ରାଜ୍ୟରେ ଆଜି ୧୨୧୫ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ପୁଣି ୦୭ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨୮ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୪ କୁ ବୃଦ୍ଧି ।
୦୭ କରୋନା ମୃତକ ମଧ୍ୟରୁ ଗଞ୍ଜାମରୁ ୦୩, ରାୟଗଡ଼ାରୁ ୦୨, କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ମୃତ । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୮୫ ରେ ପହଁଚିଲା । ଗଞ୍ଜାମର ସମସ୍ତ ମୃତକ ପୁରୁଷ ଓ ବୟସ ୫୬, ୩୯, ୫୫ ବର୍ଷର ଥିଲେ । ଭୁବନେଶ୍ୱରରୁ ଜଣେ ୦୫ ବର୍ଷୀୟ ପୁତ୍ର ଶିଶୁ ମୃତ । କଟକରୁ ୪୫ ବର୍ଷୀୟ ଯୁବକ ଆକ୍ରାନ୍ତ ମୃତ । ରାୟଗଡ଼ାରୁ ୭୨ ବର୍ଷୀୟ ବୃଦ୍ଧ ଓ ୩୧ ବର୍ଷୀୟ ଯୁବକ ମୃତ ।
Covid-19 Report For 27th July
New Positive Cases: 1215
In Quarantine: 753
Local Contacts: 462(Details of local contacts will be shared by concerned District Administration)
District Wise Cases
1. Angul: 11
2. Balasore: 29
3. Bargarh: 10
4. Bhadrak: 2
5. Balangir: 21— I & PR Department, Odisha (@IPR_Odisha) July 28, 2020
22. Mayurbhanj: 22
23. Nayagarh: 7
24. Nuapada: 8
25. Puri: 11
26. Rayagada: 24
27. Sonepur: 2
28. Sundargarh: 2New Recoveries: 581
Cumulative Tested: 476560
Positive: 28107
Recovered: 17373
Active Cases: 10545— I & PR Department, Odisha (@IPR_Odisha) July 28, 2020
ଆଜି ରାଜ୍ୟରେ ୨୮ ଟି ଜିଲ୍ଲାରୁ ୧୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୭୫୩ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୪୬୨ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଏବେ ରାଜ୍ୟରେ ପ୍ରତିଦିନ ୧୦୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏବେ ପ୍ରଶ୍ନ ଉଠିଛି ରାଜ୍ୟ ସରକାର ଅବହେଳା କରୁଛନ୍ତି କି, ଠିକରେ କାମ ହେଉନି କି ? ଗୋଷ୍ଠୀ ସଂକ୍ରମଣ କୁ କେମିତି ଆୟତ କରିବେ ତାହା ଏବେ ବଡ ପ୍ରଶ୍ନ ଉଠିଛି ?
ଆଜିର ନୂଆ ୧୨୧୫ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮,୧୦୭ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୦,୫୪୩, ସୁସ୍ଥ ହୋଇଛନ୍ତି ୧୭,୩୭୩ ଓ ମୃତ ସଂଖ୍ୟା ୧୪୭ କୁ ପହଁଚିଛି । ଗତକାଲି ରାଜ୍ୟରେ ୫୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୧୨୧୫ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୩୧୨ ଜଣ କରୋନା ପଜିଟିଭ ଚିହ୍ନଟ । ଗଜପତିରୁ ୮୯ ଜଣ ଓ କୋରାପୁଟରୁ ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୬୦ ଜଣ ଓ ଜଗତସିଂହପୁରରୁ ୪୭ ଜଣ କରୋନା ପଜିଟିଭ ଚିହ୍ନଟ । ବାଲେଶ୍ୱରରୁ ୨୯ ଜଣ ଓ ରାୟଗଡ଼ାରୁ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ।
ମୟୁରଭଞ୍ଜରୁ ୨୨ ଜଣ ଓ ବଲାଙ୍ଗିରରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ । ଯାଜପୁରରୁ ୨୦ ଜଣ ପଜିଟିଭ ଚିହ୍ନଟ । କନ୍ଧମାଳ ଓ କେନ୍ଦ୍ରାପଡାରୁ ୧୪ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ବରଗଡାରୁ ୧୦ ଜଣ, କଳାହାଣ୍ଡି ଓ ନୂଆପଡାରୁ ୦୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ।
ନୟାଗଡରୁ ୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ସୁବର୍ଣ୍ଣପୁର ଓ ସୁନ୍ଦରଗଡରୁ ୦୨ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ବୌଦ୍ଧ, ଝାରସୁଗୁଡା ଓ ଭଦ୍ରକରୁ ମଧ୍ୟ ୦୨ ଜଣ ଲେଖାଏଁ ଚିହ୍ନଟ । ଦେବଗଡ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୪୭,୭୦୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୫୪ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୪,୮୩,୧୫୭ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୪,୯୫,୪୬୬, ସୁସ୍ଥ ହୋଇଛନ୍ତି ୯,୫୩,୧୮୯ ଓ ୩୩,୪୪୮ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୪୬ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।