ରାଜ୍ୟରେ ଆଜି କରୋନା ରେକର୍ଡ ୧୨୬୪ ପଜିଟିଭ ଚିହ୍ନଟ । ଆଜି ପୁଣି ଆଉ ୦୬ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୪ କୁ ଟପିଲା । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨୧ ହଜାରକୁ ପାର ହେଲା । ଦେଶରେ ୧୨ ଲକ୍ଷ କୁ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା ଓ ୨୯ ହଜାର କୁ ଟପିଲା କରୋନା ମୃତ୍ୟୁ ସଂଖ୍ୟା ।
୦୬ କରୋନା ମୃତକ ମଧ୍ୟରୁ ଗଞ୍ଜାମରୁ ୦୫ ଓ ଖୋର୍ଦ୍ଧାରୁ ଜଣେ ମୃତ । ଗଞ୍ଜାମର ୦୫ ମୃତକ ମଧ୍ୟରେ ୪୧, ୬୩, ୬୯ ଓ ୫୭ ବର୍ଷୀୟ ବ୍ୟକ୍ତି । ଗଞ୍ଜାମର ଅନ୍ୟ ଜଣେ ମୃତକ ୫୧ ବର୍ଷୀୟ ମହିଳା । ଖୋର୍ଦ୍ଧା ଜିଲ୍ଲାର ମୃତକ ଜଣକ ୮୬ ବର୍ଷୀୟ ବୃଦ୍ଧ । ୭୨ ବର୍ଷୀୟ ଓ କନ୍ଧମାଳର ୮୭ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ । ଗଞ୍ଜାମରେ ଆଜି ୦୫କୁ କୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୬୭ରେ ପହଁଚିଲେ ।
6. Boudh: 2
7. Cuttack: 47
8. Dhenkanal: 6
9. Gajapati: 74
10. Ganjam: 540
11. Jagatsinghpur: 4
12. Jajpur: 17
13. Jharsuguda: 3
14. Kalahandi: 7
15. Kandhamal: 29
16. Kendrapada: 8
17. Keonjhar: 25
18. Khurda: 137
19. Koraput: 27
20. Mayurbhanj: 15
21. Nawarangpur: 4— I & PR Department, Odisha (@IPR_Odisha) July 23, 2020
ଆଜି ସବୁଠୁ ବେଶୀ ଜିଲ୍ଲା ୨୭ ଟି ରୁ ୧୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ୧୨୬୪ କରୋନା ଆକ୍ରାନ୍ତ ମଧ୍ୟରୁ ୮୪୭ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୪୧୭ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଏବେ ରାଜ୍ୟରେ ଲୋକାଲ କେସ୍ ବଢିଚାଲିଛି । ଏବେ ପ୍ରଶ୍ନ ଉଠିଛି ରାଜ୍ୟ ସରକାର ଅବହେଳା କରୁଛନ୍ତି କି, ଠିକରେ କାମ ହେଉନି କି ? ଆଗକୁ ଗୋଷ୍ଠୀ ସଂକ୍ରମଣ କୁ କେମିତି ଆୟତ କରିବେ ତାହା ଏବେ ବଡ ପ୍ରଶ୍ନ ଉଠିଛି ? ଏବେ କଣ କରିବେ ରାଜ୍ୟ ସରକାର ?
ଆଜିର ନୂଆ ୧୨୬୪ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧,୦୯୯ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୭,୨୦୪, ସୁସ୍ଥ ହୋଇଛନ୍ତି ୧୩,୭୫୦ ଓ ମୃତ ସଂଖ୍ୟା ୧୧୪ କୁ ପହଁଚିଛି । କାଲି ରାଜ୍ୟରେ ୪୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।
22. Nayagarh: 61
23. Nuapada: 1
24. Puri: 22
25. Rayagada: 84
26. Sambalpur: 20
27. Sundargarh: 60New Recoveries: 440
Cumulative Tested: 421931
Positive: 21099
Recovered: 13749
Active Cases: 7205— I & PR Department, Odisha (@IPR_Odisha) July 23, 2020
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୧୨୬୪ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୧୩୭ ଜଣ କରୋନା ପଜିଟିଭ ଚିହ୍ନଟ । ରାୟଗଡାରୁ ୮୪ ଓ ଗଜପତିରୁ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ୬୧ ଓ ସୁନ୍ଦରଗଡରୁ ୬୦ ଜଣ କରୋନା ପଜିଟିଭ ଚିହ୍ନଟ ।
କଟକରୁ ୪୭ ଜଣ, ଭଦ୍ରକରୁ ୩୦ ଓ କନ୍ଧମାଳରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ । କୋରାପୁଟରୁ ୨୭ ଜଣ, କେନ୍ଦୁଝରରୁ ୨୫ ଜଣ ଓ ବରଗଡ଼ ଜିଲ୍ଲାରୁ ୨୪ ଜଣ ପଜିଟିଭ ଚିହ୍ନଟ । ପୁରୀରୁ ୨୨ ଜଣ ଓ ସମ୍ବଲପୁରରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ । ଯାଜପୁରରୁ ୧୭ ଜଣ ଓ ମୟୁରଭଞ୍ଜରୁ ୧୫ ଜଣ ପଜିଟିଭ ଚିହ୍ନଟ ।
ବାଲେଶ୍ୱରରୁ ୦୯ ଜଣ ଓ କେନ୍ଦ୍ରାପଡା ରୁ ୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଅନୁଗୁଳ ଓ କଳାହାଣ୍ଡିରୁ ୦୭ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ଢେଙ୍କାନାଳରୁ ୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନବରଙ୍ଗପୁର ଓ ଜଗତସିଂହପୁରରୁ ୦୪ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ।
ଝାରସୁଗୁଡାରୁ ୦୩ ଜଣ, ବୌଦ୍ଧରୁ ୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆପଡା ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୪୫,୫୩୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧,୧୨୦ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୨,୩୯,୬୯୩ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୪,୨୫,୧୨୨, ସୁସ୍ଥ ହୋଇଛନ୍ତି ୭,୮୪,୨୬୭ ଓ ୨୯,୮୯୦ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୩୮ ପ୍ରତିଶତ କୁ ବୃଦ୍ଧି ହୋଇଛି । ଏବେ ଦେଶରେ କରୋନା ମୃତ୍ୟୁ ହାର ପୂର୍ବ ଅପେକ୍ଷା ଧୀରେ ଧୀରେ ବୃଦ୍ଧି ପାଉଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।