜଣ ଓ ଭଦ୍ରକରୁ ୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡାରୁ ୬୬ ଜଣ, ବଲାଙ୍ଗିରରୁ ୪୪ ଜଣ ଓ ମାଲକାନଗିରିରୁ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଜପତିରୁ ୨୩ ଜଣ ଓ ଦେବଗଡରୁ ୦୬ ଜଣ କରୋନା ପଜିଟିଭ ଚିହ୍ନଟ ।
୧୩ ମୃତକଙ୍କ ମଧ୍ୟରୁ ପୁରୀ ଓ ଖୋର୍ଦ୍ଧାର ଜିଲ୍ଲାରୁ ୦୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଗଜପତିରୁ ୦୨ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ବାଲେଶ୍ୱର, କଟକ ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୯୭,୮୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୧୩୨ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୫୧,୧୮,୬୦୫ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୧୦,୦୯,୯୪୪ ସୁସ୍ଥ ହୋଇଛନ୍ତି ୪୦,୨୪,୬୮୯ ଓ ୮୩,୨୪୪ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୨ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।