ରାଜ୍ୟରେ ଆଜି ୭୩୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ଓ ପୁଣି ଆଜି ଆଉ ୦୫ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୧ କୁ ବୃଦ୍ଧି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ପରା ହେଲା ।
7. Cuttack: 27
8. Dhenkanal: 1
9. Gajapati: 39
10. Ganjam: 247
11. Jagatsinghpur: 40
12. Jajpur: 40
13. Kalahandi: 2
14. Kendrapada: 7
15. Khurda: 107
16. Keonjhar: 1
17. Koraput: 45
18. Malkangiri: 18
19. Mayurbhanj: 12
20. Nawarangpur: 1
21. Nayagarh: 10
22. Puri: 14— I & PR Department, Odisha (@IPR_Odisha) July 19, 2020
କରୋନା ମୃତକ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୦୩ ଜଣ, ଜଗତସିଂହପୁର ଓ ସୁନ୍ଦରଗଡରୁ ଜଣେ ମୃତ । ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୫୪ କୁ ବୃଦ୍ଧି ହୋଇସାରିଲାଣି । ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ । ଗଞ୍ଜାମ ଅନ୍ୟ ୨ ଜଣ ପୁରୁଷ, ବୟସ ଯଥାକ୍ରମେ ୪୪ ଓ ୩୯ । ଜଗତସିଂହପୁରରୁ ପ୍ରଥମ କରୋନା ମୃତ୍ୟୁ, ମୃତକ ୬୭ ବର୍ଷୀୟ ପୁରୁଷ । ସୁନ୍ଦରଗଡ ଜିଲ୍ଲାର ମୃତକ ଜଣକ ୬୫ ବର୍ଷୀୟ ମହିଳା ଥିଲେ ।
23. Rayagada: 8
24. Sambalpur: 25
25. Sundargarh: 17New Recoveries: 607
Cumulative Tested: 386102
Positive: 17437
Recovered: 11937
Active Cases: 5381— I & PR Department, Odisha (@IPR_Odisha) July 19, 2020
ଆଜି ୨୫ ଟି ଜିଲ୍ଲାରୁ ୭୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ୭୩୬ କରୋନା ଆକ୍ରାନ୍ତ ମଧ୍ୟରୁ ୪୮୧ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୫୫ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଏବେ ରାଜ୍ୟରେ ଲୋକାଲ କେସ୍ ବଢିଚାଲିଛି । ଏବେ ପ୍ରଶ୍ନ ଉଠିଛି ରାଜ୍ୟ ସରକାର ଅବହେଳା କରୁଛନ୍ତି କି, ଠିକରେ କାମ ହେଉନି କି ? ଆଗକୁ ଗୋଷ୍ଠୀ ସଂକ୍ରମଣ କୁ କେମିତି ଆୟତ କରିବେ ତାହା ଏବେ ବଡ ପ୍ରଶ୍ନ ଉଠିଛି ? ଏବେ କଣ କରିବେ ରାଜ୍ୟ ସରକାର ?
ଆଜିର ନୂଆ ୭୩୬ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୫,୩୮୨, ସୁସ୍ଥ ହୋଇଛନ୍ତି ୧୧,୯୩୭ ଓ ମୃତ ସଂଖ୍ୟା ୯୧ କୁ ପହଁଚିଛି । କାଲି ରାଜ୍ୟରେ ୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୭୩୬ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୧୦୭, ଓ କୋରାପୁଟରୁ ୪୫ ଜଣ କରୋନା ପଜିଟିଭ ଚିହ୍ନଟ । ଜଗତସିଂହପୁର ଓ ଯାଜପୁରରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୩୯, ବାଲେଶ୍ୱରରୁ ୩୩ ଓ କଟକରୁ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ।
ଅନୁଗୁଳରୁ ୨୨ ଜଣ, ସମ୍ବଲପୁରରୁ ୨୫ ଓ ସୁନ୍ଦରଗଡରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ । ପୁରୀରୁ ୧୪ ଜଣ, ମୟୁରଭଞ୍ଜରୁ ୧୨ ଜଣ ଓ ନୟାଗଡ଼ରୁ ୧୦ ଜଣ ପଜିଟିଭ ଚିହ୍ନଟ । ରାୟଗଡା ଓ ବୌଦ୍ଧ ଜିଲ୍ଲାରୁ ୦୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡା ୦୭ ଜଣ ପଜିଟିଭ ଚିହ୍ନଟ ।
ଭଦ୍ରକରୁ ୦୫ ଜଣ ଓ ବଲାଙ୍ଗିରରୁ ୦୪ କରୋନା ଆକ୍ରାନ୍ତ ଚିହ୍ନଟ । ବରଗଡ଼ରୁ ୦୩ ଓ କଳାହାଣ୍ଡି ଜିଲ୍ଲାରୁ ୦୨ ଜଣ ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ, କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରୁ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୨୩,୪୭୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୫୨ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୦,୭୭,୭୧୯ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୩,୭୨,୮୪୯, ସୁସ୍ଥ ହୋଇଛନ୍ତି ୬,୭୭,୬୪୨ ଓ ୨୬,୮୨୮ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୩୪ ପ୍ରତିଶତ କୁ ବୃଦ୍ଧି ହୋଇଛି । ଏବେ ଦେଶରେ କରୋନା ମୃତ୍ୟୁ ହାର ପୂର୍ବ ଅପେକ୍ଷା ଧୀରେ ଧୀରେ ବୃଦ୍ଧି ପାଉଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।