ରାଜ୍ୟରେ ଆଜି ସର୍ବାଧିକ ୩୯୯୬ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୪ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୪୩ ହଜାରକୁ ଟପିଲା । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୬୦୦ କୁ ଟପିଲା ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲାରୁ ୩୯୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୩୫୯ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୬୩୭ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
Covid-19 Report For 10th September
New Positives Cases: 3996
In quarantine: 2359
Local contacts: 1637(Details of local contacts will be shared by concerned Dist Administration)
District Wise Cases
1. Angul: 138
2. Balasore: 209
3. Bargarh: 97
4. Bhadrak: 112
5. Balangir: 124— I & PR Department, Odisha (@IPR_Odisha) September 11, 2020
22. Mayurbhanj: 160
23. Nawarangpur: 151
24. Nayagarh: 77
25. Nuapada: 103
26. Puri: 279
27. Rayagada: 105
28. Sambalpur: 91
29. Sonepur: 91
30. Sundargarh: 88
31. State Pool: 206New Recovery: 2706
Cumulative Tested: 2323641
Positive: 143117
Recovered: 108001
Active Case: 34458— I & PR Department, Odisha (@IPR_Odisha) September 11, 2020
ଆଜିର ନୂଆ ୩୯୯୬ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩,୧୧୭ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୦୮,୦୦୧, ଆକ୍ଟିଭ କେସ ୩୪,୪୫୮ ଓ ମୃତ ସଂଖ୍ୟା ୬୦୫ କୁ ପହଁଚିଲା । ଗତକାଲି ରାଜ୍ୟରେ ୨୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୩୯୯୬ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୩୫୪ ଜଣ, ପୁରୀ ଜିଲ୍ଲାରୁ ୨୭୯ ଜଣ ଓ ବାଲେଶ୍ୱରରୁ ୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲାରୁ ୧୬୦ ଜଣ, ନବରଙ୍ଗପୁରରୁ ୧୫୧ ଜଣ ଓ ଅନୁଗୁଳରୁ ୧୩୮ ଜଣ କରୋନା ପଜିଟିଭ ଚିହ୍ନଟ । କେନ୍ଦ୍ରାପଡାରୁ ୧୩୦ ଜଣ, ବଲାଙ୍ଗିରରୁ ୧୨୪ ଜଣ ଓ ଜଗତସିଂହପୁରରୁ ୧୨୨ ଜଣ କରୋନା ପଜିଟିଭ ଚିହ୍ନଟ ।
ଯାଜପୁରରୁ ୧୧୯ ଜଣ, ଭଦ୍ରକରୁ ୧୧୨ ଓ ରାୟଗଡାରୁ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆପଡାରୁ ୧୦୩ ଜଣ, ବରଗଡ଼ରୁ ୯୭ ଓ କୋରାପୁଟରୁ ୯୩ ଜଣ ଆକ୍ରାନ୍ତ ଚିହ୍ନଟ । ସୋନପୁର ଓ ସମ୍ବଲପୁରରୁ ୯୧ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ଗଞ୍ଜାମରୁ ୮୯, ସୁନ୍ଦରଗଡରୁ ୮୮ ଓ ଢେଙ୍କାନାଳରୁ ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
ଝାରସୁଗୁଡାରୁ ୭୯ ଜଣ, ନୟାଗଡରୁ ୭୭ ଜଣ ଓ କେନ୍ଦୁଝରରୁ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୫୮ ଜଣ, କନ୍ଧମାଳ ଓ ମାଲକାନଗିରିରୁ ୪୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ବୌଦ୍ଧରୁ ୩୯ ଜଣ, ଗଜପତିରୁ ୨୫ ଜଣ ଓ ଦେବଗଡରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ।
୧୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୦୫ ଜଣ କରୋନା ଆକ୍ରାନ୍ତ ମୃତ । ପୁରୀ ଜିଲ୍ଲାର ୦୩ ଜଣ ଓ ମୟୁରଭଞ୍ଜ ଜିଲ୍ଲାରୁ ୦୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । କଟକ, କଳାହାଣ୍ଡି, କୋରାପୁଟ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲାର ୦୫ ମୃତକ ମଧ୍ୟରୁ ୦୪ ଜଣ ଭୁବନେଶ୍ୱରରୁ । ଭୁବନେଶ୍ୱରରୁ ୦୨ ପୁରୁଷ ଓ ୦୨ ମହିଳାଙ୍କ ମୃତ୍ୟୁ । ପୁରୁଷଙ୍କ ବୟସ ୫୧ ଓ ୫୬ ବର୍ଷ ଥିବାବେଳେ ମହିଳାଙ୍କର ୪୧ ଓ ୭୧ ବର୍ଷ । ଅନ୍ୟ ଜଣେ ମୃତକ ଖୋର୍ଦ୍ଧା ଜିଲ୍ଲାର ୪୯ ବର୍ଷୀୟ ବ୍ୟକ୍ତି । ପୁରୀର ୦୩ ମୃତକ ୪୩, ୭୨ ଓ ୮୬ ବର୍ଷୀୟ ପୁରୁଷ । ମୟୁରଭଞ୍ଜର ୦୨ ମୃତକ ୪୫ ଓ ୬୫ ବର୍ଷୀୟ ମହିଳା । କଳାହାଣ୍ଡିର ୬୧, କୋରାପୁଟର ୬୦ ଓ ସମ୍ବଲପୁରର ୪୫ ବର୍ଷୀୟ ବ୍ୟକ୍ତି ମୃତ । କଟକର ଜଣେ ୮୦ ବର୍ଷୀୟ ମହିଳା ମୃତ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୯୬,୫୫୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୨୦୯ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୪୫,୬୨,୭୩୦ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୪୩,୧୯୭ ସୁସ୍ଥ ହୋଇଛନ୍ତି ୩୫,୪୨,୫୬୯ ଓ ୭୬,୩୨୨ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୭୯ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।