କୋରନା ଭାଇରସ ମହାମାରୀର ଆରମ୍ଭ ଚାଇନାରୁ ହିଁ ହୋଇଥିଲା। ଏବେ ଏଠାରେ ଆଇସକ୍ରିମରେ ମଧ୍ୟ କୋରନା ପଜିଟିଭ ହେବାର କଥା ସାମ୍ନାକୁ ଆସିଛି। ତିୟାନଜିନ ଇଲାକାର ଲୋକାଲ ଲେଭୁଲରେ ବନାଯାଇଥିବା ଆଇସ୍କ୍ରିମର ୩ ଟି ସ୍ୟାପୋଲୋରେ କୋରୋନା ଭାଇରସ ପଜେଟିଭ ଆସିବାର ପୃଷ୍ଟି ହୋଇଛି।

ଆଇସ୍କ୍ରିମରେ କୋରୋନା ପଜେଟିଭ ଆସିବାପରେ ପ୍ରଶାସନ ଆଲର୍ଟ ହୋଇଯାଇଛି। ଏବେ ସେହି ଲୋକଙ୍କୁ ଖୋଜା ଯାଉଛି,ଯେଉଁ ମାନଙ୍କୁ ସଂକ୍ରମଣର ସନ୍ଦେହ ରହିଛି।
ଏମିତି ଆସିଲା ଆଇସ୍କ୍ରିମରେ ଭାଇରସ:
ଗ୍ଲୋବାଲ ଟାଇମସ ରିପୋର୍ଟ ମୁତାବକ ଏହି ଆଇସ୍କ୍ରିମ ଯେଉଁ ମିଲକ ପାଉଡରରୁ ପ୍ରସ୍ତୁତ ହୋଇଥିଲା,ତାହା ନ୍ୟୁଜିଲ୍ୟାଣ୍ଡ ଓ ୟୁକ୍ରେନରୁ ଆସିଥିଲା। ଆଇସ୍କ୍ରିମର ବିକ୍ରିକୁ ବନ୍ଦ କରିଦିଆଯାଇଛି। ଆଉ ଏବେ ପୁରୁଣା ଓ ନୂଆ ଷ୍ଟକର ତଦାରଖ କରାଯାଉଛି।
ରିପୋର୍ଟ ମୁତାବକ ଏଠାରେ ଏକ ଫୁଡ଼ କମ୍ପାନୀକୁ ୪,୮୩୬ ବକ୍ସରେ କୋରୋନା ଭାଇରସ ସଂକ୍ରମଣର ଖବର ମିଳିଛି।ଏଥିରୁ ୨,୦୮୯ ବକ୍ସ ଷ୍ଟୋରେଜରେ ସିଲ କରି ରଖାଯାଇଛି।ହେଲେ ୧୮୧୨ ବକ୍ସ ଅନ୍ୟ ରାଜ୍ୟକୁ ପଠାଯାଇଛି ଓ ୯୩୫ ବକ୍ସ ଲୋକାଲ ବଜାରରେ ପହଞ୍ଚିଯାଇଛି। ହେଲେ ଏଥିରୁ ୬୫ ପ୍ୟାକେଟ ବିକ୍ରି ହୋଇଛି। ଯେଉଁ ଗ୍ରାହକ ଏହାକୁ କ୍ରୟ କରିଛନ୍ତି ସେମାନଙ୍କୁ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ କୁହାଯାଇଛି।
ଏହାପରେ କମ୍ପାନୀ ୧୬୬୨ କର୍ମଚାରୀଙ୍କୁ ସେଲ୍ଫ ଆଇସଲେସନରେ ରହିବାକୁ କହିଛନ୍ତି ଓ ତାଙ୍କର କୋରୋନା ଯାଞ୍ଚ ହୋଇଛି। ଏ ପର୍ଯ୍ୟନ୍ତ ୭୦୦ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ଜଣା ଯାଇଛି।
ଏହାଛଡା ଦୋକାନୀ ଓ ଅନ୍ୟ ଲୋକ ଯିଏ ଏହି ପ୍ୟାକେଟର ସଂସ୍ପର୍ଶରେ ଆସିଛନ୍ତି,ତାଙ୍କର ଯିବା ଆସିବାର ଖବର ମଧ୍ୟ ରଖାଯାଉଛି। ଫୁଡ଼ କମ୍ପାନୀକୁ ସଂକ୍ରମଣ ପାଇଁ ୨୦୮୯ ବକ୍ସ ନଷ୍ଟ କରିବାକୁ ପଡିଛି।
ହେଲଥ ଏକ୍ସପର୍ଟ କହିଲେ ଏହି କଥା:
ଫୋକ୍ସ ନ୍ୟୁଜ ସହ କଥା ହୋଇ ୟୁନିଭର୍ସ ଅଫ ଲିଡ଼ସର ବିୟୋଲୋଜିଷ୍ଟ ଡା,ଷ୍ଟିଫେନ ଗ୍ରାଫିନ କହିଛନ୍ତି କି ଆଇସ୍କ୍ରିମର ପଜେଟିଭ ଆସିବା ମଣିଷ ସଂସ୍ପର୍ଶରେ କାରଣରୁ ଓ ଏକଦମରୁ ହୋଇପାରେ। ସେ କହିଛନ୍ତି କି ପ୍ରଡକ୍ସନ ପ୍ଲଟ କାରଣରୁ ଏପରି ହୋଇପାରେ। ଫ୍ୟାକ୍ଟ୍ରିରେ ହାଇଯିନର ଧ୍ୟାନ ରଖାଯାଇ ନଥିବ। ଯାହା ଫଳରେ ଏହି ମାମଲା ଆଗକୁ ଆସିଛି। କାହିଁକିନା ଆଇସ୍କ୍ରିମକୁ ଥଣ୍ଡା ରଖିବାକୁ ପଡେ ଏଥିପାଇଁ ଭାଇରସର ଜୀବିତ ରହିବାର ଚାନ୍ସ ବି ଅଧିକ।ହେଲେ ଏହି କଥାକୁ ନେଇ ଡ଼ରିବା ଉଚିତ ନୁହେଁ ଯେ କି ସବୁ ଆଇସ୍କ୍ରିମ ପଜେଟିଭ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।