ରାଜ୍ୟରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ବାଲେଶ୍ୱର ଜିଲ୍ଲାର ୨ ଜଣ ଓ କଟକ ଜିଲ୍ଲା ଜଣେ

ରାଜ୍ୟରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ବାଲେଶ୍ୱର ଜିଲ୍ଲାର ୨ ଜଣ ଓ କଟକ ଜିଲ୍ଲା ଜଣେ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, corona updates 3 new corona positive in odisha

ରାଜ୍ୟରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ବାଲେଶ୍ୱର ଜିଲ୍ଲାର ୨ ଜଣ ଓ କଟକ ଜିଲ୍ଲା ଜଣେ

ନୂଆ ଚିହ୍ନଟ ୩ ଜଣ ମଧ୍ୟ୍ୟ ରୁ ବାଲେଶ୍ୱର ଜିଲ୍ଲାର ୨ ଜଣ ଥିବା ବେଳେ କଟକ ଜିଲ୍ଲା ଜଣେ ବୋଲି ଜଣାପଡିଚଛି I
କଟକ ଜିଲ୍ଲାର ଆକ୍ରାନ୍ତ ହେଇଥିବା ଯୁବକ ସୁରତ ଫେରନ୍ତା ୩୪ ବର୍ଷର ତିଗିରିଆ ଅଂଚଳର ବୋଲି ସୂଚନା I
ବାଲେଶ୍ୱର ଜିଲ୍ଲାର ଆକ୍ରାନ୍ତ ୫୦ ବର୍ଷ ର ମହିଳା ଓ ୨୬ ବର୍ଷର ଯୁବକ, ଉଭୟ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା I

ବାଲେଶ୍ୱର ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ୨୩ କୁ ବୃଦ୍ଧି ହୋଇଥିବା ବେଳେ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩ କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୭୩ କୁ ବୃଦ୍ଧି ପାଇଛି I

କଟକ ଗ୍ରୀନ୍ ଜୋନ୍ ରେ ଥିବାବେଳେ ଆଜି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୭୩ ଥିବାବେଳେ ୧୧୨ ଜଣ ଚିକିତ୍ସାଧୀନ ରେ ଅଛନ୍ତି । ୬୦ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ବାଲେଶ୍ୱର ଜିଲ୍ଲାର ୨ ଜଣ ଓ କଟକ ଜିଲ୍ଲା ଜଣେ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, corona updates 3 new corona positive in odisha
ରାଜ୍ୟରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ – ଓଡିଶା ସରକାର
ସାରା ଦେଶର କରୋନା ଖବର

ଗତ ୨୪ ଘଣ୍ଟା ମଧ୍ୟ୍ୟରେ ଦେଶରେ ୧୯୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । କରୋନାରେ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୫୬୮ କୁ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟ୍ୟରେ ଦେଶରେ ନୂଆ ୩୯୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୧୦୨୦ ସୁସ୍ଥ ହୋଇଥିବା ବେଳେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧୨, ୭୨୬ ରେ ପହଁଚିଛି । ଭାରତରେ କରୋନା ଆକ୍ରାନ୍ତ ଆରୋଗ୍ୟ ହାର ୨୭.୪୧ କୁ ବୃଦ୍ଧି ହୋଇସାରିଛି ।

ଦେଶର ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୪୬,୪୩୩ ରେ ପହଞ୍ଚିସାରିଲାଣି । ସାରା ପୃଥିବୀରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୩୫,୮୪,୧୭୪ ରେ ପହଞ୍ଚିସାରିଲାଣି । ସୁସ୍ଥ ହୋଇସାରିଲେଣି ୧୧,୬୭,୯୯୧ ଏବଂ ମୃତ ସଂଖ୍ୟା ୨,୫୧,୫୮୦ ରେ ପହଞ୍ଚିସାରିଲାଣି ।

କରୋନା ସୁରକ୍ଷା ପାଇଁ ଓଡିଶା ପୋଲିସ କମିଶନର ଟୁଇଟ୍ କରିଛନ୍ତି ସକାଳ ୭ ରୁ ସଂଧ୍ୟା ୭ ଟା ପର୍ଯ୍ୟନ୍ତ ବାହାରିବା ମନା । ଲକ୍‌ଡାଉନ୍ ନିୟମ ଅନୁସାରେ ଟୁଇଟ୍ କରି ମନା କରିଛନ୍ତି । ଏହି କଟକଣା କଡାକଡି ଭାବେ ଲାଗୁହେବ ବୋଲି ପୋଲିସ କମିଶନର କହିଛନ୍ତି ।

ସମସ୍ତ ଜୋନ୍ ରେ ସଂଧ୍ୟା ୭ ରୁ ସକାଳ ୭ ଟା ଯାଏ କଟକଣା ଲାଗୁହେବ । ଏହି ସମୟରେ ଘରେ ରହିବାକୁ ନିବେଦନ କରିଛନ୍ତି ପୋଲିସ କମିଶନର । କଟକଣା କୁ ନମାନିଲେ ଅପରାଧୀକୁ ଦଣ୍ଡ ମିଳିବ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *