ରାଜ୍ୟରେ ଆଜି ୪୩୫୬ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୬ ମୁଣ୍ଡ ନେଲା କରୋନା ।

Corona Update Odisha new 4356 tested corona positive and 16 deaths, ରାଜ୍ୟରେ ଆଜି ୪୩୫୬ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୬ ମୁଣ୍ଡ ନେଲା କରୋନା, Coronavirus, Corona Update, Odisha, Nitidina, News

ରାଜ୍ୟରେ ଆଜି ୪୩୫୬ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୬ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨ ଲକ୍ଷ ୫ ହଜାରକୁ ଟପିଲା । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୭୮୩ କୁ ବୃଦ୍ଧି ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୪୩୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୫୨୯ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୮୨୭ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

ଆଜିର ନୂଆ ୪୩୫୬ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨, ୦୫,୪୫୨ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୬୫,୪୩୨, ଆକ୍ଟିଭ କେସ ୩୯,୧୮୪ ଓ ମୃତ ସଂଖ୍ୟା ୭୮୩ କୁ ପହଁଚିଲା । ଗତକାଲି ରାଜ୍ୟରେ ୪୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୪୩୫୬ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୪୦୯ ଜଣ, ଷ୍ଟେଟ୍ ପୁଲ୍ ରୁ ୩୨୬ ଜଣ ଓ ଅନୁଗୁଳରୁ ୧୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୧୯୪ ଜଣ, ନୂଆପଡାରୁ ୧୭୩ ଜଣ ଓ ଜଗତସିଂହପୁରରୁ ୧୭୧ ଜଣ କରୋନା ପଜିଟିଭ ଚିହ୍ନଟ । ପୁରୀରୁ ୧୬୮ ଜଣ, ମୟୁରଭଞ୍ଜରୁ ୧୫୩ ଜଣ ଓ ଯାଜପୁରରୁ ୧୩୬ ଜଣ କରୋନା ପଜିଟିଭ ଚିହ୍ନଟ ।

ଭଦ୍ରକରୁ ୧୨୪ ଜଣ, ରାୟଗଡାରୁ ୧୨୧ ଓ ଝାରସୁଗୁଡାରୁ ୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡାରୁ ୧୧୯ ଜଣ, ବରଗଡ଼ରୁ ୧୦୬ ଜଣ ଓ ସୁନ୍ଦରଗଡରୁ ୧୦୧ ଆକ୍ରାନ୍ତ ଚିହ୍ନଟ । କନ୍ଧମାଳରୁ ୯୧ ଜଣ, ଢେଙ୍କାନାଳରୁ ୮୪ ଜଣ ଓ କୋରାପୁଟରୁ ୮୨ ଜଣ କରୋନା ପଜିଟିଭ ଚିହ୍ନଟ । ସମ୍ବଲପୁରରୁ ୮୧ ଜଣ, ବଲାଙ୍ଗିରରୁ ୭୬ ଜଣ ଓ କଳାହାଣ୍ଡିରୁ ୭୧ ଜଣ ପଜିଟିଭ ଚିହ୍ନଟ । ଗଞ୍ଜାମରୁ ୬୨ ଜଣ, ନବରଙ୍ଗପୁରରୁ ୫୮ ଜଣ ଓ କେନ୍ଦୁଝରରୁ ୫୫ କରୋନା ଆକ୍ରାନ୍ତ ଚିହ୍ନଟ ।

Corona Update Odisha new 4356 tested corona positive and 16 deaths | Nitidina
Google

ନୟାଗଡରୁ ୫୧ ଜଣ, ବୌଦ୍ଧରୁ ୪୯ ଜଣ ଓ ମାଲକାନଗିରିରୁ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲାରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ । ଦେବଗଡରୁ ଓ ସୋନପୁରରୁ ୧୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।

କରୋନା ମୃତ୍ୟୁ ସଂଖ୍ୟା:

୧୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୦୪ ଜଣ କରୋନା ଆକ୍ରାନ୍ତ ମୃତ । ପୁରୀରୁ ଓ କୋରାପୁଟରୁ ୦୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ । ବାଲେଶ୍ୱର, ବଲାଙ୍ଗିର ଓ କଟକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଜଗତସିଂହପୁର, ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ।

ଖୋର୍ଦ୍ଧାର ୦୪ ମୃତକ ସମସ୍ତେ ଭୁବନେଶ୍ୱରର, ୩୭, ୫୧ ଓ ୫୦ ବର୍ଷୀୟ ପୁରୁଷ ଏବଂ ଜଣେ ୫୯ ବର୍ଷୀୟ ମହିଳା ଆକ୍ରାନ୍ତ ମୃତ୍ୟୁ । କୋରାପୁଟ ଜିଲ୍ଲାର ୦୩ ମୃତକ ୪୮, ୫୦ ଓ ୬୪ ବର୍ଷୀୟ ପୁରୁଷ । ପୁରୀର ୦୩ ମୃତକ ୬୨ ଓ ୮୦ ବର୍ଷୀୟ ମହିଳା ଏବଂ ଜଣେ ୪୨ ବର୍ଷୀୟ ପୁରୁଷ । ବାଲେଶ୍ୱରର ୪୫ ବର୍ଷୀୟ, ବଲାଙ୍ଗିରର ୫୮ ବର୍ଷୀୟ, କଟକର ୫୮ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ । ଜଗତସିଂହପୁରରୁ ୬୪, ଯାଜପୁରର ୫୨, ମୟୁରଭଞ୍ଜର ୫୩ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ।

Corona Update Odisha new 4356 tested corona positive and 16 deaths
Google
ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୮୫,୩୬୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୦୮୯ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୫୯,୦୩,୯୩୩ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୬୦,୬୯୬ ସୁସ୍ଥ ହୋଇଛନ୍ତି ୪୮,୪୯,୫୮୪ ଓ ୯୩,୩୭୯ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୫ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *