ରାଜ୍ୟରେ ଆଜି ୬୭୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ଓ ପୁଣି ଆଜି ଆଉ ୦୬ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୭ କୁ ବୃଦ୍ଧି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ପରା ହେଲା । ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ପାର ହୋଇଥିଲା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭ ହଜାର କୁ ପାର ହେଲା ।
କରୋନା ମୃତକ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୦୫ ଜଣ ଓ ଗଜପତିରୁ ଜଣେ ମୃତ । ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୯ ରେ ପହଁଚିଲା ।
6. Dhenkanal: 10
7. Gajapati: 15
8. Ganjam: 239
9. Jagatsinghpur: 36
10. Jajpur: 28
11. Jharsuguda: 14
12. Kandhamal: 44
13. Kendrapada: 4
14. Khurda: 58
15. Keonjhar: 24
16. Koraput: 41
17. Malkangiri: 4
18. Mayurbhanj: 1
19. Nayagarh: 4
20. Puri: 4
21. Sambalpur: 3— I & PR Department, Odisha (@IPR_Odisha) July 20, 2020
ଆଜି ୨୩ ଟି ଜିଲ୍ଲାରୁ ୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ୬୭୩ କରୋନା ଆକ୍ରାନ୍ତ ମଧ୍ୟରୁ ୪୪୬ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୨୭ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଏବେ ରାଜ୍ୟରେ ଲୋକାଲ କେସ୍ ବଢିଚାଲିଛି । ଏବେ ପ୍ରଶ୍ନ ଉଠିଛି ରାଜ୍ୟ ସରକାର ଅବହେଳା କରୁଛନ୍ତି କି, ଠିକରେ କାମ ହେଉନି କି ? ଆଗକୁ ଗୋଷ୍ଠୀ ସଂକ୍ରମଣ କୁ କେମିତି ଆୟତ କରିବେ ତାହା ଏବେ ବଡ ପ୍ରଶ୍ନ ଉଠିଛି ? ଏବେ କଣ କରିବେ ରାଜ୍ୟ ସରକାର ?
ଆଜିର ନୂଆ ୬୭୩ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୫,୫୫୩, ସୁସ୍ଥ ହୋଇଛନ୍ତି ୧୨,୪୫୨ ଓ ମୃତ ସଂଖ୍ୟା ୯୧ କୁ ପହଁଚିଛି । କାଲି ରାଜ୍ୟରେ ୫୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।
22. Sonepur: 4
23. Sundargarh: 11New Recoveries: 515
Cumulative Tested: 393602
Positive: 18110
Recovered: 12452
Active Cases: 5533— I & PR Department, Odisha (@IPR_Odisha) July 20, 2020
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୬୭୩ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାରୁ ୫୮ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । କନ୍ଧମାଳରୁ ୪୪ ଓ କୋରାପୁଟରୁ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୩୬ ଓ କଟକରୁ ୩୨ ଜଣ କରୋନା ପଜିଟିଭ ଚିହ୍ନଟ ।
ଯାଜପୁରରୁ ୨୮ ଜଣ, କେନ୍ଦୁଝରରୁ ୨୪ ଓ ବରଗଡ଼ରୁ ୨୨ ଜଣ ଆକ୍ରାନ୍ତ ଚିହ୍ନଟ । ଗଜପତିରୁ ୧୫ ଜଣ, ଝାରସୁଗୁଡାରୁ ୧୪ ଜଣ ଓ ବାଲେଶ୍ୱରରୁ ୧୩ ଜଣ ପଜିଟିଭ ଚିହ୍ନଟ । ସୁନ୍ଦରଗଡରୁ ୧୧ ଜଣ ଓ ଢେଙ୍କାନାଳରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ । ଅନୁଗୁଳ, କେନ୍ଦ୍ରାପଡା, ମାଲକାନଗିରି, ନୟାଗଡ, ସୋନପୁର ଓ ପୁରୀରୁ ୦୪ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ।
ସମ୍ବଲପୁରରୁ ୦୩ ଜଣ ଓ ମୟୁରଭଞ୍ଜ ଜିଲ୍ଲାରୁ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୪୦,୦୦୦ ରୁ ଅଧିକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୮୧ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଦେଶରେ ସର୍ବାଧିକ ୪୦,୪୨୫ ନୂଆ କରୋନା ପଜିଟିଭ ଚିହ୍ନଟ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୧,୧୮,୧୦୭ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୩,୮୯,୮୦୩, ସୁସ୍ଥ ହୋଇଛନ୍ତି ୭,୦୦,୩୯୯ ଓ ୨୭,୫୦୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୩୫ ପ୍ରତିଶତ କୁ ବୃଦ୍ଧି ହୋଇଛି । ଏବେ ଦେଶରେ କରୋନା ମୃତ୍ୟୁ ହାର ପୂର୍ବ ଅପେକ୍ଷା ଧୀରେ ଧୀରେ ବୃଦ୍ଧି ପାଉଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।