ଚୀନର କରୋନା ଭ୍ୟାକସିନ୍ BBIBP-CorV ପ୍ରଥମ ପର୍ଯ୍ୟାୟ ସଫଳ ।

ଚୀନର କରୋନା ଭ୍ୟାକସିନ୍ BBIBP-CorV ପ୍ରଥମ ପର୍ଯ୍ୟାୟ ସଫଳ, corona virus vaccine bbibp-corv successfully cleared 1st stage, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ସମଗ୍ର ବିଶ୍ଵର ବୈଜ୍ଞାନିକ ଓ ଗବେଷକ କରୋନା ଭ୍ୟାକସିନ୍‌ ପ୍ରସ୍ତୁତ କରିବା ପାଇଁ ଲାଗିଛନ୍ତି । ଏହି କ୍ରମରେ ଚୀନୀ ଗବେଷକ କୋଭିଡ୍-୧୯ ପାଇଁ ଏକ ଭ୍ୟାକସିନ୍ ବିକଶିତ କରିଛନ୍ତି । ଏହାକୁ ମାଙ୍କଡଙ୍କ ଶରୀରରେ ପରୀକ୍ଷଣ କରାଯାଇଛି ଏବଂ ପରିଣାମ ସକରାତ୍ମକ ରହିଛି । ଗବେଷଙ୍କ ଅନୁସାରେ ଏହି ଭ୍ୟାକସିନ୍‌ ପଶୁଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି କରିଥିଲା । ଏଥିରେ ପଶୁ ଶରୀରରେ କୌଣସି ପ୍ରତିକୂଳ ପ୍ରଭାବ ପଡିନଥିଲା ।

ଏବେ ଟୀକାର ମାନବ ପରୀକ୍ଷଣ ପାଇଁ ୧୦୦୦ ଜଣଙ୍କଠାରେ ଆରମ୍ଭ ହୋଇଛି । ଏହି ସମ୍ଭାବିତ ଟୀକାକୁ BBIBP-CorV କୁହାଯାଏ । ଏହା ଉଚ୍ଚସ୍ତରରେ ଆଣ୍ଟିବଡିକୁ ସକ୍ରିୟ କରିବାରେ କାମ କରିଥାଏ, ଯାହା ଭାଇରସ୍‌କୁ ପ୍ରଭାବହୀନ କରିବାରେ ସକ୍ଷମ । ଏଥିସହ ଏହା ଆଗାମୀ ସଂକ୍ରମଣକୁ ମଧ୍ୟ ରୋକିବାରେ ସକ୍ଷମ ଅଟେ । ମେଡିକାଲ ଜର୍ଣ୍ଣାଲ ସେଲ୍‌ରେ ଅନଲାଇନ୍‌ ପ୍ରକାଶିତ ତଥ୍ୟ ଅନୁଯାୟୀ ଏହି ଭ୍ୟାକସିନ୍‌ର ପରୀକ୍ଷଣ ମାଙ୍କଡ, ମୂଷା, ଘୁଷୁରୀ ଓ ଠେକୁଆ ଶରୀରରେ କରାଯାଇଛି ।

A worker is seen inside the Beijing Applied Biological Technologies (XABT) research and development laboratory in Beijing on May 14, 2020. XABT is a Chinese company specializing in developing pathogens diagnostics, among them reagent kits for the COVID-19 coronavirus.
Google

ଗବେଷକ ନିଜର ଅଧ୍ୟୟନରେ ଉଲ୍ଲେଖ କରିଛନ୍ତି, BBIBP-CorV ର କ୍ଲିନିକାଲ ଟ୍ରାଏଲ ଆଗାମୀ ପରିଣାମର ମୂଲ୍ୟାଙ୍କନ ଲାଗି ବେଶ୍ ସହାୟକ ହେବ ବୋଲି ଲାଗୁଛି । ଏହାକୁ ବେଜିଂ ଇନଷ୍ଟିଚ୍ୟୁୟଟ୍ ଅଫ ବାୟୋଲୋଜି ଓ ରାଜ୍ୟ ସଂଚାଳିତ ଚାଇନା ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ଗୃପ୍ ଏକାଠି ମିଶି ବିକଶିତ କରୁଛନ୍ତି । BBIBP-CorV ଚୀନରେ ମନୂଷ୍ୟ ଶରୀରରେ ପରୀକ୍ଷଣ କରାଯିବାରେ ହେଉଛି ପଞ୍ଚମ ଭ୍ୟାକସିନ ।

ବିଶ୍ଵସ୍ତରରେ ଏବେ ଭ୍ୟାକସିନ୍‌ ପ୍ରସ୍ତୁତି ଲାଗି ଦୌଡ ଆରମ୍ଭ ହୋଇ ଯାଇଛି । ଅନ୍ୟପଟେ ସ୍ଵାଭାବିକ ଜୀବନ ଆରମ୍ଭ ଲାଗି ପ୍ରସ୍ତୁତି ଆରମ୍ଭ ହେଉଛି । ଫଳରେ ସଂକ୍ରମିତ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଲକ୍‌ଡାଉନ୍‌ କୋହଳ ନେଇ ଆମେରିକାରେ ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟା ଚରମ ସ୍ଥିତିରେ ପହଞ୍ଚି ସାରିଛି । ଏବେ ଭାରତ ଓ ବ୍ରାଜିଲରେ ପ୍ରତିଦିନ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

Potential COVID-19 vaccine from China shows promise in animal ...
Google

ସମଗ୍ର ଦୁନିଆରେ ପ୍ରାୟ ୧୦୦ ଟୀକା ବିକଶିତ କରାଯାଉଛି । ଭାଇରସ୍‌ ପାଇଁ ଭ୍ୟାକସିନ୍‌ ପ୍ରସ୍ତୁତିରେ ସବୁଠୁ ଆଗରେ ଥିବା କମ୍ପାନୀଙ୍କ ମଧ୍ୟରେ ଏଷ୍ଟ୍ରାଜେନେକା, ଫାଇଜର, ବାୟୋଏନଟେକ, ଜନସନ ଆଣ୍ଡ ଜନସନ, ମର୍କ, ମୋଡେର୍ଣ୍ଣ, ସନୋଫି ଓ ଚୀନର କ୍ୟାନ୍ସିନୋ ବାୟୋଲୋଜି ସାମିଲ ରହିଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *