ରାଜ୍ୟରେ ଆଜି ୧୦୬୮ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୦୫ ମୁଣ୍ଡ ନେଲା କରୋନା ।

ରାଜ୍ୟରେ ଆଜି ୧୦୬୮ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୦୫ ମୁଣ୍ଡ ନେଲା କରୋନା, Corona Virus Odisha new 1068 tested corona positive and 05 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 2.0

ରାଜ୍ୟରେ ଆଜି ୧୦୬୮ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ପୁଣି ୦୫ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨୯ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୯ କୁ ବୃଦ୍ଧି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୪ ହଜାର ଟପିଲା ଓ ୧୫ ଲକ୍ଷକୁ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ଗଞ୍ଜାମ, କନ୍ଧମାଳ, ମାଲକାନଗିରି, ପୁରୀ ଓ ବାଲେଶ୍ୱରରୁ ଜଣେ ଲେଖାଏଁ ମୃତ ।

ଆଜି ରାଜ୍ୟରେ ୨୮ ଟି ଜିଲ୍ଲାରୁ ୧୦୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୬୬୨ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୪୦୬ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଏବେ ରାଜ୍ୟରେ ପ୍ରତିଦିନ ୧୦୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏବେ ପ୍ରଶ୍ନ ଉଠିଛି ରାଜ୍ୟ ସରକାର ଅବହେଳା କରୁଛନ୍ତି କି, ଠିକରେ କାମ ହେଉନି କି ? ଗୋଷ୍ଠୀ ସଂକ୍ରମଣ କୁ କେମିତି ଆୟତ କରିବେ ତାହା ଏବେ ବଡ ପ୍ରଶ୍ନ ଉଠିଛି ?

ଆଜିର ନୂଆ ୧୦୬୮ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୦,୯୨୦, ସୁସ୍ଥ ହୋଇଛନ୍ତି ୧୮,୦୬୦ ଓ ମୃତ ସଂଖ୍ୟା ୧୫୯ କୁ ପହଁଚିଛି । ଗତକାଲି ରାଜ୍ୟରେ ୬୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୧୦୬୮ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୧୯୪ ଜଣ କରୋନା ପଜିଟିଭ ଚିହ୍ନଟ । ସୁନ୍ଦରଗଡରୁ ୧୧୨ ଜଣ ଓ ଗଜପତିରୁ ୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୬୬ ଜଣ ଓ କଟକରୁ ୬୧ ଜଣ କରୋନା ପଜିଟିଭ ଚିହ୍ନଟ । ନୟାଗଡ ଓ ବାଲେଶ୍ୱରରୁ ୨୯ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ଆଜି ୧୦୬୮ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୦୫ ମୁଣ୍ଡ ନେଲା କରୋନା, Corona Virus Odisha new 1068 tested corona positive and 05 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 2.0

ବଲାଙ୍ଗିର ଓ ନବରଙ୍ଗପୁରରୁ ୨୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ରାୟଗଡାରୁ ୨୪ ଜଣ ଓ ସମ୍ବଲପୁରରୁ ୨୧ ଜଣ ପଜିଟିଭ ଚିହ୍ନଟ । ଅନୁଗୁଳ ଓ ମୟୁରଭଞ୍ଜରୁ ୨୦ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । କଳାହାଣ୍ଡିରୁ ୧୯ ଜଣ, ପୁରୀରୁ ୧୬ ଜଣ ଓ ଝାରସୁଗୁଡ଼ାରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଯାଜପୁରରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆପଡା ଓ କନ୍ଧମାଳରୁ ୧୧ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । କେନ୍ଦ୍ରାପଡାରୁ ୦୮ ଜଣ, ବରଗଡ଼ରୁ ୦୫ ଜଣ ଓ ଭଦ୍ରକରୁ ୦୪ ଜଣ ଚିହ୍ନଟ । ସୁବର୍ଣ୍ଣପୁର ଓ ଦେବଗଡରୁ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ 48,512 ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୬୮ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୪,୮୩,୧୫୭ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୫,୦୯,୪୪୭, ସୁସ୍ଥ ହୋଇଛନ୍ତି ୯,୮୮,୭୭୦ ଓ ୩୪,୨୨୪ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୪୬ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *