କରୋନା ଭାଇରସର ଅନୁମତି ମିଳିବା ପରେ ସରକାର ଟ୍ରାନ୍ସପୋଟେସନର ପ୍ରସ୍ତୁତି ପୁରା କରିଦେଇଛନ୍ତି। ଖବର ଅନୁସାରେ ଭାକ୍ସିନର ଆସିବାର କେନ୍ଦ୍ର ଚୟନ ହେବ।

ଦେଶରେ କରୋନା ଭାକ୍ସିନର ପ୍ରସ୍ତୁତି ଜୋରେ ଚାଲୁଛି। କେନ୍ଦ୍ର ସରକାରଙ୍କ ତରଫରୁ ସଫା ସଫା କୁହାଯାଇଛିକି ସାଧାରଣ ଲୋକଙ୍କ ପାଖରେ ଭାକ୍ସିନ ପହଁଞ୍ଚାଇବା ପ୍ରସ୍ତୁତି କରାଯାଇଛି। ଦେଶର ସମସ୍ତ କୋଣରେ ଭାକ୍ସିନ ପହଞ୍ଚାଇବା ଓ ଦେଶରେ ୭୦୦ ଜିଲ୍ଲାରେ କରୋନା ଭାକ୍ସିନର ଭ୍ୟାକ୍ସିନେସନର ଡ୍ରାଇ ରନ କରାଯିବ। ଆଜି ଉତ୍ତରପ୍ରଦେଶ ଓ ହରିଆଣାକୁ ଛାଡିକିରି ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସବୁ ଜିଲ୍ଲାରେ କରୋନା ଭାକ୍ସିନର ଡ୍ରାଇ ରନ କରାଯିବ।
କରୋନା ଭାକ୍ସିନର ଅନୁମତି ମିଳିବା ପରେ ସରକାର ଟ୍ରାନ୍ସପୋଟେସନର ପ୍ରସ୍ତୁତି ପୁରା କରିଦେଇଛନ୍ତି। ସରକାର ଆକାଶ ମାର୍ଗରେ ଭାକ୍ସିନକୁ ଆଣିବାକୁ ସବୁ ତୟାରୀ କରିଛନ୍ତି। ସୂତ୍ର ଅନୁସାରେ ଦେଶର ଅନେକ ଏୟରପୋର୍ଟରେ ଏହି ପ୍ରକ୍ରିୟା ଆଜି ବା କାଲିଠୁ ଆରମ୍ଭ ହୋଇପାରେ। ଖବର ଅନୁସାରେ ଭାକ୍ସିନର ଚୟନ କେନ୍ଦ୍ର ପୁନେ ହେବ। ପ୍ୟାସେଞ୍ଜର ବୀମାନର ବ୍ୟବହାର ମଧ୍ୟ ଭାକ୍ସିନ ଆଣିବା ପାଇଁ କରାଯିବ।
ସୂତ୍ର ଅନୁସାରେ ‘ପୁନେ ଏୟାରପୋର୍ଟ ଭାରତୀୟ ବାୟୁସେନାର ଅନ୍ତଗର୍ତ ହେବା ଦ୍ଵାରା ସେ ବି ଏହାର ଅଂଶ ଅଟେ। ଏହା ସହିତ ସରକାର ଦେଶର ଅନେକ ଛୋଟ ବିମାନ ଯାତ୍ରକୁ ପ୍ରସ୍ତୁତ କରିଛନ୍ତି। ତଥ୍ୟ ଅନୁସାରେ ପୁରା ଦେଶରେ ମୋଟ ୪୧ ଟି ଏୟାରପୋର୍ଟ କୁ ଭାକ୍ସିନ ଡିଲିଭରି ପାଇଁ ପ୍ରସ୍ତୁତ କରାଯାଇଛି। କହିରଖିବୁକି ୨୮ ଓ ୨୯ ଡିସେମ୍ବରକୁ ଦେଶର ଚାରିଟି ରାଜ୍ୟରେ ଦୁଇଦିନ ପାଇଁ ଡ୍ରାଇ ରନ କରାଯାଇଥିଲା। ଏହା ପରେ ୨ ଜାନୁଆରୀକୁ ସବୁ ରାଜ୍ୟର ୨୮୫ ଜିଲ୍ଲାରେ ଡ୍ରାଇ ରନ ଚଲାଯାଇଥିଲା। ଆଜି ପୁଣି ରାଜ୍ୟରେ ଡ୍ରାଇ ରନ ହେବାକୁ ଯାଉଅଛି।

ପ୍ରଥମଚରଣରେ ୩୦ କୋଟି ଲୋକଙ୍କର ହେବ ଭ୍ୟାକ୍ସିନେସନ:
ନେସନାଲ କୋଭିଡ଼ି ଟାକ୍ସ ଫୋର୍ସର ହେର୍ଡ ଡକ୍ଟର ବିନୋଦ ପୋଲ କିଛିଦିନ ତଳେ ରିପୋର୍ଟରେ କହିଥିଲେ କୋଭିଡ଼ ଟୀକାକରଣ ପାଇଁ ସରକାର ,ଇଣ୍ଡଷ୍ଟ୍ରି ଓ ଅନ୍ୟ ଷ୍ଟେକହୋଲ୍ଡର୍ସଙ୍କ ସହ ମିଶି ଏକ ଟିମ ପରି କାମ କରୁଛି। ସେ କହିଥିଲେ କି ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ କୋଟି ଲୋକଙ୍କୁ ଟୀକା ବିତରଣ କରାଯିବ। ତାଙ୍କୁ ପ୍ରାଥମିକତା ଆଧାରରେ ବଛାଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।