ରାଜ୍ୟରେ ଆଜି ୪୨୪୨ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୦୯ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୮୪ ହଜାରକୁ ଟପିଲା । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୭୧୦ କୁ ବୃଦ୍ଧି ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୪୨୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୫୦୩ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୭୩୯ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
Covid-19 Report For 20th September
New Positive Cases: 4242
In quarantine: 2503
Local contacts: 1739(Details of local contacts will be shared by concerned Dist Administration)
District Wise Cases
1. Angul: 130
2. Balasore: 155
3. Bargarh: 114
4. Bhadrak: 114
5. Balangir: 68— I & PR Department, Odisha (@IPR_Odisha) September 21, 2020
22. Mayurbhanj: 171
23. Nawarangpur: 54
24. Nayagarh: 53
25. Nuapada: 58
26. Puri: 182
27. Rayagada: 134
28. Sambalpur: 113
29. Sonepur: 19
30. Sundargarh: 133
31. State Pool: 206New Recovery: 4018
Cumulative Tested: 2814734
Positive: 184122
Recovered: 145675
Active Case: 37684— I & PR Department, Odisha (@IPR_Odisha) September 21, 2020
ଆଜିର ନୂଆ ୪୨୪୨ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୮୪,୧୨୨ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୪୫,୬୭୫, ଆକ୍ଟିଭ କେସ ୩୭,୬୮୪ ଓ ମୃତ ସଂଖ୍ୟା ୭୧୦ କୁ ପହଁଚିଲା । ଗତକାଲି ରାଜ୍ୟରେ ୪୦୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୪୨୪୨ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୫୯୫ ଜଣ, ଟେଷ୍ଟ ପୁଲରୁ ୨୦୬ ଜଣ ଓ ଝାରସୁଗୁଡାରୁ ୨୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୧୮୨ ଜଣ, ଜଗତସିଂହପୁରରୁ ୧୭୬ ଓ ମୟୁରଭଞ୍ଜରୁ ୧୭୧ ଜଣ କରୋନା ପଜିଟିଭ ଚିହ୍ନଟ । କେନ୍ଦ୍ରାପଡା ଓ ବାଲେଶ୍ୱରରୁ ୧୫୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।
କନ୍ଧମାଳରୁ ୧୫୩, ରାୟଗଡାରୁ ୧୩୪ ଜଣ ଓ ସୁନ୍ଦରଗଡରୁ ୧୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁରରୁ ୧୩୧ ଜଣ, ଅନୁଗୁଳରୁ ୧୩୦ ଜଣ ଓ ସମ୍ବଲପୁରରୁ ୧୧୩ ଆକ୍ରାନ୍ତ ଚିହ୍ନଟ । ବରଗଡ଼ ଓ ଭଦ୍ରକରୁ ୧୧୪ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । କୋରାପୁଟରୁ ୯୦ ଜଣ, ଢେଙ୍କାନାଳରୁ ୭୧ ଜଣ ଓ ମାଲକାନଗିରିରୁ ୬୯ ଜଣ ପଜିଟିଭ ଚିହ୍ନଟ । ବଲାଙ୍ଗିରରୁ ୬୮ ଜଣ, କେନ୍ଦୁଝରରୁ ୬୨ ଓ ନୂଆପଡାରୁ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
ଗଞ୍ଜାମରୁ ୫୭ ଜଣ ଓ ନବରଙ୍ଗପୁରରୁ ୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ୫୩ ଜଣ, ବୌଦ୍ଧରୁ ୪୫ ଜଣ ଓ କଳାହାଣ୍ଡିରୁ ୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଜପତିରୁ ୨୭ ଜଣ ଓ ସୋନପୁରରୁ ୧୯ ଜଣ କରୋନା ପଜିଟିଭ ଚିହ୍ନଟ । ବଗଡରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

୦୯ ମୃତକଙ୍କ ମଧ୍ୟରୁ କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ୦୨ ଜଣ କରୋନା ଆକ୍ରାନ୍ତ ମୃତ । ବାଲେଶ୍ୱର, ଜଗତସିଂହପୁର ଓ ଢେଙ୍କାନାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ । ଖୋର୍ଦ୍ଧା, ମୟୁରଭଞ୍ଜ, ନବରଙ୍ଗପୁର ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ।
କେନ୍ଦୁଝର ଜିଲ୍ଲାର ୦୨ ମୃତକ ୩୮ ଓ ୫୯ ବର୍ଷୀୟ ପୁରୁଷ । ବାଲେଶ୍ୱରର ୪୮ ବର୍ଷୀୟ, କନ୍ଧମାଳର ୫୪ ବର୍ଷୀୟ ଓ ଖୋର୍ଦ୍ଧାର ୯୦ ବର୍ଷୀୟ ପୁରୁଷ ମୃତ । ମୟୁରଭଞ୍ଜ ଜିଲ୍ଲାର ୭୪, ନବରଙ୍ଗପୁରର ୨୯ ଓ ନୟାଗଡର ୫୧ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । ଜଗତସିଂହପୁରର ଜଣେ ୩୦ ବର୍ଷୀୟ ମହିଳା ଆକ୍ରାନ୍ତ ମୃତ୍ୟୁ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୮୬,୯୬୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୧୩୦ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୫୪,୮୭,୫୮୦ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୧୦,୦୨,୯୨୭ ସୁସ୍ଥ ହୋଇଛନ୍ତି ୪୩,୯୫,୫୩୪ ଓ ୮୭,୯୨୪ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୧ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।