ରାଜ୍ୟରେ ଆଜି ୧୪୯୯ ନୂଆ କରୋନା ପଜିଟିଭ ଚିହ୍ନଟ ଓ ପୁଣି ୦୮ ମୁଣ୍ଡ ନେଲା କରୋନା ।

ରାଜ୍ୟରେ ଆଜି ୧୪୯୯ ନୂଆ କରୋନା ପଜିଟିଭ ଚିହ୍ନଟ ଓ ପୁଣି ୦୮ ମୁଣ୍ଡ ନେଲା କରୋନା, Corona Virus Odisha new 1499 tested corona positive and 08 deaths ,

ରାଜ୍ୟରେ ଆଜି ୧୪୯୯ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ପୁଣି ୦୮ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୩୧ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭ କୁ ବୃଦ୍ଧି । ଦେଶରେ ୧୬ ଲକ୍ଷ ପରା ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

୦୮ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୦୪ ଜଣ ମୃତ । ନୟାଗଡ, ଗଜପତି, ସୁନ୍ଦରଗଡ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ । ଗଞ୍ଜାମର ସମସ୍ତ ମୃତକ ପୁରୁଷ ଓ ମୃତକଙ୍କ ବୟସ ୮୧, ୪୯, ୭୩ ଓ ୪୫ ଥିଲା । ନୟାଗଡର ମୃତଜ ଜଣକ ମହିଳା ଓ ତାଙ୍କର ବୟସ ୮୨ ବର୍ଷ ଥିଲା । ଗଜପତିର ମୃତକ ଜଣଙ୍କ ୫୮ ବର୍ଷୀୟ ମହିଳା । ସୁନ୍ଦରଗଡର ୫୨ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲାର ମୃତକ ଜଣଙ୍କ ୭୯ ବର୍ଷୀୟ ପୁରୁଷ ।

ଆଜି ରାଜ୍ୟରେ ୨୯ ଟି ଜିଲ୍ଲାରୁ ୧୪୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୯୧୪ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୫୮୫ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଏବେ ରାଜ୍ୟରେ ପ୍ରତିଦିନ ୧୦୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏବେ ପ୍ରଶ୍ନ ଉଠିଛି ରାଜ୍ୟ ସରକାର ଅବହେଳା କରୁଛନ୍ତି କି, ଠିକରେ କାମ ହେଉନି କି ? ଗୋଷ୍ଠୀ ସଂକ୍ରମଣ କୁ କେମିତି ଆୟତ କରିବେ ତାହା ଏବେ ବଡ ପ୍ରଶ୍ନ ଉଠିଛି ?

ଆଜିର ନୂଆ ୧୪୯୯ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୧,୯୧୮, ସୁସ୍ଥ ହୋଇଛନ୍ତି ୧୯,୭୪୫ ଓ ମୃତ ସଂଖ୍ୟା ୧୯୬ କୁ ପହଁଚିଛି । ଗତକାଲି ରାଜ୍ୟରେ ୮୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୧୨୦୩ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୨୧୪ ଜଣ କରୋନା ପଜିଟିଭ ଚିହ୍ନଟ । ଗଜପତିରୁ ୯୭ ଜଣ ଓ ଢେଙ୍କାନାଳରୁ ୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୮୧, ସୁନ୍ଦରଗଡାରୁ ୭୫, ନୟାଗଡରୁ ୬୭ ଜଣ ଓ ସମ୍ବଲପୁରରୁ ୫୬ ଜଣ କରୋନା ପଜିଟିଭ ଚିହ୍ନଟ । କନ୍ଧମାଳରୁ ୫୦ ଜଣ ଓ କଳାହାଣ୍ଡିରୁ ୪୪ ଜଣ କରୋନା ପଜିଟିଭ ଚିହ୍ନଟ ।

ରାୟଗଡ଼ାରୁ ୪୦ ଜଣ ଓ ବାଲେଶ୍ୱର ଜିଲ୍ଲାରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ । ପୁରୀରୁ ୩୬ ଜଣ, ନବରଙ୍ଗପୁରରୁ ୩୩ ଜଣ, କଟକରୁ ୨୮ ଜଣ ଓ ମାଲକାନଗିରିରୁ ୨୬ ଜଣ ପଜିଟିଭ ଚିହ୍ନଟ । ଅନୁଗୁଳରୁ ୨୫ ଜଣ ପଜିଟିଭ ଚିହ୍ନଟ । ଯାଜପୁର ଓ ବଲାଙ୍ଗିର ଜିଲ୍ଲାରୁ ୧୯ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦୁଝରରୁ ୧୬ ଜଣ ଓ ଜଗତସିଂହପୁରରୁ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ଆଜି ୧୪୯୯ ନୂଆ କରୋନା ପଜିଟିଭ ଚିହ୍ନଟ ଓ ପୁଣି ୦୮ ମୁଣ୍ଡ ନେଲା କରୋନା, Corona Virus Odisha new 1499 tested corona positive and 08 deaths , Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 2.0, Unlock 3.0

କେନ୍ଦ୍ରାପଡ଼ାରୁ ୧୪ ଜଣ ଓ ମୟୁରଭଞ୍ଜରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବରଗଡ଼ରୁ ୧୦ ଜଣ ଓ ନୂଆପଡା ଜିଲ୍ଲାରୁ ୦୯ ଜଣ ପଜିଟିଭ ଚିହ୍ନଟ । ଝାରସୁଗୁଡାରୁ ୦୭ ଜଣ ଓ ସୁବର୍ଣ୍ଣପୁରରୁ ୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଦେବଗଡରୁ ୦୨ ଜଣ ଓ ଭଦ୍ରକ ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୫୫,୦୭୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୭୯ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୬,୩୯,୫୬୯ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୫,୪୫,୩୧୮, ସୁସ୍ଥ ହୋଇଛନ୍ତି ୧୦,୫୭,୮୦୫ ଓ ୩୫,୭୮୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୪୯ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *