ରାଜ୍ୟରେ ଆଜି ୧୫୦୩ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ପୁଣି ୦୭ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୭ କୁ ଟପିଲା । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୨୬ ହଜାରକୁ ପାର ହେଲା ।
୦୭ କରୋନା ମୃତକ ମଧ୍ୟରୁ ଗଞ୍ଜାମରୁ ୦୩, ଖୋର୍ଦ୍ଧାରୁ ୦୨, ଗଜପତି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୮୨ ରେ ପହଁଚିଲା । ଗଞ୍ଜାମରେ ଜଣେ ୫୧ ବର୍ଷୀୟ ମହିଳା, ୫୮ ଓ ୫୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ମୃତ । ସୁନ୍ଦରଗଡ, ଭୁବନେଶ୍ୱର, କଟକ ଓ ମାଲକାନଗିରିରୁ ଜଣେ ଲେଖାଏଁ ମୃତ । ସୁନ୍ଦରଗଡରେ ୬୩ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ । ଭୁବନେଶ୍ୱରରୁ ୪୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । କଟକରୁ ୬୬ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । ମାଲକାନଗିରିରୁ ୫୧ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
Covid-19 Report For 26th July
New Positive Cases: 1503
In Quarantine: 1002
Local Contacts: 501(Details of local contacts will be shared by concerned District Administration)
District Wise Cases
1. Angul: 1
2. Balasore: 19
3. Bargarh: 23
4. Bhadrak: 25
5. Balangir: 21— I & PR Department, Odisha (@IPR_Odisha) July 27, 2020
22. Nawarangpur: 2
23. Nayagarh: 8
24. Puri: 4
25. Rayagada: 68
26. Sambalpur: 17
27. Sonepur: 4
28. Sundargarh: 57New Recoveries: 864
Cumulative Tested: 467447
Positive: 26892
Recovered: 16792
Active Cases: 9919— I & PR Department, Odisha (@IPR_Odisha) July 27, 2020
ଆଜି ରାଜ୍ୟରେ ୨୮ ଟି ଜିଲ୍ଲାରୁ ୧୫୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୦୦୨ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୫୦୧ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଆଜି ରାଜ୍ୟରେ ୧୦୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ । ଏବେ ପ୍ରଶ୍ନ ଉଠିଛି ରାଜ୍ୟ ସରକାର ଅବହେଳା କରୁଛନ୍ତି କି, ଠିକରେ କାମ ହେଉନି କି ? ଆଗକୁ ଗୋଷ୍ଠୀ ସଂକ୍ରମଣ କୁ କେମିତି ଆୟତ କରିବେ ତାହା ଏବେ ବଡ ପ୍ରଶ୍ନ ଉଠିଛି ? ଏବେ କଣ କରିବେ ରାଜ୍ୟ ସରକାର ?
ଆଜିର ନୂଆ ୧୫୦୩ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୯,୯୧୯, ସୁସ୍ଥ ହୋଇଛନ୍ତି ୧୬,୭୯୨ ଓ ମୃତ ସଂଖ୍ୟା ୧୪୭ କୁ ପହଁଚିଛି । କାଲି ରାଜ୍ୟରେ ୮୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୧୫୦୩ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୨୨୩ ଜଣ କରୋନା ପଜିଟିଭ ଚିହ୍ନଟ । କଟକରୁ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଓ ଗଜପତିରୁ ୭୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ରାୟଗଡାରୁ ୬୮ ଜଣ ଓ ସୁନ୍ଦରଗଡରୁ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ।
ଯାଜପୁରରୁ ୫୧ ଜଣ ଓ କେନ୍ଦୁଝରରୁ ୪୩ ଜଣ ଆକ୍ରାନ୍ତ ଚିହ୍ନଟ । କୋରାପୁଟ ଓ ମାଲକାନଗିରିରୁ ୩୪ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ଢେଙ୍କାନାଳରୁ ୩୨ ଜଣ ଓ ମୟୁରଭଞ୍ଜରୁ ୨୮ ଜଣ ପଜିଟିଭ ଚିହ୍ନଟ । ଭଦ୍ରକରୁ ୨୫ ଜଣ, ବରଗଡ଼ରୁ ୨୩ ଓ ବଲାଙ୍ଗିରରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ।
ବାଲେଶ୍ୱରରୁ ୧୯ ଜଣ ଓ ସମ୍ବଲପୁରରୁ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡା ଓ କଳାହାଣ୍ଡିରୁ ୧୦ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । କେନ୍ଦ୍ରାପଡା ଜିଲ୍ଲାରୁ ୦୯ ଜଣ, ନୟାଗଡ଼ରୁ ୦୮ ଜଣ ଓ ଜଗତସିଂହପୁରରୁ ୦୬ ଜଣ ଆକ୍ରାନ୍ତ ଚିହ୍ନଟ । ପୁରୀ ଓ ସୁବର୍ଣ୍ଣପୁରରୁ ୦୪ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ନବରଙ୍ଗପୁରରୁ ୦୨ ଜଣ ଏବଂ ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୩୨,୭୭୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୦୮ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୪,୩୬,୦୨୫ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୪,୮୪,୦୫୫, ସୁସ୍ଥ ହୋଇଛନ୍ତି ୯,୧୮,୭୩୭ ଓ ୩୨,୮୧୨ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୪୫ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।