ଭାରତରେ ଏବେ ମିଳିବ କରୋନା ଟୀକା । ଭାରତରେ କରୋନା ଭାଇରସ ଓ ନୂଆ ଷ୍ଟ୍ରେନ ମଧ୍ୟରେ ଏକ ଖୁସି ଖବର ମିଳିଛି । ଶେଷ ହେଲା ଅପେକ୍ଷାର ସମୟ, ଆସିଲା କରୋନା ଟୀକା । ଭାରତୀୟ ଡ୍ରଗ କଣ୍ଟ୍ରୋଲର ବିଭାଗ ଦୁଇଟି ନୂଆ ଭ୍ୟାକ୍ସିନ ଆପତକାଳୀନ ପରିସ୍ଥିତିରେ ଲାଗୁ କରିଦେଇଛି । ସେହି ଭ୍ୟାକ୍ସିନର ନାମ ହେଉଛି ‘କୋଭିସିଲଡ଼’ ଓ ‘କୋଭ୍ୟାକ୍ସିନ’ । ପ୍ରଧାନମନ୍ତ୍ରୀ ଡିସିଜିଆଇର ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇ କହିଛନ୍ତି ଭାରତ ବର୍ତ୍ତମାନ ଭାଇରସ ବିରୋଧରେ ଭ୍ୟାକ୍ସିନ ବ୍ୟବହାର କରିବା ଦିଗରେ ସଫଳ ହେବାକୁ ଯାଉଛି । ଆଶା କରାଯାଉଛି ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହାର ଟୀକାକରଣ କରାଯିବ । ଯେଉଁଥିରେ ଏହି ଦୁଇଟି ଭ୍ୟାକ୍ସିନର ବ୍ୟବହାର କରାଯିବ ।

କେତେ ପ୍ରଭାବୀ ଅଟେ ଏହି ଦୁଇ ଭ୍ୟାକ୍ସିନ ?
କ୍ଲିନିକାଲି ଟ୍ରାୟଲ ଜରିଆରୁ କୋଭିସିଲଡ଼ ୯୦ ପ୍ରତିଶତ ପ୍ରଭାବୀ ଥିବାବେଳେ ଡିସିଜିଆଇ କୋଭ୍ୟାକ୍ସିନକୁ ୭୦.୪୨ ପ୍ରତିଶତ ପ୍ରଭାବୀ କହିଛନ୍ତି । ଏହି ସ୍ୱଦେଶୀ ଭ୍ୟାକ୍ସିନକୁ ଭାରତୀୟ ବାୟୋଟେକ ଏବଂ ମେଡିକାଲ ରିସର୍ଚ୍ଚ ସହିତ ମିଶି ତିଆରି କରାଯାଇଛି ।
କେବେଠାରୁ ମିଳିବ ଭ୍ୟାକ୍ସିନ?
ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାବାଲ କହିଛନ୍ତି କି, କୋଭିସିଲଡ଼ ଭ୍ୟାକ୍ସିନ ଆଗାମୀ ସପ୍ତାହରେ ଲାଗୁହେବ । କିନ୍ତୁ କୋଭ୍ୟାକ୍ସିନକୁ ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ଆସିନାହିଁ ।
କଣ ଭ୍ୟାକ୍ସିନ ପାଇଁ ଟଙ୍କା ଦେବାକୁ ହେବ ?
ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ାକ୍ତର ହର୍ଷବର୍ଦ୍ଧନ କହିଥିଲେ କି, ପ୍ରଥମେ କରୋନା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଭ୍ୟାକ୍ସିନ ଦିଆଯିବ। ଏହାପରେ ଜୁଲାଇ ସୁଦ୍ଧା ବାକି ଲୋକଙ୍କୁ ଏହା ଦିଆଯିବ । ସେରମ ଇନଷ୍ଟିଚ୍ୟୁଟ କହିଥିଲା କି, କୋଭିସିଲଡ଼ର ମୂଲ୍ୟ ୫୦୦ ଟଙ୍କା ପାଖାପାଖି ହେବ ।

ଡିସିଜିଆଇ ମୁଖ୍ୟ ନିର୍ଦ୍ଦେଶକ ସୋମାନୀଙ୍କ କହିବା କଥା ହେଲା , ଭ୍ୟାକ୍ସିନ ୧୧୦ ପ୍ରତିଶତ ସୁରକ୍ଷିତ ଅଟେ ଓ ଏଥିରେ ଆପଣଙ୍କୁ ହାଲକା ଜ୍ୱର, ଅଲର୍ଜି ଦରଜ ହୋଇପାରେ । କୋଭିସିଲଡ଼ ପରୀକ୍ଷଣ ସମୟରେ କୌଣସି ଆଲର୍ଜି ପ୍ରତିକ୍ରିୟା ମିଳିନାହିଁ । ଯଦି ଆପଣଙ୍କୁ ଆଲର୍ଜି ରହିଥାଏ ତାହେଲେ ମେଡିସିନ ଗ୍ରହଣ କରିବା ପୂର୍ବରୁ ଡ଼କ୍ଟରଙ୍କ ପରାମର୍ଶ ନିଅନ୍ତୁ ।
ଶରୀରରେ କେତେଦିନ ପର୍ଯ୍ୟନ୍ତ ରହିବ ଆଣ୍ଟିବଡ଼ି:
ଭ୍ୟାକ୍ସିନ ନେବାପରେ ଶରୀରରେ ଆଣ୍ଟିବଡି କେତେଦିନ ରହିବ ଏହାକୁ ସ୍ପଷ୍ଟ କରାଯାଇ ନାହିଁ କିନ୍ତୁ କୋଭିସିଲଡ଼ ଭ୍ୟାକ୍ସିନ ନେବାପରେ ଏହା ଶରୀରରେ ୧୨ ମାସ ରହିବ ବୋଲି କୁହାଯାଇଛି କିନ୍ତୁ କୋଭ୍ୟାକ୍ସିନକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ।
କୋଭିସିଲଡ଼ ଭ୍ୟାକ୍ସିନ କେମିତି ପ୍ରସ୍ତୁତ ହୋଇଛି:
ଏହି ଭ୍ୟାକ୍ସିନ ଜେନେଟିକାଲି ପ୍ରସ୍ତୁତ କରାଯାଇଛି । ଏହାକୁ ମୋଡିଫାଏଡ଼ କରାଯାଇଛି ଯାହାଦ୍ୱାରା ଏହାଏକ ଭ୍ୟାକ୍ସିନ ପାରି କାମ ଦେବ ଓ ଶରୀରର ପ୍ରତିରକ୍ଷା ପ୍ରଣାଳୀ ସଠିକ କରିଦେବ ।

କୋଭ୍ୟାକ୍ସିନର ପ୍ରସ୍ତୁତି:
ଏହା ଏକ ଇନଆକ୍ଟିଭେଟେଡ଼ ଭ୍ୟାକ୍ସିନ ଅଟେ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ, ଏହି ଭ୍ୟାକ୍ସିନକୁ ଭାଇରସକୁ ମାରି ପ୍ରସ୍ତୁତ କରାଯାଏ ସେଥିପାଇଁ କୌଣସି ରୋଗ ଶରୀରରେ ଏହା ହେବାକୁ ଦେଇନଥାଏ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।