ରାଜ୍ୟରେ ଆଜି ୧୩୭୬ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ପୁଣି ୧୦ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୦ କୁ ଟପିଲା । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨୫ ହଜାରକୁ ପାର ହେଲା । ଦେଶରେ ୩୨ ହଜାର କୁ ଟପିଲା କରୋନା ମୃତ୍ୟୁ ସଂଖ୍ୟା ।
୧୦ କରୋନା ମୃତକ ମଧ୍ୟରୁ ଗଞ୍ଜାମରୁ ୦୬, ଖୋର୍ଦ୍ଧାରୁ ୦୨, ଗଜପତି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ । ଆଜି ୦୬ କୁ ମିଶାଇ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୭୯ ରେ ପହଁଚିଲା । ଗଞ୍ଜାମର ୦୫ ଜଣ ପୁରୁଷ ଏବଂ ଜଣେ ମହିଳା । ଖୋର୍ଦ୍ଧାର ଜଣେ ମୃତକ ଭୁବନେଶ୍ୱରର ୫୮ ବର୍ଷୀୟ ମହିଳା ଓ ଅନ୍ୟ ଜଣେ ଖୋର୍ଦ୍ଧାରୁ ଏବଂ ୩୫ ବର୍ଷୀୟ ମହିଳା । ଗଜପତିର ୬୩ ବର୍ଷୀୟ ଓ ସୁନ୍ଦରଗଡର ୬୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ ।
6. Boudh: 8
7. Cuttack: 75
8. Deogarh: 11
9. Dhenkanal: 15
10. Gajapati: 74
11. Ganjam: 484
12. Jagatsinghpur: 11
13. Jajpur: 8
14. Jharsuguda: 6
15. Kalahandi: 11
16. Kandhamal: 12
17. Kendrapada: 11
18. Keonjhar: 103
19. Khurda: 187
20. Koraput: 7
21. Malkangiri: 15— I & PR Department, Odisha (@IPR_Odisha) July 26, 2020
ଆଜି ରାଜ୍ୟରେ ସର୍ବାଧିକ ଜିଲ୍ଲା ୩୦ ଟି ଜିଲ୍ଲାରୁ ୧୩୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୯୧୭ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୪୫୯ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଏବେ ରାଜ୍ୟରେ ୧୦୦୦ ରୁ ତଳକୁ ଖସୁନି ଦୈନିକ ଆକ୍ରାନ୍ତ ଚିହ୍ନଟ । ଏବେ ପ୍ରଶ୍ନ ଉଠିଛି ରାଜ୍ୟ ସରକାର ଅବହେଳା କରୁଛନ୍ତି କି, ଠିକରେ କାମ ହେଉନି କି ? ଆଗକୁ ଗୋଷ୍ଠୀ ସଂକ୍ରମଣ କୁ କେମିତି ଆୟତ କରିବେ ତାହା ଏବେ ବଡ ପ୍ରଶ୍ନ ଉଠିଛି ? ଏବେ କଣ କରିବେ ରାଜ୍ୟ ସରକାର ?
ଆଜିର ନୂଆ ୧୩୭୬ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୯,୨୮୭, ସୁସ୍ଥ ହୋଇଛନ୍ତି ୧୫,୯୨୮ ଓ ମୃତ ସଂଖ୍ୟା ୧୪୦ କୁ ପହଁଚିଛି । କାଲି ରାଜ୍ୟରେ ୭୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।
22. Mayurbhanj: 22
23. Nawarangpur: 21
24. Nayagarh: 30
25. Nuapada: 4
26. Puri: 91
27. Rayagada: 45
28. Sambalpur: 17
29. Sonepur: 5
30. Sundargarh: 33New Recoveries: 728
Cumulative Tested: 458120
Positive: 25389
Recovered: 15928
Active Cases: 9287— I & PR Department, Odisha (@IPR_Odisha) July 26, 2020
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୧୩୭୬ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୧୮୭ ଜଣ କରୋନା ପଜିଟିଭ ଚିହ୍ନଟ । କେନ୍ଦୁଝରରୁ ୧୦୩ ଜଣ ଓ ପୁରୀରୁ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୭୫ ଜଣ ଓ ଗଜପତିରୁ ୭୪ ଜଣ କରୋନା ପଜିଟିଭ ଚିହ୍ନଟ । ରାୟଗଡାରୁ ୪୫ ଜଣ ଓ ସୁନ୍ଦରଗଡରୁ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ।
ନୟାଗଡ଼ରୁ ୩୦ ଜଣ, ବାଲେଶ୍ୱରରୁ ୨୯ ଜଣ ଓ ମୟୁରଭଞ୍ଜରୁ ୨୨ ଜଣ ଆକ୍ରାନ୍ତ ଚିହ୍ନଟ । ନବରଙ୍ଗପୁରରୁ ୨୧ ଜଣ ଓ ବଲାଙ୍ଗିରରୁ ୧୯ ଜଣ ପଜିଟିଭ ଚିହ୍ନଟ । ସମ୍ବଲପୁରରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ ଓ ମାଲକାନଗିରିରୁ ୧୫ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ।
କନ୍ଧମାଳରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଦେବଗଡ, ଜଗତସିଂହପୁର, କଳାହାଣ୍ଡି ଓ କେନ୍ଦ୍ରାପଡାରୁ ୧୧ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ଭଦ୍ରକ ଜିଲ୍ଲାରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ । ବୌଦ୍ଧ ଓ ଯାଜପୁରରୁ ୦୮ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ବରଗଡ଼ ଓ କୋରାପୁଟରୁ ୦୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡାରୁ ୦୬ ଜଣ ଚିହ୍ନଟ ।
ଅନୁଗୁଳ ଓ ସୋନପୁରରୁ ୦୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ନୂଆପଡ଼ାରୁ ୦୪ ଜଣ କରୋନା ପଜିଟିଭ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୩୨,୦୬୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୦୫ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୩,୮୨,୯୯୫ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୪,୬୬,୭୦୪, ସୁସ୍ଥ ହୋଇଛନ୍ତି ୮,୮୩,୭୯୩ ଓ ୩୨,୦୭୮ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୪୪ ପ୍ରତିଶତ କୁ ବୃଦ୍ଧି ହୋଇଛି । ଏବେ ଦେଶରେ କରୋନା ମୃତ୍ୟୁ ହାର ପୂର୍ବ ଅପେକ୍ଷା ଧୀରେ ଧୀରେ ବୃଦ୍ଧି ପାଉଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।