ଚୀନର ଯେଉଁ ସହରରୁ କରୋନା ଭାଇରସ ସର୍ଵ ପ୍ରଥମେ ବ୍ୟାପିଥିଲା ସେଠାରୁ ପୁଣି ଚିନ୍ତା ବଢ଼ାଇଲା ଭଳି ଖବର ସାମ୍ନାକୁ ଆସିଛି। ଏକ ନୂଆ ଅଧ୍ୟୟନରୁ ଜଣାପଡିଛି କି ବୁହାନର ୪% ରୁ କମ ଲୋକଙ୍କ ପାଖରେ ହିଁ କରୋନା ଭାଇରସ ଆଣ୍ଟିବଡ଼ି ରହିଛି। ଏହାର ଅର୍ଥ ଏହାକି ବୁହାନ କରୋନାର ଇମ୍ୟୁନିଟି ହାସଲ କରିପାରିନାହିଁ।

ବୁହାନରୁ ପୂର୍ବ ବର୍ଷ ଡିସେମ୍ବରରେ କରୋନା ଭାଇରସର ମାମଲା ସାମ୍ନାକୁ ଆସିସାରିଥିଲା। ଏଥିପାଇଁ ବୁହାନକୁ କରୋନାର ଏପିସେଣ୍ଟର ମାନାଯାଇଛି।କାରଣ କରୋନା ଭାଇରସର ଅନେକ ମାମଲାରେ ଲକ୍ଷଣ ସାମ୍ନାକୁ ଆସିନଥାଏ। ଏଥିପାଇଁ ଏହା ବୁଝାଯାଇଛି ଅଧିକ ସଂକ୍ରମିତଙ୍କ ଅନୁସାରେ ଅଧିକ ସଂଖ୍ୟଙ୍କ ଲୋକ ବୁହାନରୁ ସଂକ୍ରମିତ ହୋଇଥିବେ।
ମାତ୍ର ଜାମା ନେଟୱର୍କ ନିଜ ପ୍ରକାଶିତ ଷ୍ଟଡିରେ କୁହାଯାଇଛି ବୁହାନର ଅଧିକାଂଶ ଲୋକଙ୍କ ପାଖରେ କରୋନର ଇମ୍ୟୁନିଟି ଦେଖାଯାଇନାହିଁ ବା ଯଦିବି ଥିଲା ବହୁତ କମ ମାତ୍ରାରେ। ଏହି ଅଧ୍ୟୟନ ପରେ କରୋନା ବିପକ୍ଷରେ ହାର୍ଡ ଇମ୍ୟୁନିଟର ଆଶା ଭାଙ୍ଗିଯାଇଥିବା ଦେଖାଯାଉଛି।
ଚୀନର ତୋଙ୍ଗଜି ହସ୍ପିଟାଲର ସହିତ ଜଡିତ ରିସର୍ଚ୍ଚ ୨୭ ମାର୍ଚ୍ଚରୁ ୨୬ ମଇ ମଝିରେ ବୁହାନର ୩୫ ହଜାର ଲୋକଙ୍କ ଆଣ୍ଟିବଡ଼ି ଯାଞ୍ଚ କରାଯାଇଥିଲା। ଯେଉଁଥିରେ କରୋନା ବାହାରିନଥିଲା। ଏହା ମଧ୍ୟରୁ କାହାରବି ” କେବଳ IgM ଆଣ୍ଟିବଡ଼ି” ମିଳିନଥିଲା,IgM ଆଣ୍ଟିବଡ଼ି ସଂକ୍ରମଣର ତୁରନ୍ତ ପରେ ଶରୀରରେ ପ୍ରସ୍ତୁତ ହୋଇଥାଏ। ସେହିପରି ପରେ ପ୍ରସ୍ତୁତ ହେଉଥିବା IgG ଆଣ୍ଟିବଡ଼ି ଅଧିକତମ ସମୟ ଶରୀରରେ ରହିଥାଏ। ପାଖାପାଖି ୩.୯% ଲୋକଙ୍କ ପାଖରେ ଏହି ଆଣ୍ଟିବଡ଼ି ମିଳିଥିଲା।
/cdn.vox-cdn.com/uploads/chorus_image/image/66595043/acastro_200311_3936_coronavirus_0002.0.0.jpg)
ବୁହାନ ଚୀନର ହୁବେଇ ରାଜ୍ୟର ରାଜଧାନୀ ଅଟେ।ହୁବେଇ ରେ ୬୮ ହଜାରରୁ ଅଧିକ ଲୋକ କରୋନରେ ସଂକ୍ରମିତ ହୋଇଥିଲେ। ସେଠାରେ ଅବସ୍ଥା ଏତେ ଖରାପ ହୋଇଥିଲା ଯେ ଅସ୍ଥାଇ ରୂପରେ ଦୁଇଟି ମେଡ଼ିକାଲ କରିବାକୁ ପଡିଲା।କିନ୍ତୁ ପରେ କଡା ଲକଡାଉନ କାରଣରୁ ଚୀନ ଏହି ଭାଇରସ କବଳରୁ ମୁକ୍ତିପାଇପାରିଥିଲା। ମଇ ରେ ଚୀନ ବୁହାନର ସମସ୍ତ ନାଗରିକଙ୍କ କରୋନା ଟେଷ୍ଟ କରିବା ପାଇଁ ଫଇସଲା କରିଥିଲା ଓ ୫ ବର୍ଷରୁ ଅଧିକ ବୟସରୁ ସମସ୍ତ ଲୋକଙ୍କୁ ଯାଞ୍ଚ କରାଯାଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।