ରାଜ୍ୟରେ ଆଜି ୬୪୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ଓ ପୁଣି ଆଜି ଆଉ ୦୬ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୦ କୁ ଟପିଲା ।
କରୋନା ମୃତକ ମଧ୍ୟରୁ କେନ୍ଦ୍ରାପଡା, କଟକ, ଗଜପତି ଓ ଜଗତସିଂହପୁରରୁ ଜଣେ ଲେଖାଏଁ ମୃତ । ଖୋର୍ଦ୍ଧା ଓ ରାୟଗଡ଼ାରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଆଜି ୦୬ ମୃତକଙ୍କ ମଧ୍ୟରୁ ୦୫ ପୁରୁଷ ଓ ଜଣେ ମହିଳା । କେନ୍ଦ୍ରାପଡାର ୬୩ ବର୍ଷୀୟ, ଗଜପତିର ୬୮ ବର୍ଷୀୟ ବ୍ୟକ୍ତି ମୃତ । ଜଗତସିଂହପୁରର ୫୮, ଖୋର୍ଦ୍ଧାର ୭୫, ରାୟଗଡାର ୭୪ ବର୍ଷୀୟ ବ୍ୟକ୍ତି ମୃତ । କଟକ ଜିଲ୍ଲାର ୨୬ ବର୍ଷୀୟ ମହିଳା ମୃତ୍ୟୁ ।
6. Cuttack: 84
7. Dhenkanal: 10
8. Ganjam: 225
9. Jagatsinghpur: 7
10. Jajpur: 2
11. Kandhamal: 5
12. Kendrapada: 13
13. Khurda: 68
14. Keonjhar: 8
15. Koraput: 28
16. Malkangiri: 10
17. Mayurbhanj: 3
18. Nawarangpur: 2
19. Nayagarh: 4
20. Rayagada: 47
21. Sambalpur: 10— I & PR Department, Odisha (@IPR_Odisha) July 21, 2020
ଆଜି ୨୩ ଟି ଜିଲ୍ଲାରୁ ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ୬୪୭ କରୋନା ଆକ୍ରାନ୍ତ ମଧ୍ୟରୁ ୪୩୧ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୧୬ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଏବେ ରାଜ୍ୟରେ ଲୋକାଲ କେସ୍ ବଢିଚାଲିଛି । ଏବେ ପ୍ରଶ୍ନ ଉଠିଛି ରାଜ୍ୟ ସରକାର ଅବହେଳା କରୁଛନ୍ତି କି, ଠିକରେ କାମ ହେଉନି କି ? ଆଗକୁ ଗୋଷ୍ଠୀ ସଂକ୍ରମଣ କୁ କେମିତି ଆୟତ କରିବେ ତାହା ଏବେ ବଡ ପ୍ରଶ୍ନ ଉଠିଛି ? ଏବେ କଣ କରିବେ ରାଜ୍ୟ ସରକାର ?
ଆଜିର ନୂଆ ୬୪୭ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୫,୭୨୫, ସୁସ୍ଥ ହୋଇଛନ୍ତି ୧୨,୯୦୯ ଓ ମୃତ ସଂଖ୍ୟା ୧୦୩ କୁ ପହଁଚିଛି । କାଲି ରାଜ୍ୟରେ ୪୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।
22. Sonepur: 1
23. Sundargarh: 22New Recoveries: 457
Cumulative Tested: 401644
Positive: 18757
Recovered: 12909
Active Cases: 5715— I & PR Department, Odisha (@IPR_Odisha) July 21, 2020
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୬୪୭ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକ ଜିଲ୍ଲାରୁ ୮୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୮ ଜଣ କରୋନା ପଜିଟିଭ ଚିହ୍ନଟ । ରାୟଗଡାରୁ ୪୭ ଓ ବାଲେଶ୍ୱରରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩୭ ଓ କୋରାପୁଟରୁ ୨୮ ଜଣ କରୋନା ପଜିଟିଭ ଚିହ୍ନଟ ।
ସୁନ୍ଦରଗଡରୁ ୨୨ ଜଣ, କେନ୍ଦ୍ରାପଡାରୁ ୧୩ ଓ ଭଦ୍ରକରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ, ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାରୁ ୧୦ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । କେନ୍ଦୁଝରରୁ ୦୮ ଜଣ ଓ ଜଗତସିଂହପୁରରୁ ୦୭ ଜଣ ଆକ୍ରାନ୍ତ ଚିହ୍ନଟ । କନ୍ଧମାଳ ଓ ବଲାଙ୍ଗିରରୁ ୦୫ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ।
ବରଗଡ଼ ଓ ନୟାଗଡରୁ ୦୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ମୟୁରଭଞ୍ଜରୁ ୦୩ ଜଣ ପଜିଟିଭ ଚିହ୍ନଟ । ଯାଜପୁର ଓ ନବରଙ୍ଗପୁରରୁ ୦୨ ଜଣ ଲେଖାଏଁ, ସୋନପୁରରୁ ଜଣେ କରୋନା ଜଣେ ଆକ୍ରାନ୍ତ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୩୭,୧୪୮ ରୁ ଅଧିକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୮୭ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଦେଶରେ ସର୍ବାଧିକ ୪୦,୪୨୫ ନୂଆ କରୋନା ପଜିଟିଭ ଚିହ୍ନଟ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୧,୫୫,୫୬୦ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୪,୦୨,୩୫୫, ସୁସ୍ଥ ହୋଇଛନ୍ତି ୭,୨୪,୭୦୨ ଓ ୨୮,୦୯୯ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୩୭ ପ୍ରତିଶତ କୁ ବୃଦ୍ଧି ହୋଇଛି । ଏବେ ଦେଶରେ କରୋନା ମୃତ୍ୟୁ ହାର ପୂର୍ବ ଅପେକ୍ଷା ଧୀରେ ଧୀରେ ବୃଦ୍ଧି ପାଉଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।