ଆଜି ରାଜ୍ୟରେ ୧୯୭୭ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୦ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୫୪ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୨୪ କୁ ବୃଦ୍ଧି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୮ ହଜାରକୁ ଟପିଲା ।
Covid-19 Report For 13th August
New Positives Cases 1977
In quarantine: 1241
Local contacts: 736(Details of local contacts will be shared by concerned District Administration)
District Wise Cases
1. Angul: 2
2. Balasore: 56
3. Bargarh: 22
4. Bhadrak: 118
5. Balangir: 7— I & PR Department, Odisha (@IPR_Odisha) August 14, 2020
22. Mayurbhanj: 120
23. Nawarangpur: 17
24. Nayagarh: 75
25. Nuapada: 20
26. Puri: 83
27. Rayagada: 70
28. Sambalpur: 59
29. Sonepur: 7
30. Sundargarh: 88New Recoveries: 1422
Cumulative Tested: 807826
Positive: 54630
Recovered: 37900
Active Cases: 16353— I & PR Department, Odisha (@IPR_Odisha) August 14, 2020
୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୦୪ ଜଣ ଓ ପୁରୀରୁ ୦୩ ଜଣ ଆକ୍ରାନ୍ତ ମୃତ । ସୁନ୍ଦରଗଡ, ସମ୍ବଲପୁର ଓ କଟକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଗଞ୍ଜାମର ୦୪ ମୃତକ ୬୦, ୭୫, ୬୫ ଓ ୭୦ ବର୍ଷୀୟ ପୁରୁଷ । ଗଞ୍ଜାମ ଜିଲ୍ଲାର ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୫୧ କୁ ବୃଦ୍ଧି । ପୁରୀ ଜିଲ୍ଲାର ୦୩ ମୃତକ ୫୦, ୫୨ ଓ ୭୨ ବର୍ଷୀୟ ପୁରୁଷ । ସୁନ୍ଦରଗଡ ଜିଲ୍ଲାର ୩୨ ବର୍ଷୀୟ ଯୁବକ ମୃତ । କଟକର ଜଣେ ୪୪ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲାରୁ ୧୯୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୨୪୧ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୭୩୬ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଅନଲକ ୩ ଲାଗୁ ହେବ ପରା ଠାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳକୁ ଖସୁନି । କେମିତି ଆୟତ କରିବେ ସରକାର ଉଠିଛି ପ୍ରଶ୍ନ ।
ଆଜିର ନୂଆ ୧୯୭୭ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୬,୩୫୩, ସୁସ୍ଥ ହୋଇଛନ୍ତି ୩୭,୯୦୦ ଓ ମୃତ ସଂଖ୍ୟା ୩୨୪ କୁ ପହଁଚିଛି । ଗତକାଲି ରାଜ୍ୟରେ ୧୪୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୧୯୭୭ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମ ଜିଲ୍ଲାରୁ ୨୮୦ ଜଣ, ମୟୁରଭଞ୍ଜରୁ ୧୨୦ ଜଣ ଓ ଭଦ୍ରକରୁ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୦୧, ଗଜପତିରୁ ୯୩ ଜଣ, କୋରାପୁଟରୁ ୯୦ ଜଣ ଓ ସୁନ୍ଦରଗଡରୁ ୮୮ ଜଣ କରୋନା ପଜିଟିଭ ଚିହ୍ନଟ । ପୁରୀରୁ ୮୩ ଜଣ ଓ ନୟାଗଡରୁ ୭୫ ଜଣ କରୋନା ପଜିଟିଭ ଚିହ୍ନଟ ।
ରାୟଗଡାରୁ ୭୦ ଜଣ ଓ ଯାଜପୁର ଜିଲ୍ଲାରୁ ୬୯ ଜଣ ଆକ୍ରାନ୍ତ ଚିହ୍ନଟ । କନ୍ଧମାଳ ଜିଲ୍ଲାରୁ ୬୦ ଜଣ, ବାଲେଶ୍ୱରରୁ ୫୬ ଜଣ ଓ ସମ୍ବଲପୁରରୁ ୫୯ ଜଣ ପଜିଟିଭ ଚିହ୍ନଟ । ମାଲକାନଗିରିରୁ ୫୨ ଜଣ ଓ କଳାହାଣ୍ଡିରୁ ୪୮ ଜଣ କରୋନା ପଜିଟିଭ ଚିହ୍ନଟ । ଢେଙ୍କାନାଳରୁ ୪୦ ଜଣ ଓ ଜଗତସିଂହପୁର ଜିଲ୍ଲାରୁ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବରଗଡରୁ ୨୨ ଜଣ, ନୂଆପଡାରୁ ୨୦ ଜଣ ଓ ନବରଙ୍ଗପୁରରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଝାରସୁଗୁଡା ଜିଲ୍ଲାରୁ ୧୧ ଜଣ ଓ କେନ୍ଦୁଝରରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗିର ଓ ସୋନପୁରରୁ ୦୭ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । କେନ୍ଦ୍ରାପଡ଼ାରୁ ୦୬ ଓ ବୌଦ୍ଧରୁ ୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଅନୁଗୁଳ ଓ ଦେବଗଡରୁ ୦୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ।

ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୬୫,୫୫୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୦୦୭ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୪,୬୧,୫୪୨ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୬,୬୧,୦୫୮, ସୁସ୍ଥ ହୋଇଛନ୍ତି ୧୭,୫୧,୮୪୬ ଓ ୪୮,୧୫୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୬୭ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।