ରାଜ୍ୟରେ ଆଜି ୧୩୨୦ ନୂଆ କରୋନା ପଜିଟିଭ ଚିହ୍ନଟ ଓ ସର୍ବାଧିକ ୧୦ ମୁଣ୍ଡ ନେଲା କରୋନା ।

ରାଜ୍ୟରେ ଆଜି ୧୩୨୦ ନୂଆ କରୋନା ପଜିଟିଭ ଚିହ୍ନଟ ଓ ସର୍ବାଧିକ ୧୦ ମୁଣ୍ଡ ନେଲା କରୋନା, Corona Virus Odisha new 1320 tested corona positive and 10 death, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 2.0

ରାଜ୍ୟରେ ଆଜି ୧୩୨୦ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ସର୍ବାଧିକ ୧୦ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୦ କୁ ଟପିଲା । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨୪ ହଜାରକୁ ପାର ହେଲା । ଦେଶରେ ୩୧ ହଜାର କୁ ଟପିଲା କରୋନା ମୃତ୍ୟୁ ସଂଖ୍ୟା ।

୧୦ କରୋନା ମୃତକ ମଧ୍ୟରୁ ଗଞ୍ଜାମରୁ ୦୩, ସୁନ୍ଦରଗଡ ଓ ବାଲେଶ୍ୱରରୁ ୦୨ ଲେଖାଏଁ ମୃତ । ଗଜପତି, ଝାରସୁଗୁଡା ଓ ରାୟଗଡାରୁ ଜଣେ ଲେଖାଏଁ ମୃତ ।

ଆଜି ଜିଲ୍ଲା ୨୪ ଟି ଜିଲ୍ଲାରୁ ୧୩୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୮୮୭ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୪୩୩ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଏବେ ରାଜ୍ୟରେ ୧୦୦୦ ରୁ ତଳକୁ ଖସୁନି ଦୈନିକ ଆକ୍ରାନ୍ତ ଚିହ୍ନଟ । ଏବେ ପ୍ରଶ୍ନ ଉଠିଛି ରାଜ୍ୟ ସରକାର ଅବହେଳା କରୁଛନ୍ତି କି, ଠିକରେ କାମ ହେଉନି କି ? ଆଗକୁ ଗୋଷ୍ଠୀ ସଂକ୍ରମଣ କୁ କେମିତି ଆୟତ କରିବେ ତାହା ଏବେ ବଡ ପ୍ରଶ୍ନ ଉଠିଛି ? ଏବେ କଣ କରିବେ ରାଜ୍ୟ ସରକାର ?

ଆଜିର ନୂଆ ୧୩୨୦ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୮,୬୫୦, ସୁସ୍ଥ ହୋଇଛନ୍ତି ୧୫,୨୦୦ ଓ ମୃତ ସଂଖ୍ୟା ୧୩୦ କୁ ପହଁଚିଛି । କାଲି ରାଜ୍ୟରେ ୮୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୧୩୨୦ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ । ଗଜପତି ଓ ପୁରୀରୁ ୯୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡାରୁ ୬୫ ଜଣ କରୋନା ପଜିଟିଭ ଚିହ୍ନଟ । କଟକ ଓ ସୁନ୍ଦରଗଡରୁ ୪୭ ଜଣା ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।

କନ୍ଧମାଳରୁ ୩୯ ଜଣ, ନୟାଗଡ଼ରୁ ୩୮ ଓ କୋରାପୁଟରୁ ୩୦ ଜଣ ଆକ୍ରାନ୍ତ ଚିହ୍ନଟ । ଭଦ୍ରକରୁ ୨୮ ଜଣ ଓ କେନ୍ଦୁଝରରୁ ୨୪ ଜଣ ପଜିଟିଭ ଚିହ୍ନଟ । ବାଲେଶ୍ୱର ଓ ଯାଜପୁରରୁ ୨୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ବରଗଡ଼ରୁ ୧୪ ଜଣ ଓ ବଲାଙ୍ଗୀରରୁ ୦୯ ଜଣ ପଜିଟିଭ ଚିହ୍ନଟ ।

ଅନୁଗୁଳରୁ ୦୬ ଜଣ ଓ ନୂଆପଡାରୁ ୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁରରୁ ୦୩ ଜଣ ଓ ଝାରସୁଗୁଡାରୁ ୦୨ ଜଣ ପଜିଟିଭ ଚିହ୍ନଟ । ଦେବଗଡ, କେନ୍ଦ୍ରାପଡା, ସୋନପୁର ଓ କଳାହାଣ୍ଡିରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୪୮,୯୧୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୫୭ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୩,୩୭,୦୨୨ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୪,୫୫,୦୮୯, ସୁସ୍ଥ ହୋଇଛନ୍ତି ୮,୫୦,୧୦୭ ଓ ୩୧,୪୦୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୪୧ ପ୍ରତିଶତ କୁ ବୃଦ୍ଧି ହୋଇଛି । ଏବେ ଦେଶରେ କରୋନା ମୃତ୍ୟୁ ହାର ପୂର୍ବ ଅପେକ୍ଷା ଧୀରେ ଧୀରେ ବୃଦ୍ଧି ପାଉଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *