ରାଜ୍ୟରେ ଆଜି କରୋନା ରେକର୍ଡ ୧୦୭୮ ପଜିଟିଭ ଚିହ୍ନଟ । ଆଜି ପୁଣି ଆଉ ୦୫ ମୁଣ୍ଡ ନେଲା କରୋନା । ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮ କୁ ଟପିଲା । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧୯ ହଜାରକୁ ପାର ହେଲା ।
୦୫ କରୋନା ମୃତକ ମଧ୍ୟରୁ ଗଞ୍ଜାମରୁ ୦୩, କନ୍ଧମାଳ ଓ ଗଜପତିରୁ ଜଣେ ଲେଖାଏଁ ମୃତ । ଗଞ୍ଜାମର ୬୦ ଓ ୬୧ ବର୍ଷୀୟ ପୁରୁଷ ଏବଂ ଜଣେ ୪୦ ବର୍ଷୀୟ ମହିଳା । ଗଜପତିର ୭୨ ବର୍ଷୀୟ ଓ କନ୍ଧମାଳର ୮୭ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ।
6. Boudh: 3
7. Cuttack: 57
8. Dhenkanal: 2
9. Gajapati: 24
10. Ganjam: 371
11. Jagatsinghpur: 35
12. Jajpur: 20
13. Jharsuguda: 34
14. Kalahandi: 15
15. Kandhamal: 13
16. Kendrapada: 24
17. Keonjhar: 16
18. Khurda: 121
19. Koraput: 15
20. Malkangiri: 66
21. Mayurbhanj: 13— I & PR Department, Odisha (@IPR_Odisha) July 22, 2020
ଆଜି ସବୁଠୁ ବେଶୀ ଜିଲ୍ଲା ୨୮ ଟି ରୁ ୧୦୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ୧୦୭୮ କରୋନା ଆକ୍ରାନ୍ତ ମଧ୍ୟରୁ ୭୨୧ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୩୫୭ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଏବେ ରାଜ୍ୟରେ ଲୋକାଲ କେସ୍ ବଢିଚାଲିଛି । ଏବେ ପ୍ରଶ୍ନ ଉଠିଛି ରାଜ୍ୟ ସରକାର ଅବହେଳା କରୁଛନ୍ତି କି, ଠିକରେ କାମ ହେଉନି କି ? ଆଗକୁ ଗୋଷ୍ଠୀ ସଂକ୍ରମଣ କୁ କେମିତି ଆୟତ କରିବେ ତାହା ଏବେ ବଡ ପ୍ରଶ୍ନ ଉଠିଛି ? ଏବେ କଣ କରିବେ ରାଜ୍ୟ ସରକାର ?
ଆଜିର ନୂଆ ୧୦୭୮ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୬,୩୮୭, ସୁସ୍ଥ ହୋଇଛନ୍ତି ୧୩,୩୦୯ ଓ ମୃତ ସଂଖ୍ୟା ୧୦୮ କୁ ପହଁଚିଛି । କାଲି ରାଜ୍ୟରେ ୪୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।
22. Nawarangpur: 17
23. Nayagarh: 5
24. Puri: 28
25. Rayagada: 96
26. Sambalpur: 20
27. Sonepur: 10
28. Sundargarh: 29New Recoveries: 400
Cumulative Tested: 410921
Positive: 19835
Recovered: 13309
Active Cases: 6387— I & PR Department, Odisha (@IPR_Odisha) July 22, 2020
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୧୦୭୮ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୧୨୧ ଜଣ କରୋନା ପଜିଟିଭ ଚିହ୍ନଟ । ରାୟଗଡାରୁ ୯୬ ଓ ମାଲକାନଗିରିରୁ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୭ ଓ ଜଗତସିଂହପୁରରୁ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ।
ସୁନ୍ଦରଗଡରୁ ୨୯ ଜଣ, ପୁରୀରୁ ୨୮ ଓ ବରଗଡ଼ରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ । ଗଜପତି ଓ କେନ୍ଦ୍ରାପଡା ଜିଲ୍ଲାରୁ ୨୪ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ସମ୍ବଲପୁର ଓ ଯାଜପୁରରୁ ୨୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ନବରଂଗପୁରରୁ ୧୭ ଜଣ ଓ କେନ୍ଦୁଝରରୁ ୧୬ ଜଣ ପଜିଟିଭ ଚିହ୍ନଟ ।
କୋରାପୁଟ ଓ କଳାହାଣ୍ଡିରୁ ୧୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । କନ୍ଧମାଳ ଓ ମୟୁରଭଞ୍ଜରୁ ୧୩ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ବାଲେଶ୍ୱର ଓ ସୋନପୁରରୁ ୧୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗିରରୁ ୦୬ ଓ ନୟାଗଡରୁ ୦୫ ଜଣ ପଜିଟିଭ ଚିହ୍ନଟ ।
ବୌଦ୍ଧରୁ ୦୩ ଜଣ, ଢେଙ୍କାନାଳରୁ ୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଅନୁଗୁଳ ଓ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୩୧,୯୮୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୮୦ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୧,୯୪,୧୬୨ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୪,୧୨,୫୯୪, ସୁସ୍ଥ ହୋଇଛନ୍ତି ୭,୫୨,୩୯୩ ଓ ୨୮,୭୭୦ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୩୮ ପ୍ରତିଶତ କୁ ବୃଦ୍ଧି ହୋଇଛି । ଏବେ ଦେଶରେ କରୋନା ମୃତ୍ୟୁ ହାର ପୂର୍ବ ଅପେକ୍ଷା ଧୀରେ ଧୀରେ ବୃଦ୍ଧି ପାଉଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।